ଓଲଟିଲା କୁକୁଡ଼ା ବୋଝେଇ ପିକଅପ୍‌: ଯିଏ ଯୁଆଡେ ପାଇଲେ ବୋହି ନେଲେ

ପାଟଣା,୨୪।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ରବିବାର ଭୋରରୁ ଏକ କୁକୁଡ଼ା ବୋଝେଇ ପିକଅପ୍‌ ଭ୍ୟାନ ଓଲଟିପଡିଛି। ଅନୁଗୋଳରୁ ଏହି କୁକୁଡ଼ା ବୋଝେଇ ପିକ୍‌ଅପ ଭ୍ୟାନଟି ରାଇରଙ୍ଗପୁରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଚାପି ହୋଇ ଅନେକ କୁକୁଡ଼ା ମରି ଯାଇଥିବା ବେଳେ, ଲୋକେ କୁକୁଡ଼ା ବୋହି ନେଇଛନ୍ତି। ତୁରୁମୁଙ୍ଗା ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଜାରି […] The post ଓଲଟିଲା କୁକୁଡ଼ା ବୋଝେଇ ପିକଅପ୍‌: ଯିଏ ଯୁଆଡେ ପାଇଲେ ବୋହି ନେଲେ appeared first on Dharitri Odia News.

ଓଲଟିଲା କୁକୁଡ଼ା ବୋଝେଇ ପିକଅପ୍‌: ଯିଏ ଯୁଆଡେ ପାଇଲେ ବୋହି ନେଲେ

ପାଟଣା,୨୪।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ରବିବାର ଭୋରରୁ ଏକ କୁକୁଡ଼ା ବୋଝେଇ ପିକଅପ୍‌ ଭ୍ୟାନ ଓଲଟିପଡିଛି। ଅନୁଗୋଳରୁ ଏହି କୁକୁଡ଼ା ବୋଝେଇ ପିକ୍‌ଅପ ଭ୍ୟାନଟି ରାଇରଙ୍ଗପୁରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଚାପି ହୋଇ ଅନେକ କୁକୁଡ଼ା ମରି ଯାଇଥିବା ବେଳେ, ଲୋକେ କୁକୁଡ଼ା ବୋହି ନେଇଛନ୍ତି। ତୁରୁମୁଙ୍ଗା ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି। ଦୁର୍ଘଟଣାରେ ଗାଡିର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

The post ଓଲଟିଲା କୁକୁଡ଼ା ବୋଝେଇ ପିକଅପ୍‌: ଯିଏ ଯୁଆଡେ ପାଇଲେ ବୋହି ନେଲେ appeared first on Dharitri Odia News.