ନିର୍ବାଚନ ପ୍ରଚାରରେ ରାଜନୈତିକ ଦଳଗୁଡ଼ିକୁ ସତର୍କ ରୁହନ୍ତୁ: ଇସି
ନୂଆଦିଲ୍ଲୀ,୧୬।୧: ନିର୍ବାଚନ ପ୍ରଚାରରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ଉପଯୋଗ ବଢ଼ୁଥିବା ଏବଂ ଏହା ଭୋଟରଙ୍କ ମତାମତକୁ ପ୍ରଭାବିତ କରିବା ସମ୍ଭାବନା ଥିବାରୁ ନିର୍ବାଚନ କମିଶନ (ଇସି) ଗୁରୁବାର ରାଜନୈତିକ ଦଳଗୁଡ଼ିକ ପାଇଁ ଆଡଭାଇଜରି ଜାରି କରିଛନ୍ତି। ଏଆଇ ସୃଷ୍ଟି କଣ୍ଟେଣ୍ଟର ବ୍ୟବହାରରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ପାଇଁ ଇସି ଦଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏଆଇ ପ୍ରଯୁକ୍ତି ଦ୍ୱାରା ପ୍ରସ୍ତୁତ ବା ପରିବର୍ତ୍ତିତ ଫଟୋ, ଭିଡିଓ, ଅଡିଓ କିମ୍ବା ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକରେ ଏଆଇ-ଜେନେରେଟେଡ୍/ଡିଜିଟାଲୀ ଏନ୍ହାନ୍ସଡ/ସିନ୍ଥେଟିକ୍ କଣ୍ଟେଣ୍ଟ ସ୍ପଷ୍ଟ ଭାବେ […] The post ନିର୍ବାଚନ ପ୍ରଚାରରେ ରାଜନୈତିକ ଦଳଗୁଡ଼ିକୁ ସତର୍କ ରୁହନ୍ତୁ: ଇସି appeared first on Dharitri Odia News.
ନୂଆଦିଲ୍ଲୀ,୧୬।୧: ନିର୍ବାଚନ ପ୍ରଚାରରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ଉପଯୋଗ ବଢ଼ୁଥିବା ଏବଂ ଏହା ଭୋଟରଙ୍କ ମତାମତକୁ ପ୍ରଭାବିତ କରିବା ସମ୍ଭାବନା ଥିବାରୁ ନିର୍ବାଚନ କମିଶନ (ଇସି) ଗୁରୁବାର ରାଜନୈତିକ ଦଳଗୁଡ଼ିକ ପାଇଁ ଆଡଭାଇଜରି ଜାରି କରିଛନ୍ତି। ଏଆଇ ସୃଷ୍ଟି କଣ୍ଟେଣ୍ଟର ବ୍ୟବହାରରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ପାଇଁ ଇସି ଦଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି।
ଏଆଇ ପ୍ରଯୁକ୍ତି ଦ୍ୱାରା ପ୍ରସ୍ତୁତ ବା ପରିବର୍ତ୍ତିତ ଫଟୋ, ଭିଡିଓ, ଅଡିଓ କିମ୍ବା ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକରେ ଏଆଇ-ଜେନେରେଟେଡ୍/ଡିଜିଟାଲୀ ଏନ୍ହାନ୍ସଡ/ସିନ୍ଥେଟିକ୍ କଣ୍ଟେଣ୍ଟ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ରାଜନୈତିକ ଦଳଗୁଡ଼ିକୁ କୁହାଯାଇଛି। ସିନ୍ଥେଟିକ୍ କଣ୍ଟେଣ୍ଟ ବ୍ୟବହୃତ ପ୍ରଚାର ବିଜ୍ଞାପନ କିମ୍ବା ପ୍ରଚାରଧର୍ମୀ ବିଷୟବସ୍ତୁ ଗୁଡ଼ିକର ପ୍ରସାର ସମୟରେ ରାଜନୈତିକ ଦଳଙ୍କୁ ଏକ ଘୋଷଣାନାମା ଦେବାକୁ ହେବ।
ଏଆଇ ଏବଂ ଡିପ୍ ଫେକ୍ ଦ୍ୱାରା ଭୁଲ୍ ତଥ୍ୟ ପ୍ରସାରିତ ହେବା ସମ୍ଭାବନା ସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ନିକଟରେ ସତର୍କ କରାଇଥିଲେ। ନିର୍ବାଚନ ପ୍ରକ୍ରିୟାରେ ରହିଥିବା ଆସ୍ଥା ପ୍ରତି ଏହା କ୍ଷତି ପହଞ୍ଚାଇପାରେ ବୋଲି ସେ ଚିନ୍ତାବ୍ୟକ୍ତ କରିଥିଲେ। ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମଗୁଡ଼ିକର ଦାୟିତ୍ୱସମ୍ପନ୍ନ ଏବଂ ନୈତିକ ବ୍ୟବହାର ପାଇଁ ନିର୍ବାଚନ କମିଶନ ଗତବର୍ଷ ଲୋକ ସଭା ନିର୍ବାଚନ ବେଳେ ମାର୍ଗଦର୍ଶିକା ଜାରି କରିଥିଲେ।
The post ନିର୍ବାଚନ ପ୍ରଚାରରେ ରାଜନୈତିକ ଦଳଗୁଡ଼ିକୁ ସତର୍କ ରୁହନ୍ତୁ: ଇସି appeared first on Dharitri Odia News.