‘ED, CBI, IT ହେଉଛି ବିରୋଧୀ ମିଟାଓ ସେଲ୍, କ୍ଷମତା ଲୋଭରେ ଗଣତନ୍ତ୍ର ଧ୍ଵଂସ କରୁଛି ବିଜେପି: ରାହୁଲ

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ବୁଧବାର ଗିରଫ କରିଛି। ଏହାକୁ ନେଇ  କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ଉପରେ ହମଲା କରିଛନ୍ତି। ସେ କହିଛନ୍ତି ଇଡି, ସିବିଆଇ ଓ ଆଇଟି ଏବେ ଏମାନଙ୍କର ସାଥୀ ପାଲଟିଛି। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଶାଣିତ ସ୍ଵରରେ ବିଜେପି ଉପରେ ହମଲା କରିଛନ୍ତି। ରାହୁଲ ଏକ୍ସରେ ଲେଖିଛନ୍ତି, ଇଡି, ସିବିଆଇ, ଆଇଟି ଆଦି ସରକାରୀ ଏଜେନ୍ସି ହୋଇ କି ରହି ନାହାନ୍ତି। ଏବେ ଏସବୁ ବିଜେପିର ବିରୋଧୀ ହଟାଓ ସେଲ୍‌ରେ ପରିଣତ ହୋଇ ସାରିଛି। ଖୋଦ୍ ଦୁର୍ନୀତିରେ ବୁଡି ରହିଥିବା ବିଜେପି କ୍ଷମତା ଲୋଭରେ ଗଣତନ୍ତ୍ରକୁ ଧ୍ଵଂସ କରିବାର ଅଭିଯାନ ଚଳାଇଛି। ED, CBI, IT आदि अब सरकारी एजेंसियां नहीं रहीं, अब यह भाजपा की ‘विपक्ष मिटाओ सेल’ बन चुकी हैं। खुद भ्रष्टाचार में डूबी भाजपा सत्ता की सनक में लोकतंत्र को तबाह करने का अभियान चला रही है। — Rahul Gandhi (@RahulGandhi) January 31, 2024 ଉଲ୍ଲେଖନୀୟ ଜମି ଦୁର୍ନୀତି ସଂପର୍କିତ ମାମଲାରେ ଇଡି ଆଜି ସାତ ଘଣ୍ଟା ଜେରା କରିବା ପରେ ହେମନ୍ତ ସୋରେନଙ୍କୁ ଗିରଫ କରିଛି। ଏହି ସମୟରେ ସୋରେନ ରାଜଭବନରେ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏବେ ଗୁରୁବାର ତାଙ୍କୁ କୋର୍ଟରେ ହାଜର କରାଯିବ। विपक्ष मुक्त संसद, लोकतंत्र मुक्त भारत, सवा

‘ED, CBI, IT ହେଉଛି ବିରୋଧୀ ମିଟାଓ ସେଲ୍, କ୍ଷମତା ଲୋଭରେ ଗଣତନ୍ତ୍ର ଧ୍ଵଂସ କରୁଛି ବିଜେପି: ରାହୁଲ

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ବୁଧବାର ଗିରଫ କରିଛି। ଏହାକୁ ନେଇ  କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ଉପରେ ହମଲା କରିଛନ୍ତି। ସେ କହିଛନ୍ତି ଇଡି, ସିବିଆଇ ଓ ଆଇଟି ଏବେ ଏମାନଙ୍କର ସାଥୀ ପାଲଟିଛି। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଶାଣିତ ସ୍ଵରରେ ବିଜେପି ଉପରେ ହମଲା କରିଛନ୍ତି।

ରାହୁଲ ଏକ୍ସରେ ଲେଖିଛନ୍ତି, ଇଡି, ସିବିଆଇ, ଆଇଟି ଆଦି ସରକାରୀ ଏଜେନ୍ସି ହୋଇ କି ରହି ନାହାନ୍ତି। ଏବେ ଏସବୁ ବିଜେପିର ବିରୋଧୀ ହଟାଓ ସେଲ୍‌ରେ ପରିଣତ ହୋଇ ସାରିଛି। ଖୋଦ୍ ଦୁର୍ନୀତିରେ ବୁଡି ରହିଥିବା ବିଜେପି କ୍ଷମତା ଲୋଭରେ ଗଣତନ୍ତ୍ରକୁ ଧ୍ଵଂସ କରିବାର ଅଭିଯାନ ଚଳାଇଛି।

ଉଲ୍ଲେଖନୀୟ ଜମି ଦୁର୍ନୀତି ସଂପର୍କିତ ମାମଲାରେ ଇଡି ଆଜି ସାତ ଘଣ୍ଟା ଜେରା କରିବା ପରେ ହେମନ୍ତ ସୋରେନଙ୍କୁ ଗିରଫ କରିଛି। ଏହି ସମୟରେ ସୋରେନ ରାଜଭବନରେ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏବେ ଗୁରୁବାର ତାଙ୍କୁ କୋର୍ଟରେ ହାଜର କରାଯିବ।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ବିରୋଧୀ ମୁକ୍ତ ସଂସଦ, ଗଣତନ୍ତ୍ର ମୁକ୍ତ ଭାରତ, ପ୍ରଶ୍ନ ମୁକ୍ତ ମିଡିଆ ଓ ସୌହାର୍ଦ୍ଦ୍ୟ ମୁକ୍ତ ଜନତା ହେଉଛି ବିଜେପି ସରକାରର ଲକ୍ଷ୍ୟ। ସାରା ରାଜ୍ୟରେ ଗୋଟିଏ ଗୋଟିଏ ପରି ଭଙ୍ଗା ଯାଉଛି। ବିରୋଧୀ ନେତାଙ୍କୁ ପ୍ରତାଡ଼ିତ କରାଯାଉଛି। ଯିଏ ବିଜେପିରେ ସାମିଲ୍ ହେଉନି ସେମାନଙ୍କୁ  ଜେଲ୍ ପଠା ଯାଉଛି।

The post ‘ED, CBI, IT ହେଉଛି ବିରୋଧୀ ମିଟାଓ ସେଲ୍, କ୍ଷମତା ଲୋଭରେ ଗଣତନ୍ତ୍ର ଧ୍ଵଂସ କରୁଛି ବିଜେପି: ରାହୁଲ appeared first on Prameya News7.