ଫୁଟ୍‌ପାଥରୁ ଦୀପାବଳି ପାଇଁ ପୂଜା ସାମଗ୍ରୀ କିଣିଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ପ୍ରତିବର୍ଷ…

ଭୁବନେଶ୍ୱର,୩୧ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଧର୍ମପତ୍ନୀ ଡ. ପ୍ରିୟଙ୍କା ମାର୍ଣ୍ଡି ଭୁବନେଶ୍ୱରର ୧ ନଂ ହାଟ ପାଖ ଫୁଟ୍‌ପାଥରୁ ଦୀପାବଳି ପାଇଁ ପୂଜା ସାମଗ୍ରୀ କିଣିଛନ୍ତି। ମୁଖ୍ୟମନ୍ତ୍ରୀ ଦୀପ, ଆଖୁ ଏବଂ ନଡ଼ିଆ ଆଦି ସାମଗ୍ରୀ କିଣିଛନ୍ତି। ସାଧାରଣ ମଣିଷଙ୍କ ପରି ଉଭୟେ କିଣାକିଣି କରିଥିଲେ। ଯାହା ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। ଏସବୁ ସାମଗ୍ରୀ କିଣିବା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଫୁଟ୍‌ପାଥରୁ ହିଁ ଜିନିଷ କିଣେ। ସମସ୍ତେ ଓଡ଼ିଶା ଜିନିଷ […] The post ଫୁଟ୍‌ପାଥରୁ ଦୀପାବଳି ପାଇଁ ପୂଜା ସାମଗ୍ରୀ କିଣିଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ପ୍ରତିବର୍ଷ… appeared first on Dharitri Odia News.

ଫୁଟ୍‌ପାଥରୁ ଦୀପାବଳି ପାଇଁ ପୂଜା ସାମଗ୍ରୀ କିଣିଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ପ୍ରତିବର୍ଷ…

ଭୁବନେଶ୍ୱର,୩୧ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଧର୍ମପତ୍ନୀ ଡ. ପ୍ରିୟଙ୍କା ମାର୍ଣ୍ଡି ଭୁବନେଶ୍ୱରର ୧ ନଂ ହାଟ ପାଖ ଫୁଟ୍‌ପାଥରୁ ଦୀପାବଳି ପାଇଁ ପୂଜା ସାମଗ୍ରୀ କିଣିଛନ୍ତି। ମୁଖ୍ୟମନ୍ତ୍ରୀ ଦୀପ, ଆଖୁ ଏବଂ ନଡ଼ିଆ ଆଦି ସାମଗ୍ରୀ କିଣିଛନ୍ତି। ସାଧାରଣ ମଣିଷଙ୍କ ପରି ଉଭୟେ କିଣାକିଣି କରିଥିଲେ। ଯାହା ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି।

ଏସବୁ ସାମଗ୍ରୀ କିଣିବା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଫୁଟ୍‌ପାଥରୁ ହିଁ ଜିନିଷ କିଣେ। ସମସ୍ତେ ଓଡ଼ିଶା ଜିନିଷ ପ୍ରତି ପ୍ରାଧାନ୍ୟ ଦେବାର ରହିଛି। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଏଠାରେ ରହିଆସୁଛି। ମୋ’ କ୍ୱାର୍ଟର ଏହି ପାଖରେ। ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ମୁଁ ରାସ୍ତାକଡ଼ ବିକ୍ରେତାଙ୍କଠାରୁ ଜିନିଷ କିଣିବାକୁ ପସନ୍ଦ କରେ। ଏହା ଦ୍ୱାରା ଓଡ଼ିଆ ଅସ୍ମିତା ଏବଂ ସ୍ଥାନୀୟ ବିକ୍ରେତାଙ୍କୁ ଗୁରୁତ୍ୱ ଦେଇଥାଏ। ଫଳରେ ଓଡ଼ିଶା ଜିନିଷର ପ୍ରାଧାନ୍ୟ ବଢ଼ିବ।

ଅନ୍ୟପକ୍ଷରେ ବିକ୍ରେତା ମୁଖ୍ୟମନ୍ତ୍ରୀ ଜଣେ ସାଧାରଣ ମଣିଷ ଭାବରେ କିଣାକିଣି କରୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ମୁଁ ଆଖି ସାମ୍ନାରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ବହୁତ ଖୁସି। ମୁଖ୍ୟମନ୍ତ୍ରୀ ମୋତେ ୨୦୦୦ ଟଙ୍କା ଦେଲେ। ଯାହା ପାଇ ମୁଁ ବହୁତ ଖୁସି ବୋଲି ବିକ୍ରେତା ଜଣକ କହିଛନ୍ତି।

ଆଉ ଜଣେ ବିକ୍ରେତା କହିଛନ୍ତି, ମୁଁ ଖୁସି ଯେ, ବଡ଼ବଡ଼ିଆ ଲୋକ ନାମୀଦାମୀ ଶପିଂ ମଲ୍‌କୁ ଯାଇ କିଣାକିଣି କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଆମ ପରି ଗରିବଙ୍କ ଦୁଃଖ ବୁଝିପାରି ଆମଠାରୁ କିଣିଛନ୍ତି। ଯାହା ମୋତେ ବହୁତ ଖୁସି ଦେଉଛି। ମୁଁ ତାଙ୍କୁ ପାଖରେ ଦେଖି ବହୁତ ଖୁସି। ମୁଖ୍ୟମନ୍ତ୍ରୀ ଜଣେ ଦୟାଳୁ ଲୋକ ବୋଲି ବିକ୍ରେତା କହିଛନ୍ତି।

The post ଫୁଟ୍‌ପାଥରୁ ଦୀପାବଳି ପାଇଁ ପୂଜା ସାମଗ୍ରୀ କିଣିଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ପ୍ରତିବର୍ଷ… appeared first on Dharitri Odia News.