ସେନା ଆତଙ୍କବାଦୀ ମୁହାଁମୁହିଁ, ସେନା ଗାଡି ଉପରକୁ ଗ୍ରେନେଡ ମାଡରେ ୨ ଯବାନ ଆହତ

ନୂଆଦିଲ୍ଲୀ,୮।୭: ଜମ୍ମୁ କାଶ୍ମୀରର କଠୁଆ ଜିଲାର ମାଚେଡି ଅଞ୍ଚଳରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଭାରତୀୟ ସେନା ଗାଡି ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ସେନା ଗାଡି ଉପରକୁ ଗ୍ରେନେଡ ଫିଙ୍ଗି ଏହି ଆକ୍ରମଣ କରିଥିଲେ। ଏହି ଘୃଣ୍ୟ କାର୍ଯ୍ୟରେ ଭାରତୀୟ ସେନାର ଦୁଇ ଯବାନ ଆହତ ହୋଇଛନ୍ତି। ଏହି କ୍ଷେତ୍ର ଭାରତୀୟ ସେନାର ନବମ କର୍ପସ ଅଧୀନରେ ଆସିଛି । ଆତଙ୍କବାଦୀଙ୍କ ଗୁଳି ବିନିମୟ ପରେ ଯବାନମାନେ ମଧ୍ୟ ପ୍ରତିଶୋଧ ନେଇଥିଲେ। ସୁରକ୍ଷା ବାହିନୀ […] The post ସେନା ଆତଙ୍କବାଦୀ ମୁହାଁମୁହିଁ, ସେନା ଗାଡି ଉପରକୁ ଗ୍ରେନେଡ ମାଡରେ ୨ ଯବାନ ଆହତ appeared first on Dharitri Odia News.

ସେନା ଆତଙ୍କବାଦୀ ମୁହାଁମୁହିଁ, ସେନା ଗାଡି ଉପରକୁ ଗ୍ରେନେଡ ମାଡରେ ୨ ଯବାନ ଆହତ

ନୂଆଦିଲ୍ଲୀ,୮।୭: ଜମ୍ମୁ କାଶ୍ମୀରର କଠୁଆ ଜିଲାର ମାଚେଡି ଅଞ୍ଚଳରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଭାରତୀୟ ସେନା ଗାଡି ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ସେନା ଗାଡି ଉପରକୁ ଗ୍ରେନେଡ ଫିଙ୍ଗି ଏହି ଆକ୍ରମଣ କରିଥିଲେ। ଏହି ଘୃଣ୍ୟ କାର୍ଯ୍ୟରେ ଭାରତୀୟ ସେନାର ଦୁଇ ଯବାନ ଆହତ ହୋଇଛନ୍ତି। ଏହି କ୍ଷେତ୍ର ଭାରତୀୟ ସେନାର ନବମ କର୍ପସ ଅଧୀନରେ ଆସିଛି । ଆତଙ୍କବାଦୀଙ୍କ ଗୁଳି ବିନିମୟ ପରେ ଯବାନମାନେ ମଧ୍ୟ ପ୍ରତିଶୋଧ ନେଇଥିଲେ। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ଉଭୟ ପାର୍ଶ୍ୱରୁ ଏନକାଉଣ୍ଟର ଆରମ୍ଭ ହୋଇଥିଲା।
ଭାରତୀୟ ସେନା ଯବାନମାନେ ଆତଙ୍କବାଦୀଙ୍କୁ ଉପଯୁକ୍ତ ଉତ୍ତର ଦେଉଛନ୍ତି। ଉଭୟ ପାର୍ଶ୍ୱରୁ ପ୍ରବଳ ଗୁଳି ବିନିମୟ ହେଉଛି। ବୁଲେଟ ଶବ୍ଦ ସହିତ ସମଗ୍ର ଅଞ୍ଚଳ ପ୍ରତିଧ୍ୱନିତ ହେଉଛି । ଆତଙ୍କବାଦୀଙ୍କ ପ୍ରତ୍ୟେକ କାର୍ଯ୍ୟର ସେନା ଯବାନମାନେ ଜବାବ ଦେଉଛନ୍ତି। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ପ୍ରତ୍ୟେକ କୋଣ ଅନୁକୋଣରେ ଆତଙ୍କବାଦୀଙ୍କୁ ଖୋଜୁଛନ୍ତି।
ଜଣେ ସେନା ଅଧିକାରୀ କହିଛନ୍ତି ଯେ ଜମ୍ମୁ କଶ୍ମୀରର କଠୁଆ ଜିଲାର ମାଚେଡି ଅଞ୍ଚଳରେ ଆତଙ୍କବାଦୀମାନେ ଭାରତୀୟ ସେନା କନଭେନ ଉପରେ ଆକ୍ରମଣ କରିଥିଲେ। ଏହି କ୍ଷେତ୍ର ଭାରତୀୟ ସେନାର ନବମ କର୍ପସ ଅଧୀନରେ ଆସିଛି। ଆତଙ୍କବାଦୀଙ୍କ ଗୁଳି ବିନିମୟ ପରେ ଆମର ଯବାନମାନେ ମଧ୍ୟ ଏହାର ପ୍ରତିଶୋଧ ନେଇଥିଲେ।

The post ସେନା ଆତଙ୍କବାଦୀ ମୁହାଁମୁହିଁ, ସେନା ଗାଡି ଉପରକୁ ଗ୍ରେନେଡ ମାଡରେ ୨ ଯବାନ ଆହତ appeared first on Dharitri Odia News.