ଡବ୍ଲ୍ୟୁଟିସି ଫାଇନାଲ ଖେଳିବା ଆଶାରେ ଦକ୍ଷିଣ ଆଫ୍ରିକାର
ଜିକ୍ବରା,୯ା୧୨: ସ୍ଥାନୀୟ ସେଣ୍ଟ ଜର୍ଜ ପାର୍କଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୧୦୯ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରି ୨-୦ରେ ସିରିଜ ବିଜୟ ହୋଇଛି। ଏଥିସହିତ ପ୍ରଥମ ଥର ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି) ଫାଇନାଲ ଖେଳିବା ଲାଗି ଦଳର ଆଶା ସଞ୍ଚାର ହୋଇଛି। ମ୍ୟାଚ ଜିତିବା ଲାଗି ଦକ୍ଷିଣ ଆଫ୍ରିକା ୫ ଉଇକେଟ ଆବଶ୍ୟକ କରୁଥିବା ବେଳେ ୩୪୮ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଶ୍ରୀଲଙ୍କା ଆହୁରି ୧୪୩ ରନ ଦରକାର କରୁଥିଲା। ମାତ୍ର […] The post ଡବ୍ଲ୍ୟୁଟିସି ଫାଇନାଲ ଖେଳିବା ଆଶାରେ ଦକ୍ଷିଣ ଆଫ୍ରିକାର appeared first on Dharitri Odia News.
ଜିକ୍ବରା,୯ା୧୨: ସ୍ଥାନୀୟ ସେଣ୍ଟ ଜର୍ଜ ପାର୍କଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୧୦୯ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରି ୨-୦ରେ ସିରିଜ ବିଜୟ ହୋଇଛି। ଏଥିସହିତ ପ୍ରଥମ ଥର ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି) ଫାଇନାଲ ଖେଳିବା ଲାଗି ଦଳର ଆଶା ସଞ୍ଚାର ହୋଇଛି। ମ୍ୟାଚ ଜିତିବା ଲାଗି ଦକ୍ଷିଣ ଆଫ୍ରିକା ୫ ଉଇକେଟ ଆବଶ୍ୟକ କରୁଥିବା ବେଳେ ୩୪୮ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଶ୍ରୀଲଙ୍କା ଆହୁରି ୧୪୩ ରନ ଦରକାର କରୁଥିଲା। ମାତ୍ର ଦକ୍ଷିଣ ଆଫ୍ରିକା ଧନଞ୍ଜୟ ଡି’ସିଲ୍ଭା ଓ କୁସାଲ ମେଣ୍ଡିସଙ୍କ ଉଇକେଟ ଅକ୍ତିଆର କରି ଭ୍ରମଣକାରୀ ଦଳର ବିପର୍ଯ୍ୟୟ ଘଟାଇଥିଲେ।
ଶ୍ରୀଲଙ୍କା ମଧ୍ୟାହ୍ନଭୋଜନ ପୂର୍ବରୁ ୨୩୮ ରନରେ ଅଲଆଉଟ ହୋଇଯାଇଥିଲା। ପତନ ଘଟିଥିବା ୫ଟି ଉଇକେଟ ମଧ୍ୟରୁ ସ୍ପିନର କେଶବ ମହାରାଜଙ୍କର ୩ଟି ରହିଥିଲା। ମହାରାଜଙ୍କର ୫/୭୬ ସହ କ୍ୟାରିୟର ୫ଉଇକେଟ ସଫଳତା ସଂଖ୍ୟା ୧୧ରେ ପହଞ୍ଚିଛି। ସିରିଜ ବିଜୟ ପରେ ଦକ୍ଷିଣ ଆଫ୍ରିକା ଡବ୍ଲ୍ୟୁଟିସି ଷ୍ଟାଣ୍ଡିରେ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇପାରିଛି। ଦଳ ଡିସେମ୍ବରରୁ ଘରୋଇ ମାଟିରେ ପାକିସ୍ତାନ ବିପକ୍ଷରେ ଆଉ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି। ଡବ୍ଲ୍ୟୁଟିସି ଷ୍ଟାଣ୍ଡିଂରେ ଦକ୍ଷିଣ ଆଫ୍ରିକା (୬୩.୩୩ ପ୍ରତିଶତ ପଏଣ୍ଟ) ପଛକୁ ଅଷ୍ଟ୍ରେଲିଆ (୬୦.୭୧) ଓ ଭାରତ (୫୭.୨୯) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
The post ଡବ୍ଲ୍ୟୁଟିସି ଫାଇନାଲ ଖେଳିବା ଆଶାରେ ଦକ୍ଷିଣ ଆଫ୍ରିକାର appeared first on Dharitri Odia News.