ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ନିଶା ସେବନ କରି ସ୍ନାନ କରୁଥିଲେ

ପୁରୀ ୧୫/୨: ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ଅଭାବନୀୟ । ପୁଷ୍କରିଣୀରେ ବୁଡ଼ି ଯାଇ ଜଣେ ବ୍ୟକ୍ତିଙ୍କର ହୋଇଛି । ମୃତ ବ୍ୟକ୍ତି ଟାଉନ ଥାନା ଅଧିନ ଧାନକୁଟି ସାହିର ଆଲୋକ ବାରିକ। ଶୁକ୍ରବାର ରାତିରେ ପୁଷ୍କରିଣୀରେ ବୁଡ଼ି ଯାଇ ଆଲୋକଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ଓ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଶନିବାର ସକାଳେ ଶ୍ବେତଗଙ୍ଗା ପୁଷ୍କରିଣୀରେ କିଛି ଯୁବକ ସ୍ନାନ କରୁଥିବା ସମୟରେ ମୃତଦେହ ଦେଖିବାକୁ ପାଇଥିଲେ। ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଥାନାକୁ ଯୁବକମାନେ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲ। ତେବେ ନିଶା ସେବନ କରି ପୁଷ୍କରିଣୀରେ ସ୍ନାନ କରୁଥିବା ସମୟରେ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ପୋଲିସ କହିଛି। 

ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ନିଶା ସେବନ କରି ସ୍ନାନ କରୁଥିଲେ

ପୁରୀ ୧୫/୨: ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ଅଭାବନୀୟ । ପୁଷ୍କରିଣୀରେ ବୁଡ଼ି ଯାଇ ଜଣେ ବ୍ୟକ୍ତିଙ୍କର ହୋଇଛି । ମୃତ ବ୍ୟକ୍ତି ଟାଉନ ଥାନା ଅଧିନ ଧାନକୁଟି ସାହିର ଆଲୋକ ବାରିକ। ଶୁକ୍ରବାର ରାତିରେ ପୁଷ୍କରିଣୀରେ ବୁଡ଼ି ଯାଇ ଆଲୋକଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। 

ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ଓ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଶନିବାର ସକାଳେ ଶ୍ବେତଗଙ୍ଗା ପୁଷ୍କରିଣୀରେ କିଛି ଯୁବକ ସ୍ନାନ କରୁଥିବା ସମୟରେ ମୃତଦେହ ଦେଖିବାକୁ ପାଇଥିଲେ। ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଥାନାକୁ ଯୁବକମାନେ ଖବର ଦେଇଥିଲେ। 

ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲ। ତେବେ ନିଶା ସେବନ କରି ପୁଷ୍କରିଣୀରେ ସ୍ନାନ କରୁଥିବା ସମୟରେ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ପୋଲିସ କହିଛି।