ଟାର୍ଗେଟ୍ ଲକ୍ ଆଉ ଆକାଶରେ ଧ୍ୱଂସ..S-400 ଏମିତି ଖସାଇଲା ପାକିସ୍ତାନର କ୍ଷେପଣାସ୍ତ୍ର, ଡ୍ରୋନ ଓ ବିମାନ, Watch Video
ନୂଆଦିଲ୍ଲୀ ୮।୫: ପାକିସ୍ତାନ ସେନା ଗୁରୁବାର ସନ୍ଧ୍ୟାରେ ଭାରତର ଉତ୍ତରେ ଜମ୍ମୁ-କାଶ୍ମୀରରୁ ଆରମ୍ଭ କରି ପଶ୍ଚିମର ଜୈସାଲମେର ପର୍ଯ୍ୟନ୍ତ ୧୫ଟି ଠିକଣା ଉପରେ କ୍ଷେପଣାସ୍ତ୍ର, ଡ୍ରୋନ ଓ ବିମାନ ଆକ୍ରମଣ କରିଥିଲା। ତେବେ ପାକିସ୍ତାନର ସବୁ ଉଦ୍ଦେଶ୍ୟ ଅତ୍ୟାଧୁନିକ ଏୟାରଡିଫେନ୍ସ ସିଷ୍ଟମ ବିଫଳ କରିଦେଇଛି। ପାକିସ୍ତାନ ତାର ଡ୍ରୋନ ଓ କ୍ଷେପଣାସ୍ତ୍ର ମାଧ୍ୟମରେ ଜମ୍ମୁ ଏୟାରଷ୍ଟ୍ରିପ୍ ସମେତ ଅନ୍ୟ ସୈନ୍ୟ ପ୍ରତିଷ୍ଠାନକୁ ଟାର୍ଗେଟ କରିବାକୁ ଚାହିଁଥିଲା। ହେଲେ ଏହା ସଫଳ ହୋଇ ନାହିଁ। ଭାରତର ଏସ-୪୦୦ ଟ୍ର୍ୟୁମ୍ପ ଏୟାରଡିଫେନ୍ସ ସିଷ୍ଟମ ପାକିସ୍ତାନ ପଟରୁ ହୋଇଥିବା ପ୍ରତ୍ୟେକ ଆକ୍ରମଣର ସଠିକ ଜବାବ ଦେଇଛି। ଏହାର ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଲାଣି, ଯେଉଁଥିରେ ଦେଖା ଯାଉଛି ପାକିସ୍ତାନୀ କ୍ଷେପଣାସ୍ତ୍ର ଓ ଡ୍ରୋନଗୁଡିକୁ ଏସ-୪୦୦ ଗୋଟି ଗୋଟି କରି ନଷ୍ଟ କରି ଦେଉଛି। ପାକିସ୍ତାନୀ କ୍ଷେପଣାସ୍ତ୍ର ଜମ୍ମୁ ଏୟାରପୋର୍ଟ ଓ ସାମ୍ବା ସେକ୍ଟରେ ଖସାଇ ଦିଆଯାଇଛି। ଏହା ଛଡା ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ୨ଟି ପାକିସ୍ତାନୀ ଡ୍ରୋନକୁ ଖସାଇ ଦେଇଛି। BREAKING: Pakistani pilot captured alive in India.He was ejected from the downed F-16????️ pic.twitter.com/fN2Hn2NDXo— Manobala Vijayabalan (@ManobalaV) May 8, 2025ପାକିସ୍ତାନ ପଠାନକୋଟ୍ ବାୟୁସେନା ଘାଟିକୁ ମଧ୍ୟ ଟାର୍ଗେଟ୍ କରିଥିଲା, ହେଲେ ଏଥିରେ ସଫ
ନୂଆଦିଲ୍ଲୀ ୮।୫: ପାକିସ୍ତାନ ସେନା ଗୁରୁବାର ସନ୍ଧ୍ୟାରେ ଭାରତର ଉତ୍ତରେ ଜମ୍ମୁ-କାଶ୍ମୀରରୁ ଆରମ୍ଭ କରି ପଶ୍ଚିମର ଜୈସାଲମେର ପର୍ଯ୍ୟନ୍ତ ୧୫ଟି ଠିକଣା ଉପରେ କ୍ଷେପଣାସ୍ତ୍ର, ଡ୍ରୋନ ଓ ବିମାନ ଆକ୍ରମଣ କରିଥିଲା। ତେବେ ପାକିସ୍ତାନର ସବୁ ଉଦ୍ଦେଶ୍ୟ ଅତ୍ୟାଧୁନିକ ଏୟାରଡିଫେନ୍ସ ସିଷ୍ଟମ ବିଫଳ କରିଦେଇଛି। ପାକିସ୍ତାନ ତାର ଡ୍ରୋନ ଓ କ୍ଷେପଣାସ୍ତ୍ର ମାଧ୍ୟମରେ ଜମ୍ମୁ ଏୟାରଷ୍ଟ୍ରିପ୍ ସମେତ ଅନ୍ୟ ସୈନ୍ୟ ପ୍ରତିଷ୍ଠାନକୁ ଟାର୍ଗେଟ କରିବାକୁ ଚାହିଁଥିଲା। ହେଲେ ଏହା ସଫଳ ହୋଇ ନାହିଁ।
ଭାରତର ଏସ-୪୦୦ ଟ୍ର୍ୟୁମ୍ପ ଏୟାରଡିଫେନ୍ସ ସିଷ୍ଟମ ପାକିସ୍ତାନ ପଟରୁ ହୋଇଥିବା ପ୍ରତ୍ୟେକ ଆକ୍ରମଣର ସଠିକ ଜବାବ ଦେଇଛି। ଏହାର ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଲାଣି, ଯେଉଁଥିରେ ଦେଖା ଯାଉଛି ପାକିସ୍ତାନୀ କ୍ଷେପଣାସ୍ତ୍ର ଓ ଡ୍ରୋନଗୁଡିକୁ ଏସ-୪୦୦ ଗୋଟି ଗୋଟି କରି ନଷ୍ଟ କରି ଦେଉଛି। ପାକିସ୍ତାନୀ କ୍ଷେପଣାସ୍ତ୍ର ଜମ୍ମୁ ଏୟାରପୋର୍ଟ ଓ ସାମ୍ବା ସେକ୍ଟରେ ଖସାଇ ଦିଆଯାଇଛି। ଏହା ଛଡା ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ୨ଟି ପାକିସ୍ତାନୀ ଡ୍ରୋନକୁ ଖସାଇ ଦେଇଛି।
BREAKING: Pakistani pilot captured alive in India.
He was ejected from the downed F-16????️ pic.twitter.com/fN2Hn2NDXo— Manobala Vijayabalan (@ManobalaV) May 8, 2025
ପାକିସ୍ତାନ ପଠାନକୋଟ୍ ବାୟୁସେନା ଘାଟିକୁ ମଧ୍ୟ ଟାର୍ଗେଟ୍ କରିଥିଲା, ହେଲେ ଏଥିରେ ସଫଳ ହୋଇ ନାହିଁ। ପାକିସ୍ତାନୀ ଡ୍ରୋନକୁ ଭାରତୀୟ ସୁରକ୍ଷା ବଳ ଆକାଶରେ ଇଣ୍ଟରସେପ୍ଟ କରି ନଷ୍ଟ କରିଦେଇଛନ୍ତି। ଏଥି ମଧ୍ୟରେ ଜମ୍ମୁ ଏୟାରପୋର୍ଟରୁ ଭାରତୀୟ ବାୟୁସେନା (ଆଇଏଏଫ) ବିମାନ ଉଡାଣ କରିଛି। ସେପଟେ ରାଜସ୍ଥାନର ଜୈସାଲମେରରେ ପାକିସ୍ତାନ ପକ୍ଷରୁ ଆକ୍ରମଣ ଲାଗି ଅସଫଳ ପ୍ରୟାସ କରାଯାଇଥିଲା। ଏଥି ପାଇଁ ରାଜସ୍ଥାନର ସବୁ ସୀମାବର୍ତ୍ତି ଅଞ୍ଚଳକୁ ବ୍ଲାକ୍ ଆଉଟ୍ କରାଯାଇଥିଲା। ଏହା ଛଡା ଜମ୍ମୁ-କାଶ୍ମୀର ଏଲଓସିରେ ଭୀଷଣ ଗୁଳିଗୋଳା ବିନିମୟ ହେଉଛି।
Pakistani projectiles (missiles/drones) being smoked over Pathankot tonight. pic.twitter.com/KgkM4NlkKd— IndiaWarMonitor (@IndiaWarMonitor) May 8, 2025
ଗୁରୁବାର ସନ୍ଧ୍ୟାରେ ପାକିସ୍ତାନ ଆକ୍ରମଣର ଅସଫଳ ଉଦ୍ୟମରେ ଏକ ଏଫ-୧୬ ବିମାନ ହରାଇଛି। ତେବେ ପଠାନକୋଟ ବାୟୁସେନା ଘାଟି ଅଥବା ଜମ୍ମୁ-କାଶ୍ମୀର ଏୟାରପୋର୍ଟର କୌଣସି କ୍ଷତି ହୋଇ ନାହିଁ। ସେହିପରି ଜୈସାଲମେରରେ ଏୟାରପୋର୍ଟକୁ ମଧ୍ୟ ପାକିସ୍ତାନ ଟାର୍ଗେଟ କରିଥିଲା। ହେଲେ ତାହା ମଧ୍ୟ ବିଫଳ ହୋଇଛି, ବଦଳରେ ପାକିସ୍ତାନ ୨ଟି ଜେଏଫ-୧୭ ଯୁଦ୍ଧବିମାନ ହରାଇଛି।