ସମ୍ଭାବ୍ୟ ବାତାକୁ ନେଇ ରାଜସ୍ବ ମନ୍ତ୍ରୀ ଦେଲେ ବଡ଼ ସୂଚନା, ପୂରା ୩୦ ଜିଲାରେ…
ଭୁବନେଶ୍ୱର,୨୧ା୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’ ମୁକାବିଲା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସରକାର ପୂରା ପ୍ରସ୍ତୁତ। କେବଳ ସମ୍ଭାବ୍ୟ ପ୍ରଭାବିତ ଜିଲା ନୁହେଁ, ପୂରା ୩୦ ଜିଲାରେ ପ୍ରସ୍ତୁତି ଜାରି ରହିବ। ୩୦ ଜିଲାରେ ଓଡ୍ରାଫ୍ ଟିମ୍ ମୁତୟନ ରହିବା ସହ ଏନ୍ଡିଆର୍ଏଫ୍ ମଧ୍ୟ ସତର୍କ ରହିବେ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନ ଯିବା ପାଇଁ ସତର୍କ ସୂଚନା ଦିଆଯାଇଛି। ଟ୍ରଲରମାଲିକ ଯଦି ଜୋର୍ କରି ପଠାନ୍ତି, ତେବେ ତାଙ୍କ […] The post ସମ୍ଭାବ୍ୟ ବାତାକୁ ନେଇ ରାଜସ୍ବ ମନ୍ତ୍ରୀ ଦେଲେ ବଡ଼ ସୂଚନା, ପୂରା ୩୦ ଜିଲାରେ… appeared first on Dharitri Odia News.
ଭୁବନେଶ୍ୱର,୨୧ା୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’ ମୁକାବିଲା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସରକାର ପୂରା ପ୍ରସ୍ତୁତ। କେବଳ ସମ୍ଭାବ୍ୟ ପ୍ରଭାବିତ ଜିଲା ନୁହେଁ, ପୂରା ୩୦ ଜିଲାରେ ପ୍ରସ୍ତୁତି ଜାରି ରହିବ। ୩୦ ଜିଲାରେ ଓଡ୍ରାଫ୍ ଟିମ୍ ମୁତୟନ ରହିବା ସହ ଏନ୍ଡିଆର୍ଏଫ୍ ମଧ୍ୟ ସତର୍କ ରହିବେ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନ ଯିବା ପାଇଁ ସତର୍କ ସୂଚନା ଦିଆଯାଇଛି। ଟ୍ରଲରମାଲିକ ଯଦି ଜୋର୍ କରି ପଠାନ୍ତି, ତେବେ ତାଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସେ କହିଛନ୍ତି ରାଜ୍ୟ ମୁଖ୍ୟ ସଚିବ, ଏସ୍ଆର୍ସି ସମୀକ୍ଷା କରିଛନ୍ତି, ମୁଁ ବି ସମୀକ୍ଷା କରିବି। ସମୟ ଯେତେ ପାଖେଇ ଆସିବ, ଆମେ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ କରିବୁ। ଆବଶ୍ୟକ ହେଲେ ଯଥେଷ୍ଟ ଆଗରୁ ମଧ୍ୟ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ, କେହି ଭୟଭୀତ ହୁଅନ୍ତୁନି ବୋଲି ରାଜସ୍ବ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’ ର ଗତିପଥ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ ଟ୍ରାକ୍ ଜାରି କରିଛି। ଆଇଏମଡି ଅନୁଯାୟୀ, ସୋମବାର ଏହା ଲଘୁଚାପରେ ପରିଣତ ହୋଇଛି।
କ୍ରମେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ୨୨ ଅକ୍ଟୋବର ସକାଳ ସୁଦ୍ଧା ଅବପାତ ଏବଂ ୨୩ ଅକ୍ଟୋବର ସୁଦ୍ଧା ବଙ୍ଗୋପସାଗରର ପୂର୍ବ ସେଣ୍ଟ୍ରାଲ୍ ଉପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏହା ପରେ, ୨୪ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଯାଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ସମ୍ଭାବନା ଅଧିକ ବୋଲି ଆଇଏମଡି ବୁଲେଟିନ୍ ଯୋଗ କହିଛି। ଅର୍ଥାତ ଏହା ପୁରୀରୁ ଦୀଘା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।
ପୂର୍ବାନୁମାନ ପଥ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅକ୍ଟୋବର ୨୪ରେ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ରହିପାରେ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ଯେ, ୨୩, ୨୪, ୨୫ରେ ତିନି ଧରି ଅଧିକାଂଶ ସ୍ଥାନରେ ବର୍ଷା ହେବ। ବାତ୍ୟାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲାରେ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଇଛି । ଏହି ସମୟରେ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ୩୦ରୁ ସେମିରୁ ଅଧିକ ବର୍ଷା ସମ୍ଭାବନା ମଧ୍ୟ ରହିଛି। ବିଶେଷକରି ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହେବ।
ବାତ୍ୟାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲାରେ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଇଛି । ସେହିଭଳି କେତେକ ସ୍ଥାନରେ ଆସନ୍ତା ଗୁରୁବାର ଏବଂ ଶୁକ୍ରବାର ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ପାଣିପାଗ ପୂର୍ବାନୁମାନ କରିଛି ଯେ, ଜି.ଏଫ୍.ଏସ୍.ର ମଡେଲ୍ ଅନୁସାରେ ବାତ୍ୟା ଅତି ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ସମୟରେ ପବନ ୧୪୦ରୁ ୧୫୦ କିଲୋମିଟର ବେଗରେ ବହିବା ସମ୍ଭାବନା ଅଛି ।
The post ସମ୍ଭାବ୍ୟ ବାତାକୁ ନେଇ ରାଜସ୍ବ ମନ୍ତ୍ରୀ ଦେଲେ ବଡ଼ ସୂଚନା, ପୂରା ୩୦ ଜିଲାରେ… appeared first on Dharitri Odia News.