ଆମକୁ ନୀତୀଶ କୁମାରଙ୍କ ଆବଶ୍ୟକତା ନାହିଁ: ରାହୁଲ
ପାଟନା,୩୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ବିହାରରେ କରାଯାଇଥିବା ଜାତିଗତ ସର୍ଭେ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି , ଏହି ସର୍ଭେ ପାଇଁ ଆମେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କହିଥିଲୁ, କିନ୍ତୁ ଭାଜପା ଏଥିରେ ରାଜି ହୋଇ ନ ଥିଲା। ଗ୍ରାଣ୍ଡ ଆଲାଏନ୍ସ ବିହାରରେ ସାମାଜିକ ନ୍ୟାୟ ପାଇଁ ଲଢେଇ ଲଢିବ। ଏଭଳି ପରିସ୍ଥିତିରେ ଆମକୁ ନୀତୀଶ କୁମାରଙ୍କ ଆବଶ୍ୟକତା ନାହିଁ। ରାହୁଲ ଗାନ୍ଧୀ ବିହାରର ପୁର୍ଣ୍ଣିଆରେ କହିଛନ୍ତି ଯେ, ମୁଁ […] The post ଆମକୁ ନୀତୀଶ କୁମାରଙ୍କ ଆବଶ୍ୟକତା ନାହିଁ: ରାହୁଲ appeared first on Dharitri Odia News.
ପାଟନା,୩୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ବିହାରରେ କରାଯାଇଥିବା ଜାତିଗତ ସର୍ଭେ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି , ଏହି ସର୍ଭେ ପାଇଁ ଆମେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କହିଥିଲୁ, କିନ୍ତୁ ଭାଜପା ଏଥିରେ ରାଜି ହୋଇ ନ ଥିଲା। ଗ୍ରାଣ୍ଡ ଆଲାଏନ୍ସ ବିହାରରେ ସାମାଜିକ ନ୍ୟାୟ ପାଇଁ ଲଢେଇ ଲଢିବ। ଏଭଳି ପରିସ୍ଥିତିରେ ଆମକୁ ନୀତୀଶ କୁମାରଙ୍କ ଆବଶ୍ୟକତା ନାହିଁ।
ରାହୁଲ ଗାନ୍ଧୀ ବିହାରର ପୁର୍ଣ୍ଣିଆରେ କହିଛନ୍ତି ଯେ, ମୁଁ ନୀତୀଶ କୁମାରଙ୍କୁ ସ୍ପଷ୍ଟ ଭାବରେ କହିଥିଲି ଯେ ଆପଣଙ୍କୁ ବିହାରରେ ଜାତିଗତ ଜନଗଣନା କରିବାକୁ ପଡିବ। ଆମ ଚାପରେ ନୀତୀଶ କୁମାରଙ୍କ ବିହାରରେ ଜାତଗତ ଜନଗଣନା କରାଇଥିଲେ, କିନ୍ତୁ ଭାଜପା ଚାହୁଁନାହିଁ ଦେଶରେ ଜାତିଗତ ଜନଗଣନା କରାଯାଉ।
ଜାତି ଜନଗଣନା ଦାବି କରି କହିଛନ୍ତି, ଅନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟ ହେଉଛି ଦେଶର ସବୁଠାରୁ ବଡ ସମ୍ପ୍ରଦାୟ, କିନ୍ତୁ ଯଦି ମୁଁ ଆପଣଙ୍କୁ ପଚାରିବି ଦେଶର ଓବିସି ସମ୍ପ୍ରଦାୟର ଜନସଂଖ୍ୟା କ’ଣ, ଆପଣ କହିପାରିବେ ନାହିଁ। ଏହି ଦେଶରେ କାହାର କେତେ ଜନସଂଖ୍ୟା ଅଛି। ଏହି ବିଷୟରେ ଏକ ଗଣନା ହେବା ଉଚିତ୍।
The post ଆମକୁ ନୀତୀଶ କୁମାରଙ୍କ ଆବଶ୍ୟକତା ନାହିଁ: ରାହୁଲ appeared first on Dharitri Odia News.