ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ ଲୋକେ ବାହାରେ ଖାଇବାଠାରୁ ଘରେ ପ୍ରସ୍ତୁତ କରି ଖାଇବାକୁ ପସନ୍ଦ କରୁଛନ୍ତି। ଏମିତିରେ ଆପଣ ମଧ୍ୟ ଅତି ସହଜରେ ଆମ୍ବର କୁଲ୍‌ଫି ପ୍ରସ୍ତୁତ କରି ଘର ଲୋକଙ୍କୁ ଖୁଆଇପାରିବେ। ଆସନ୍ତୁ ଜାଣିବା ଏଥିଲାଗି ଆବଶ୍ୟକୀୟ ସାମଗ୍ରୀ ଏବଂ ପ୍ରସ୍ତୁତି ପ୍ରଣାଳୀ କ’ଣ ରହିଛି… ମ୍ୟାଙ୍ଗୋ କୁଲ୍‌ଫି: ଆବଶ୍ୟକ ସାମଗ୍ରୀ: ପାଚିଲା […] The post ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ… appeared first on Dharitri Odia News.

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ ଲୋକେ ବାହାରେ ଖାଇବାଠାରୁ ଘରେ ପ୍ରସ୍ତୁତ କରି ଖାଇବାକୁ ପସନ୍ଦ କରୁଛନ୍ତି। ଏମିତିରେ ଆପଣ ମଧ୍ୟ ଅତି ସହଜରେ ଆମ୍ବର କୁଲ୍‌ଫି ପ୍ରସ୍ତୁତ କରି ଘର ଲୋକଙ୍କୁ ଖୁଆଇପାରିବେ। ଆସନ୍ତୁ ଜାଣିବା ଏଥିଲାଗି ଆବଶ୍ୟକୀୟ ସାମଗ୍ରୀ ଏବଂ ପ୍ରସ୍ତୁତି ପ୍ରଣାଳୀ କ’ଣ ରହିଛି…

ମ୍ୟାଙ୍ଗୋ କୁଲ୍‌ଫି:

ଆବଶ୍ୟକ ସାମଗ୍ରୀ: ପାଚିଲା ଆମ୍ବ-୨ଟି, କ୍ଷୀର- ୧ ଲିଟର, ଚିନି- ଅଧା କପ୍‌, କଷ୍ଟାଡ୍‌ ମିଲ୍କ- ଅଧା କପ୍‌, କାଜୁ ଓ ପିସ୍ତା ବାଦାମ- ୪ ବଡ଼ ଚାମଚ, ଗୁଜୁରାତି ଗୁଣ୍ଡ- ୧ଛୋଟ ଚାମଚ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆମ୍ବରୁ ରସ ବାହାରକରି ଗ୍ରାଇଣ୍ଡିଂକରି ରଖନ୍ତୁ। ଏହାପରେ କ୍ଷୀରକୁ ଚୁଲିରେ ବସାଇ ସିଝାନ୍ତୁ। କୁଲ୍‌ଫି ତିଆରି ପାଇଁ ସବୁବେଳେ କ୍ଷୀରକୁ ଅଧିକ ସମୟ ସିଝାଇ ଗାଢ଼ା କରିବେ। ସିଝିବାବେଳେ କ୍ଷୀର ଯେତେବେଳେ ଅଧା ହୋଇଆସିବ ସେଥିରେ ଚିନି ଓ କଷ୍ଟାଡ୍‌ ମିଲ୍କ ମିଶାନ୍ତୁ। ଏହାକୁ ଲଗାତର କିଛି ସମୟ ଗୋଳାନ୍ତୁ। ବହଳିଆ ହୋଇ ଆସିଲେ ସେଥିରେ ଗ୍ରାଇଣ୍ଡିଂ ହୋଇଥିବା ଆମ୍ବରସ ମିଶାନ୍ତୁ। ଏହା ପରେ ଗୁଜୁରାତି ଗୁଣ୍ଡ ପକାନ୍ତୁ। ଶେଷରେ ଏଥିରେ କାଜୁ ଓ ପିସ୍ତା ବାଦାମକୁ ଛୋଟ ଛୋଟ କରି କାଟି ପକାନ୍ତୁ। କିଛି ସମୟ ଗୋଳାଇବା ପରେ ଗ୍ୟାସ୍‌ ବନ୍ଦ କରିଦେଇ ମିଶ୍ରଣକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଥଣ୍ଡା ହୋଇଗଲେ ଏହି ମିଶ୍ରଣକୁ କୁଲ୍‌ଫି ମୋଲ୍‌ଡ କିମ୍ବା ଛୋଟ ପାତ୍ରରେ ଭର୍ତ୍ତିକରି ଫ୍ରିଜରରେ ରଖିଦିଅନ୍ତୁ। ପ୍ରାୟ ୮-୯ ଘଣ୍ଟା ପରେ ଏହା ବରଫ ହୋଇଯାଇଥିବ। ତେଣୁ ପ୍ରିଜରରୁ ବାହାରକରି ଖାଇବାକୁ ଦିଅନ୍ତୁ ପ୍ରସ୍ତୁତ ହୋଇଥିବା କୁଲ୍‌ଫି। ଖରାଦିନେ ଏହା ବେଶ୍‌ ସ୍ବାଦିଷ୍ଟ ଲାଗିବ।

The post ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ… appeared first on Dharitri Odia News.