ବୃଦ୍ଧି ପାଉଛି ଦେଓ ନଦୀର ଜଳସ୍ତର, ସାହାରପଡ଼ା ବ୍ଲକ୍ ଅଞ୍ଚଳ ଜଳାର୍ଣ୍ଣବ

ପାଟଣା ୨୬।୭: ଲଗାଣ ବର୍ଷା ଫଳରେ ସାହାରପଡା ବ୍ଲକ ଅଞ୍ଚଳରେ ଜଳାର୍ଣ୍ଣବ ସ୍ଥିତି ଦେଖିବାକୁ ମିଳିଛି । ଦେଓ ନଦୀର ଜଳସ୍ରୋତ ବୃଦ୍ଧି ପାଇ କୂଳ ଲଂଘୁଛି । ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ଦେଓ ନଦୀର ଜଳସ୍ରୋତ ବୃଦ୍ଧି ପାଇ ଏଭଳି ପରିସ୍ଥିତି ଉପୁଜିଛି । ଉଭୟ କେନ୍ଦୁଝର ଜିଲ୍ଲାର ସାହାରପଡା ଓ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ସୀମାନ୍ତ ଦେଇ ପ୍ରବାହିତ ହେଉଥିବା ଦେଓ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ନଦୀ କୂଳ ଲଂଘୁଛି । ନଦୀ କୂଳରେ ଥିବା ଆଦର୍ଶ ଶ୍ମଶାନ ଘରଟି ବନ୍ୟାଜଳରେ ବୁଡିଯାଇଛି ଏଥିସହ ସାହାରପଡା ବ୍ଲକ୍‌ର ତଳିଆ ଅଞ୍ଚଳର କିଛି ଗ୍ରାମରେ ବନ୍ୟାଜଳ ପଶିଥିବା ଜଣାପଡିଛି ।You Can Read:ବନ୍ଧା ହେଲେ ଜୟପୁର କୋଟିପତି ଡେପୁଟି ରେଞ୍ଜର , ରେଡ୍ ବେଳେ ମିଳିଥିଲା ବିପୁଳ ଟଙ୍କା ଓ ସଂପତ୍ତି

ବୃଦ୍ଧି ପାଉଛି ଦେଓ ନଦୀର ଜଳସ୍ତର, ସାହାରପଡ଼ା ବ୍ଲକ୍ ଅଞ୍ଚଳ ଜଳାର୍ଣ୍ଣବ

ପାଟଣା ୨୬।୭: ଲଗାଣ ବର୍ଷା ଫଳରେ ସାହାରପଡା ବ୍ଲକ ଅଞ୍ଚଳରେ ଜଳାର୍ଣ୍ଣବ ସ୍ଥିତି ଦେଖିବାକୁ ମିଳିଛି । ଦେଓ ନଦୀର ଜଳସ୍ରୋତ ବୃଦ୍ଧି ପାଇ କୂଳ ଲଂଘୁଛି । ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ଦେଓ ନଦୀର ଜଳସ୍ରୋତ ବୃଦ୍ଧି ପାଇ ଏଭଳି ପରିସ୍ଥିତି ଉପୁଜିଛି । ଉଭୟ କେନ୍ଦୁଝର ଜିଲ୍ଲାର ସାହାରପଡା ଓ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ସୀମାନ୍ତ ଦେଇ ପ୍ରବାହିତ ହେଉଥିବା ଦେଓ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ନଦୀ କୂଳ ଲଂଘୁଛି । ନଦୀ କୂଳରେ ଥିବା ଆଦର୍ଶ ଶ୍ମଶାନ ଘରଟି ବନ୍ୟାଜଳରେ ବୁଡିଯାଇଛି ଏଥିସହ ସାହାରପଡା ବ୍ଲକ୍‌ର ତଳିଆ ଅଞ୍ଚଳର କିଛି ଗ୍ରାମରେ ବନ୍ୟାଜଳ ପଶିଥିବା ଜଣାପଡିଛି ।

You Can Read:

ବନ୍ଧା ହେଲେ ଜୟପୁର କୋଟିପତି ଡେପୁଟି ରେଞ୍ଜର , ରେଡ୍ ବେଳେ ମିଳିଥିଲା ବିପୁଳ ଟଙ୍କା ଓ ସଂପତ୍ତି