କାନାଡର ଏହି ନିଷ୍ପତ୍ତିରେ ପ୍ରଭାବିତ ହୋଇପାରନ୍ତି ୧୪ ଦେଶର ଛାତ୍ର, ଜାଣନ୍ତୁ କ’ଣ ?

ନୂଆଦିଲ୍ଲୀ: କାନାଡା ସରକାରଙ୍କ ବଡ଼ ନିଷ୍ପତ୍ତି। ନିଜ ଦେଶରେ ବନ୍ଦ କଲେ ଲୋକପ୍ରିୟ ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ (ଏସଡିଏସ) ଯୋଜନା। ଶୁକ୍ରବାର ଏହି ଲୋକପ୍ରିୟ ଭିସା ସ୍କିମ ସମାପ୍ତ ନେଇ ଘୋଷଣା କରିଛନ୍ତି ଜଷ୍ଟିନ ଟ୍ରୁଡୋ ସରକାର। ଏହି ଯୋଜନାରେ ଭାରତ ସମେତ ୧୪ ଦେଶର ଛାତ୍ରଙ୍କୁ କାନାଡରେ ପଢ଼ିବା ପାଇଁ ଷ୍ଟଡି ପରମିଟ୍‌ ବା ଅନୁମତି ଖୁବ୍ କମ୍ ସମୟରେ ମିଳୁଥିଲା।ତେବେ କାନାଡା ସରକାରଙ୍କ ଏହି ପଦକ୍ଷେପ ଯୋଗୁ ଏବେ ସେଠାକୁ ଯାଇ ପାଠ ପଢ଼ିବାକୁ ଚାହୁଥିବା ଲକ୍ଷ ଲକ୍ଷ ଛାତ୍ର ପ୍ରଭାବିତ ହୋଇପାରନ୍ତି । ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ୍ ହେଉଛି ଏକ ଲୋକପ୍ରିୟ ଅନ୍ତର୍ଜାତୀୟ ଛାତ୍ର ପ୍ରୋଗ୍ରାମ। ଏହା ଦ୍ବାରା ଭାରତ, ଚୀନ, ପାକିସ୍ତାନ, ବ୍ରାଜିଲ, ସେନେଗଲ ସମେତ ୧୪ ଦେଶର ଛାତ୍ରଛାତ୍ରୀ ସେଠାକୁ ଯାଇ ପାଠ ପଢ଼ିଥାନ୍ତି।ଏହା ବାଦ ନାଇଜେରିଆ ଛାତ୍ରଙ୍କ ପାଇଁ ନାଇଜେରିଆ ଷ୍ଟୁଡେଣ୍ଟ ଏକ୍ସପ୍ରେସ ପ୍ରୋଗ୍ରାମକୁ ମଧ୍ୟ ସମାପ୍ତ କରିଦିଆଯାଇଛି। ଅବଶ୍ୟ ନଭେମ୍ବର ୮ ପୂର୍ବରୁ ମିଳିଥିବା ଆବେଦନକୁ ଗ୍ରହଣ କରାଯିବ। ଶୁକ୍ରବାର ଏସଡିଏସର ସମାପ୍ତି ନେଇ କାନାଡା ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କାନାଡା ସରକାର ସମସ୍ତ ଅନ୍ତର୍ଜାତୀୟ ଛାତ୍ରଙ୍କୁ ଷ୍ଟଡି ପରମିଟ୍‌ ଆବେଦନ ପ୍ରକ୍ରିୟାରେ ସମାନ ଏବଂ ନିରପେକ୍ଷତା ଦେବା ପାଇଁ ପ୍ରତିବଦ୍ଧ।ଏହି ନିଷ୍ପତ୍ତି ପରେ କାନାଡାରେ ପଢ଼ିବାକୁ ଚାହୁଥିବା ଯୋଜନା କରୁଥିବା ଛାତ୍ରଙ୍କୁ

କାନାଡର ଏହି ନିଷ୍ପତ୍ତିରେ ପ୍ରଭାବିତ ହୋଇପାରନ୍ତି ୧୪ ଦେଶର ଛାତ୍ର, ଜାଣନ୍ତୁ କ’ଣ ?

ନୂଆଦିଲ୍ଲୀ: କାନାଡା ସରକାରଙ୍କ ବଡ଼ ନିଷ୍ପତ୍ତି। ନିଜ ଦେଶରେ ବନ୍ଦ କଲେ ଲୋକପ୍ରିୟ ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ (ଏସଡିଏସ) ଯୋଜନା। ଶୁକ୍ରବାର ଏହି ଲୋକପ୍ରିୟ ଭିସା ସ୍କିମ ସମାପ୍ତ ନେଇ ଘୋଷଣା କରିଛନ୍ତି ଜଷ୍ଟିନ ଟ୍ରୁଡୋ ସରକାର। ଏହି ଯୋଜନାରେ ଭାରତ ସମେତ ୧୪ ଦେଶର ଛାତ୍ରଙ୍କୁ କାନାଡରେ ପଢ଼ିବା ପାଇଁ ଷ୍ଟଡି ପରମିଟ୍‌ ବା ଅନୁମତି ଖୁବ୍ କମ୍ ସମୟରେ ମିଳୁଥିଲା।

ତେବେ କାନାଡା ସରକାରଙ୍କ ଏହି ପଦକ୍ଷେପ ଯୋଗୁ ଏବେ ସେଠାକୁ ଯାଇ ପାଠ ପଢ଼ିବାକୁ ଚାହୁଥିବା ଲକ୍ଷ ଲକ୍ଷ ଛାତ୍ର ପ୍ରଭାବିତ ହୋଇପାରନ୍ତି । ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ୍ ହେଉଛି ଏକ ଲୋକପ୍ରିୟ ଅନ୍ତର୍ଜାତୀୟ ଛାତ୍ର ପ୍ରୋଗ୍ରାମ। ଏହା ଦ୍ବାରା ଭାରତ, ଚୀନ, ପାକିସ୍ତାନ, ବ୍ରାଜିଲ, ସେନେଗଲ ସମେତ ୧୪ ଦେଶର ଛାତ୍ରଛାତ୍ରୀ ସେଠାକୁ ଯାଇ ପାଠ ପଢ଼ିଥାନ୍ତି।ଏହା ବାଦ ନାଇଜେରିଆ ଛାତ୍ରଙ୍କ ପାଇଁ ନାଇଜେରିଆ ଷ୍ଟୁଡେଣ୍ଟ ଏକ୍ସପ୍ରେସ ପ୍ରୋଗ୍ରାମକୁ ମଧ୍ୟ ସମାପ୍ତ କରିଦିଆଯାଇଛି। ଅବଶ୍ୟ ନଭେମ୍ବର ୮ ପୂର୍ବରୁ ମିଳିଥିବା ଆବେଦନକୁ ଗ୍ରହଣ କରାଯିବ। 

ଶୁକ୍ରବାର ଏସଡିଏସର ସମାପ୍ତି ନେଇ କାନାଡା ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କାନାଡା ସରକାର ସମସ୍ତ ଅନ୍ତର୍ଜାତୀୟ ଛାତ୍ରଙ୍କୁ ଷ୍ଟଡି ପରମିଟ୍‌ ଆବେଦନ ପ୍ରକ୍ରିୟାରେ ସମାନ ଏବଂ ନିରପେକ୍ଷତା ଦେବା ପାଇଁ ପ୍ରତିବଦ୍ଧ।

ଏହି ନିଷ୍ପତ୍ତି ପରେ କାନାଡାରେ ପଢ଼ିବାକୁ ଚାହୁଥିବା ଯୋଜନା କରୁଥିବା ଛାତ୍ରଙ୍କୁ ଏବେ ସାଧାରଣ ଷ୍ଟଡି ପରମିଟ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ। ଯେଉଁଥିରେ ପ୍ରାଦେଶିକ ପ୍ରମାଣ ପତ୍ର ବା PAL କିମ୍ବା  ଆଞ୍ଚଳିକ ପ୍ରମାଣପତ୍ରର ବା TALର ଆବଶ୍ୟକତା ହେବ। ଆଉ ଏହାକୁ ଦାଖଲ କରିବା ପରେହିଁ ସେମାନେ କାନାଡାର ମାନ୍ୟତା ପ୍ରାପ୍ତ ଶିକ୍ଷାନୁଷ୍ଠାରେ ଅଧ୍ୟୟନ କରିପାରିବେ।

କ’ଣ ଏହି ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ (SDS) ଯୋଜନା ?

ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ୍ ୨୦୧୮ରେ ଆରମ୍ଭ କରାଯାଇଥିଲା। କାନାଡାରେ ଗ୍ରାଜୁଏସନ ପଢ଼ିବାକୁ ଚାହୁଥିବା ଯୋଗ୍ୟ ଛାତ୍ର ଛାତ୍ରୀଙ୍କୁ ଏହି ସ୍କିମ କାରଣରୁ ଶୀଘ୍ର ଭିସା ମିଳିଥାଏ। ଏହି ସ୍କିମରେ ଆଣ୍ଟିଗୁଆ ଏବଂ ବାରବୁଡା, ବ୍ରାଜିଲ, ଚୀନ, କଲମ୍ବିଆ, କୋଷ୍ଟାରିକା, ଭାରତ, ମରକ୍କୋ, ପାକିସ୍ତାନ, ପରୁ, ଫିଲିପାଇନ୍ସ, ସେନେଗଲ, ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନେଡାଇନ୍ସ, ତ୍ରିନିଦାଦ ଏବଂ ଟୋବେଗୋ ଏବଂ ଭିଏତନାମର ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। 

ଏସଡିଏସ ଯୋଜନା ଅନଯାୟୀ, ଛାତ୍ରଛାତ୍ରୀଙ୍କୁ ମାତ୍ର ୨୦ ଦିନ ମଧ୍ୟରେ ଷ୍ଟଡି ପରମିଟ ମିଳିପାରୁଥିଲା। ଯେତେବେଳେକି ସାଧାରଣ ପ୍ରୋସେସରେ ୨ ମାସରୁ ଅଧିକ ସମୟ ଲାଗିଥାଏ। 

ସୂଚନାଥାଉକି, ଏହି ପଦକ୍ଷେପ କାନାଡା ଏବଂ ଭାରତ ମଧ୍ୟରେ ବଢ଼ୁଥିବା କୂଟନୈତିକ ତିକ୍ତତା ମଧ୍ୟରେ ନିଆଯାଇଛି।