ତୃତୀୟ ଥର ରଦ୍ଦ ହେଲା ଭାରତ ପ୍ରଥମ ସେମୀ- କ୍ରାୟୋଜେନିକ ଇଞ୍ଜିନ ରକେଟ ଲଞ୍ଚିଂ

ନୂଆଦିଲ୍ଲୀ: ଭାରତର ପ୍ରଥମ ସେମୀ-କ୍ରାୟୋଜେନିକ୍‌ ରକେଟ ଲଞ୍ଚିଂ ପୁଣି ଥରେ ରଦ୍ଦ ହୋଇଛି।ପୂର୍ବରୁ ଦୁଇ ଥର ଏହାର ଲଞ୍ଚିଂ ରଦ୍ଦ ହୋଇସାରିଥିବାବେଳେ ରବିବାର ତୃତୀୟ ଥର ପାଇଁ ରଦ୍ଦ ହୋଇଛି ଲଞ୍ଚିଂ ।ସୂଚନାଥାଉକି, ଚେନ୍ନାଇ ସ୍ଥିତ ସ୍ପେସ ଟେକ୍ ଷ୍ଟାର୍ଟଅପ୍‌ ଅଗ୍ନିକୁଲ କସମସ ରବିବାର ଅର୍ଥାତ ଏପ୍ରିଲ ୭ରେ ହେବାକୁ ଥିବା ଲଞ୍ଚିଂକୁ କିଛି ଯାନ୍ତ୍ରିକ ସମସ୍ୟା କାରଣରୁ ରଦ୍ଦ କରିଛି।ଏହା ପୂର୍ବରୁ ‘‘ଅଗ୍ନିବାଣ SOrTeD’ର ଲଞ୍ଚିଂ ମାର୍ଚ୍ଚ ୨୨ରେ ହେବାର ଥିଲା। କିନ୍ତୁ କିଛି ସମସ୍ୟା କାରଣରୁ ଗୋଟିଏ ଦିନ ପୂର୍ବରୁ ଲଞ୍ଚିଂ ରଦ୍ଦ କରିବାକୁ ପଡ଼ିଥିଲା। ଏହା ପରେ ଏପ୍ରିଲ ୬ରେ ଲଞ୍ଚିଂ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଗତକାଲି ମଧ୍ୟ ଲଞ୍ଚ ହୋଇପାରିନଥିଲା। ଆଉ ରବିବାର ମଧ୍ୟ ଲଞ୍ଚିଂ ରଦ୍ଦ ହୋଇଛି। ଏଭଳି ଭାବରେ ତିନି ଥର ଏହାର ଲଞ୍ଚିଂ ବାଧାପ୍ରାପ୍ତ ହୋଇଛି। କ’ଣ ରହିଛି ସ୍ବତନ୍ତ୍ରତା ?ଦେଶର ପ୍ରଥମ ସେମୀ-କ୍ରାୟୋଜେନିକ ଇଞ୍ଜିନ ରକେଟ, ସୁଦକ୍ଷ, କମ୍‌ ଖର୍ଚ୍ଚ, ସୁରକ୍ଷା ଏବଂ, ସୁଲଭ ପରିଚାଳନା ତୁଳନାରେ କ୍ରାୟୋଜେନିକ୍‌ ଇଞ୍ଜିନ୍‌ ତୁଳନାରେ ଉତ୍ତମ।ଏହି ରକେଟକୁ ସ୍ବଦେଶୀ ଭାବରେ ଡିଜାଇନ୍‌ ଏବଂ ପ୍ରସ୍ତୁତ କରାଯାଇଛି। ଏହାକୁ ପ୍ରସ୍ତୁତ କରୁଥିବା କମ୍ପାନି ‘ଅଗ୍ନିକୁଲ୍‌ କସମସ’ର କହିବା ଅନୁଯାୟୀ, ଅଗ୍ନିବାଣ ୩୦ରୁ ୩୦୦ କିଲୋଗ୍ରାମ ପେଲୋଡକୁ ୭୦୦ କିଲୋମିଟର ପର୍ଯ୍ୟନ୍ତ ଲୋ-ଅର୍ଥ- ଅରବିଟ୍ସକୁ ନେବାର

ତୃତୀୟ ଥର ରଦ୍ଦ ହେଲା ଭାରତ ପ୍ରଥମ ସେମୀ- କ୍ରାୟୋଜେନିକ ଇଞ୍ଜିନ ରକେଟ ଲଞ୍ଚିଂ

ନୂଆଦିଲ୍ଲୀ: ଭାରତର ପ୍ରଥମ ସେମୀ-କ୍ରାୟୋଜେନିକ୍‌ ରକେଟ ଲଞ୍ଚିଂ ପୁଣି ଥରେ ରଦ୍ଦ ହୋଇଛି।ପୂର୍ବରୁ ଦୁଇ ଥର ଏହାର ଲଞ୍ଚିଂ ରଦ୍ଦ ହୋଇସାରିଥିବାବେଳେ ରବିବାର ତୃତୀୟ ଥର ପାଇଁ ରଦ୍ଦ ହୋଇଛି ଲଞ୍ଚିଂ ।ସୂଚନାଥାଉକି, ଚେନ୍ନାଇ ସ୍ଥିତ ସ୍ପେସ ଟେକ୍ ଷ୍ଟାର୍ଟଅପ୍‌ ଅଗ୍ନିକୁଲ କସମସ ରବିବାର ଅର୍ଥାତ ଏପ୍ରିଲ ୭ରେ ହେବାକୁ ଥିବା ଲଞ୍ଚିଂକୁ କିଛି ଯାନ୍ତ୍ରିକ ସମସ୍ୟା କାରଣରୁ ରଦ୍ଦ କରିଛି।

ଏହା ପୂର୍ବରୁ ‘‘ଅଗ୍ନିବାଣ SOrTeD’ର ଲଞ୍ଚିଂ ମାର୍ଚ୍ଚ ୨୨ରେ ହେବାର ଥିଲା। କିନ୍ତୁ କିଛି ସମସ୍ୟା କାରଣରୁ ଗୋଟିଏ ଦିନ ପୂର୍ବରୁ ଲଞ୍ଚିଂ ରଦ୍ଦ କରିବାକୁ ପଡ଼ିଥିଲା। ଏହା ପରେ ଏପ୍ରିଲ ୬ରେ ଲଞ୍ଚିଂ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଗତକାଲି ମଧ୍ୟ ଲଞ୍ଚ ହୋଇପାରିନଥିଲା। ଆଉ ରବିବାର ମଧ୍ୟ ଲଞ୍ଚିଂ ରଦ୍ଦ ହୋଇଛି। ଏଭଳି ଭାବରେ ତିନି ଥର ଏହାର ଲଞ୍ଚିଂ ବାଧାପ୍ରାପ୍ତ ହୋଇଛି। 

କ’ଣ ରହିଛି ସ୍ବତନ୍ତ୍ରତା ?

ଦେଶର ପ୍ରଥମ ସେମୀ-କ୍ରାୟୋଜେନିକ ଇଞ୍ଜିନ ରକେଟ, ସୁଦକ୍ଷ, କମ୍‌ ଖର୍ଚ୍ଚ, ସୁରକ୍ଷା ଏବଂ, ସୁଲଭ ପରିଚାଳନା ତୁଳନାରେ କ୍ରାୟୋଜେନିକ୍‌ ଇଞ୍ଜିନ୍‌ ତୁଳନାରେ ଉତ୍ତମ।ଏହି ରକେଟକୁ ସ୍ବଦେଶୀ ଭାବରେ ଡିଜାଇନ୍‌ ଏବଂ ପ୍ରସ୍ତୁତ କରାଯାଇଛି। ଏହାକୁ ପ୍ରସ୍ତୁତ କରୁଥିବା କମ୍ପାନି ‘ଅଗ୍ନିକୁଲ୍‌ କସମସ’ର କହିବା ଅନୁଯାୟୀ, ଅଗ୍ନିବାଣ ୩୦ରୁ ୩୦୦ କିଲୋଗ୍ରାମ ପେଲୋଡକୁ ୭୦୦ କିଲୋମିଟର ପର୍ଯ୍ୟନ୍ତ ଲୋ-ଅର୍ଥ- ଅରବିଟ୍ସକୁ ନେବାରେ ସକ୍ଷମ। ଅଗ୍ନିକୁଲ କସମସକୁ ୨୦୧୭ରେ ଆଇଆଇଟି ମାଡ୍ରାସର ଶ୍ରୀନାଥ ରବିଚନ୍ଦ୍ରନ, ମୋଇନ ଏସପିଏମ ଏବଂ ଏସଆର ଚକ୍ରବର୍ତ୍ତୀ ଆରମ୍ଭ କରିଥିଲେ।