ସିଦ୍ଧି ପୀଠରେ ଡଃ.ପ୍ରମୋଦ ରଥ:ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ଲୋଡିଲେ ମତାମତ
ସମ୍ବଲପୁର(ରେଢାଖୋଲ):ରେଢାଖୋଲ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆଜି ବିଜେପିର ଡଃ.ପ୍ରମୋଦ ରଥ ଜନ ସଂପର୍କରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ତୃଣମୂଳ ସ୍ତରରେ ରହିଥିବା ବିଭିନ୍ନ ସମସ୍ୟା କ’ଣ ଓ କିପରି ଏହାର ସମାଧାନ ହୋଇପାରିବ ସେ ଦିଗରେ ଜନ ମତାମତକୁ ମଧ୍ୟ ସମ୍ମାନର ସହିତ ସେ ଗ୍ରହଣ କରିଥିଲେ।ଆଜି ଡଃ.ପ୍ରମୋଦ ରଥ ଯୁଯୋମୁରା ,ନାକଟିଦେଉଲ ଓ ରେଢାଖୋଲ ବ୍ଲକର ବିଭିନ୍ନ ଅଞ୍ଚଳର ତୃଣମୂଳ ସାଧାରଣ ନାଗରୀକ ମାନଙ୍କୁ ଭେଟିବା ପରେ ସିଦ୍ଧି ପୀଠ ଦର୍ଶନ କରିଥିଲେ।ରେଢାଖୋଲ […] The post ସିଦ୍ଧି ପୀଠରେ ଡଃ.ପ୍ରମୋଦ ରଥ:ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ଲୋଡିଲେ ମତାମତ appeared first on Odisha.News.

ସମ୍ବଲପୁର(ରେଢାଖୋଲ):ରେଢାଖୋଲ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆଜି ବିଜେପିର ଡଃ.ପ୍ରମୋଦ ରଥ ଜନ ସଂପର୍କରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ତୃଣମୂଳ ସ୍ତରରେ ରହିଥିବା ବିଭିନ୍ନ ସମସ୍ୟା କ’ଣ ଓ କିପରି ଏହାର ସମାଧାନ ହୋଇପାରିବ ସେ ଦିଗରେ ଜନ ମତାମତକୁ ମଧ୍ୟ ସମ୍ମାନର ସହିତ ସେ ଗ୍ରହଣ କରିଥିଲେ।ଆଜି ଡଃ.ପ୍ରମୋଦ ରଥ ଯୁଯୋମୁରା ,ନାକଟିଦେଉଲ ଓ ରେଢାଖୋଲ ବ୍ଲକର ବିଭିନ୍ନ ଅଞ୍ଚଳର ତୃଣମୂଳ ସାଧାରଣ ନାଗରୀକ ମାନଙ୍କୁ ଭେଟିବା ପରେ ସିଦ୍ଧି ପୀଠ ଦର୍ଶନ କରିଥିଲେ।ରେଢାଖୋଲ ବ୍ଲକ୍ ଅନ୍ତର୍ଗତ କଦଲିଗଡ ପଞ୍ଚାୟତର ସନ୍ଥକବି ଭୀମ ଭୋଇଙ୍କ ଜନ୍ମସ୍ଥାନ ମଧୁପୁର ଠାରେ ଥିବା ସିଦ୍ଧି ପୀଠରେ ପହଞ୍ଚି ଅଲେଖ ମହିମା ମହିମା ସାଧୁ ସନ୍ଥକୁ ଭେଟି ଏହି ଅଞ୍ଚଲର ବିକାଶର କଣ ରହିଥିଲା ପ୍ରତିବନ୍ଧକ ଓ ଏହାକୁ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ ପାଇଁ କ’ଣ କରାଯାଇପାରେ ବୋଲି ସାଧୁ ସନ୍ଥ ଓ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବର୍ଗଙ୍କୁ ଭେଟି ମତାମତ ସଂଗ୍ରହ କରିଛନ୍ତି।ଫେରିବା ବାଟରେ ମାନେଶ୍ୱର ବ୍ଲକର କେତେକ ନେତୃ ସ୍ଥାନୀୟଙ୍କୁ ମଧ୍ୟ ଭେଟି ରେଢାଖୋଲ ନିର୍ବାଚନ ମଣ୍ଡଳୀର ବିକାଶ ଦିଗରେ କଣ କରାଯିବାର ଆବଶ୍ୟକତା ରହିଛି ସେ ସଂପର୍କରେ ମତାମତ ସଂଗ୍ରହ କରିଥିଲେ । ଡଃ ରଥଙ୍କ ଏଭଳି ଜନ ସଂପର୍କକୁ ସାଧାରଣରେ ବହୁତ ପ୍ରଶଂସା କରାଯାଇଛି।
The post ସିଦ୍ଧି ପୀଠରେ ଡଃ.ପ୍ରମୋଦ ରଥ:ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ଲୋଡିଲେ ମତାମତ appeared first on Odisha.News.