ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଗିରଫ ପାଇଁ ଓ୍ବାରେଣ୍ଟ ଜାରି
ସିଓଲ,୩୧ା୧୨: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟେଓଲଙ୍କ ବିରୋଧରେ ମହାଭିଯୋଗ ଗୃହୀତ ହୋଇଥିବାବେଳେ ତାଙ୍କୁ ଗିରଫ କରିବା ସହ ତାଙ୍କ କାର୍ଯ୍ୟାଳୟର ତଲାସି ନେବା ପାଇଁ ସେଠାର ଏକ ଅଦାଲତ ଓ୍ବାରେଣ୍ଟ ଜାରି କରିଛନ୍ତି। ଦୁର୍ନୀତି ନିବାରଣ ସଂସ୍ଥା ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ଦେଶରେ ସାମରିକ ଆଇନ ଲାଗୁ କରିବା ଘଟଣାରେ ସିଓଲ୍ ଓ୍ବେଷ୍ଟର୍ନ ଡିଷ୍ଟ୍ରିକ୍ଟ କୋର୍ଟ ଓ୍ବାରେଣ୍ଟ ଜାରି କରିଛି। ଦେଶରେ ବିଦ୍ରୋହ ସୃଷ୍ଟିର କାରଣ ସାମରିକ ଆଇନ ଲାଗୁ କି […] The post ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଗିରଫ ପାଇଁ ଓ୍ବାରେଣ୍ଟ ଜାରି appeared first on Dharitri Odia News.
ସିଓଲ,୩୧ା୧୨: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟେଓଲଙ୍କ ବିରୋଧରେ ମହାଭିଯୋଗ ଗୃହୀତ ହୋଇଥିବାବେଳେ ତାଙ୍କୁ ଗିରଫ କରିବା ସହ ତାଙ୍କ କାର୍ଯ୍ୟାଳୟର ତଲାସି ନେବା ପାଇଁ ସେଠାର ଏକ ଅଦାଲତ ଓ୍ବାରେଣ୍ଟ ଜାରି କରିଛନ୍ତି। ଦୁର୍ନୀତି ନିବାରଣ ସଂସ୍ଥା ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ଦେଶରେ ସାମରିକ ଆଇନ ଲାଗୁ କରିବା ଘଟଣାରେ ସିଓଲ୍ ଓ୍ବେଷ୍ଟର୍ନ ଡିଷ୍ଟ୍ରିକ୍ଟ କୋର୍ଟ ଓ୍ବାରେଣ୍ଟ ଜାରି କରିଛି।
ଦେଶରେ ବିଦ୍ରୋହ ସୃଷ୍ଟିର କାରଣ ସାମରିକ ଆଇନ ଲାଗୁ କି ନୁହେଁ, କରପ୍ସନ ଇନ୍ଭେଷ୍ଟିଗେଶନ କାର୍ଯ୍ୟାଳୟ ତାହାର ତଦନ୍ତ କରୁଛି। ଗତ ୧୪ ତାରିଖରେ ବିରୋଧୀ ଦଳ ନିୟନ୍ତ୍ରିତ ନ୍ୟାଶନାଲ ଆସେମ୍ବ୍ଲିରେ ୟୁନ୍ଙ୍କ ବିରୋଧରେ ମହାଭିଯୋଗ ଗୃହୀତ ହେବା ପରେ ତାଙ୍କ କ୍ଷମତା କାଢ଼ିନିଆଯାଇଛି। ତାଙ୍କୁ ରାଷ୍ଟ୍ରପତି ପଦରୁ ବରଖାସ୍ତ କରାଯିବ କି ଉକ୍ତ ପଦରେ ପୁନଃ ଅବସ୍ଥାପିତ କରାଯିବ, ସେ ନେଇ ସାମ୍ବିଧାନିକ ଅଦାଲତ ନିଷ୍ପତ୍ତି ନେବେ।
ତେବେ ବାରମ୍ବାର ଅପିଲ୍ ସତ୍ତ୍ୱେ ସେ ଜେରା ପାଇଁ ତଦନ୍ତକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେଉ ନାହାନ୍ତି, କି ତାଙ୍କ କାର୍ଯ୍ୟାଳୟର ତଲାସି ପାଇଁ ଅନୁମତି ଦେଉ ନାହାନ୍ତି। ଆପରାଧିକ ମାମଲାରେ ରାଷ୍ଟ୍ରପତିଙ୍କୁ ତଦନ୍ତ ପରିସରରୁ ବାଦ୍ ଦିଆଯାଇଥାଏ। ତେବେ ବିଦ୍ରୋହ କିମ୍ବା ଦେଶଦ୍ରୋହ ଅଭିଯୋଗରେ ତାଙ୍କୁ ଏହି ସୁବିଧା ମିଳିବ ନାହିଁ।
The post ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଗିରଫ ପାଇଁ ଓ୍ବାରେଣ୍ଟ ଜାରି appeared first on Dharitri Odia News.