ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ ରଜାପଡ଼ାରେ ଥିବା ସ୍ବର୍ଗତଃ ବିଜୟ ରଞ୍ଜନ ସିଂ ବରିହାଙ୍କ ସମାଧିପୀଠରେ ମାଲ୍ୟାର୍ପଣ କଲା ପରେ ପ୍ରଥମେ ବିଜୁ ଜନତା ଦଳ କାର୍ଯ୍ୟାଳୟକୁ ଯାଇଥିଲେ। ଆଜି ତାଙ୍କ ପ୍ରାର୍ଥିପତ୍ର ଦାଖଲର ଦିବସ ହୋଇଥିବାରୁ ପଦ୍ମପୁର ସହର ଚଳଚଞ୍ଚଳ ହୋଇପଡ଼ିଛି। ଏପରିକି ଗ୍ରାମାଞ୍ଚଳ ତଥା ପାଇକମାଳ, ଝାରବନ୍ଧ ଅଞ୍ଚଳରୁ ତାଙ୍କ ନାମାଙ୍କନପତ୍ର ଦାଖଲରେ […] The post ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ appeared first on Dharitri Odia News.

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ ରଜାପଡ଼ାରେ ଥିବା ସ୍ବର୍ଗତଃ ବିଜୟ ରଞ୍ଜନ ସିଂ ବରିହାଙ୍କ ସମାଧିପୀଠରେ ମାଲ୍ୟାର୍ପଣ କଲା ପରେ ପ୍ରଥମେ ବିଜୁ ଜନତା ଦଳ କାର୍ଯ୍ୟାଳୟକୁ ଯାଇଥିଲେ। ଆଜି ତାଙ୍କ ପ୍ରାର୍ଥିପତ୍ର ଦାଖଲର ଦିବସ ହୋଇଥିବାରୁ ପଦ୍ମପୁର ସହର ଚଳଚଞ୍ଚଳ ହୋଇପଡ଼ିଛି।

ଏପରିକି ଗ୍ରାମାଞ୍ଚଳ ତଥା ପାଇକମାଳ, ଝାରବନ୍ଧ ଅଞ୍ଚଳରୁ ତାଙ୍କ ନାମାଙ୍କନପତ୍ର ଦାଖଲରେ କର୍ମୀମାନେ ଯାନବାହନ ଯୋଗେ ଆସୁଥିବା ଲକ୍ଷ୍ୟ କରାଯାଇଛି। ବାପାଙ୍କ ସମାଧିପୀଠରେ ମାଲ୍ୟାର୍ପଣ କରୁଥିବା ସମୟରେ ଅତୀତର ଅଭୁଲା ସ୍ମୃତିକୁ ମନେ ପକାଇ ବର୍ଷାଙ୍କ ଆଖିରୁ ଲୁହଧାର ଝରିପଡ଼ିଥିଲା। ସାଙ୍ଗରେ ସ୍ବାମୀ ସ୍କୃତି ସୌରଭ ବଳିୟାର ସିଂ, ଭାଇ ଭୋଜରାଜ ସିଂ ବରିହା ଉପସ୍ଥିତ ଥିଲେ।

The post ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ appeared first on Dharitri Odia News.