ସରକାର ଗଢ଼ିବେ ନା ବିରୋଧୀରେ ବସିବେ, ଆଜି INDIA ବ୍ଲକର ବୈଠକ

INDIA ବ୍ଲକର୍‌ ଏହି ବୈଠକ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ଅନୁଷ୍ଠିତ ହେବ।

ସରକାର ଗଢ଼ିବେ ନା ବିରୋଧୀରେ ବସିବେ, ଆଜି INDIA ବ୍ଲକର ବୈଠକ

ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଆଗକୁ ରଣନୀତି କ'ଣ ହେବ ତାକୁ ନେଇ ଆଜି ଇଣ୍ଡି ଆଲାଏନ୍ସର ବୈଠକ ବସିବାକୁ ଯାଇଛି। ଆଜି ସନ୍ଧ୍ୟାରେ ଏହି ବୈଠକ କରିବା କାର୍ଯ୍ୟକ୍ରମ ରହିଛି। ଇଣ୍ଡିଆ ମିଳିତ ମଞ୍ଚ ବିରୋଧୀ ଦଳରେ ବସିବ ନା ସରକାର ଗଠନ କରିବ ତାହା ଆଜି ଏହି ବୈଠକରେ ନିଷ୍ପତ୍ତି ହେବ।

INDIA ବ୍ଲକର୍‌ ଏହି ବୈଠକ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ଅନୁଷ୍ଠିତ ହେବ। ଏହି ବୈଠକ ବ୍ୟତୀତ କଂଗ୍ରେସ ଦଳର ଏକ ଭିନ୍ନ ବୈଠକ ମଧ୍ୟ ହେବ। ଏଥିରେ ମିଳିତ ଦଳର ନେତାଙ୍କ ସହ ବୈଠକରେ କେଉଁ ଆଭିମୁଖ୍ୟ ଗ୍ରହଣ କରାଯିବ ତାହା ସ୍ଥିର କରାଯିବ। 

ସେପଟେ ଏହି ବୈଠକରେ ଯୋଗ ଦେବା ଇଣ୍ଡିଆ ମେଣ୍ଟର ସମସ୍ତ ନେତା ଦିଲ୍ଲୀରେ ଅଭିମୁଖେ ବାହାରିଛନ୍ତି। ଏନ୍‌ସିପି(ଏସ୍‌ପି) ପ୍ରମୁଖ ଶରଦ ପାଓ୍ୱାର ନିଜ ଝିଅ ସୁପ୍ରିୟା ସୁଲେଙ୍କ ସହ ଇଣ୍ଡିଆ ମେଣ୍ଟର ବୈଠକରେ ସାମିଲ ହେବା ପାଇଁ ଉଭୟ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି।

ସପେଟେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ପ୍ରମୁଖ ଏମ୍‌କେ ଷ୍ଟାଲିନ ମଧ୍ୟ ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀ ଆସିଛନ୍ତି। ଟିଏମ୍‌ସି ତରଫରୁ ଏହି ବୈଠକରେ ଅଭିଷେକ ବାନାର୍ଜୀ ସାମିଲ ହେବେ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଏହି ବୈଠକରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।

ମଙ୍ଗଳବାର ଫଳାଫଳ ଘୋଷଣା ହେବା ପରେ କଂଗ୍ରେସ ସଭାପତି ଖଡଗେ କହିଥିଲେ, ବୈଠକ ପରେ ହିଁ ଆମେ ପରବର୍ତ୍ତୀ ରଣନୀତି କ'ଣ କରାଯିବ ତାହା ସ୍ଥିର କରିବୁ। ଯଦି ପୂରା ଷ୍ଟ୍ରାଟେଜୀ ଏବେ କହିଦେବୁ ତେବ ମୋଦି ଜୀ ଚତୁର ହୋଇଯିବେ।