ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀଙ୍କ ସହ ୫ ଅଧିକାରୀଙ୍କ ବିରୋଧରେ ଏତଲା ଦେବାକୁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ
ମୁମ୍ବାଇ,୨।୩: ଷ୍ଟକ୍ ମାର୍କେଟ ଜାଲିଆତି ଓ ନିୟମ ଉଲ୍ଲଂଘନ ଅଭିଯୋଗରେ ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍ଙ୍କ ବିରୋଧରେ ଏତଲା ଦାଏର ପାଇଁ ଶନିବାର ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ଦୁର୍ନୀତି ନିରୋଧୀ ବ୍ୟୁରୋ (ଏସିବି)କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବ୍ୟତୀତ ଏହି ଦୁର୍ନୀତି ସହିତ ଜଡ଼ିତ ଅନ୍ୟ ୫ ଜଣ ଅଧିକାରୀଙ୍କ ବିରୋଧରେ ଏଫ୍ଆଇଆର୍ ଦେବାକୁ ଅଦାଲତଙ୍କ ପକ୍ଷରୁ କୁହାଯାଇଛି। ଷ୍ଟକ୍ ବଜାର ନିୟମାବଳୀରେ ତ୍ରୁଟି […] The post ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀଙ୍କ ସହ ୫ ଅଧିକାରୀଙ୍କ ବିରୋଧରେ ଏତଲା ଦେବାକୁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ appeared first on Dharitri Odia News.
ମୁମ୍ବାଇ,୨।୩: ଷ୍ଟକ୍ ମାର୍କେଟ ଜାଲିଆତି ଓ ନିୟମ ଉଲ୍ଲଂଘନ ଅଭିଯୋଗରେ ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍ଙ୍କ ବିରୋଧରେ ଏତଲା ଦାଏର ପାଇଁ ଶନିବାର ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ଦୁର୍ନୀତି ନିରୋଧୀ ବ୍ୟୁରୋ (ଏସିବି)କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବ୍ୟତୀତ ଏହି ଦୁର୍ନୀତି ସହିତ ଜଡ଼ିତ ଅନ୍ୟ ୫ ଜଣ ଅଧିକାରୀଙ୍କ ବିରୋଧରେ ଏଫ୍ଆଇଆର୍ ଦେବାକୁ ଅଦାଲତଙ୍କ ପକ୍ଷରୁ କୁହାଯାଇଛି।
ଷ୍ଟକ୍ ବଜାର ନିୟମାବଳୀରେ ତ୍ରୁଟି ଏବଂ ସ୍ବାର୍ଥ ହାସଲ ପାଇଁ ଗୋପନ ବୁଝାମଣା ହୋଇଥିବା ପ୍ରାଥମିକ ତଥ୍ୟ ପ୍ରମାଣରୁ ଜଣାପଡ଼ିଥିବାରୁ ଏହାର ନିରପେକ୍ଷ ତଦନ୍ତ ଆବଶ୍ୟକ ବୋଲି ସ୍ବତନ୍ତ୍ର ଏସିବି କୋର୍ଟ ବିଚାରପତି ଶଶିକାନ୍ତ ଏକନାଥରାଓ ବାଙ୍ଗର ତାଙ୍କ ରାୟରେ କହିଛନ୍ତି। ଅଦାଲତ ଉକ୍ତ ତଦନ୍ତର ତଦାରଖ କରିବେ ବୋଲି କହିଥିବା ବେଳେ ୩୦ ଦିନ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିବାରୁ ତଦନ୍ତ ଜରୁରୀ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
The post ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀଙ୍କ ସହ ୫ ଅଧିକାରୀଙ୍କ ବିରୋଧରେ ଏତଲା ଦେବାକୁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ appeared first on Dharitri Odia News.