ରାଶିଫଳ: ବୁଧବାର , ଜୁନ୍‌ ୫ ତାରିଖ – Daily Horoscope

ମେଷ ଆଜି ସକାଳୁ ପରିବାରରେ କେତେକ ପୁରୁଣା ସମସ୍ୟା ବିଷୟରେ ଆଲୋଚନା କରିବେ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଲେ ମଧ୍ୟ ସହଜରେ ସମାଧାନ ହୋଇଯିବ। ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ସ୍ବାସ୍ଥ୍ୟ ସମସ୍ୟା, ବ୍ୟବସାୟିକ ସ୍ଥିତି, ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ। ବୃଷ ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ଲାଭପୂର୍ବକ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଟେନସନ୍‌ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର […] The post ରାଶିଫଳ: ବୁଧବାର , ଜୁନ୍‌ ୫ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ବୁଧବାର , ଜୁନ୍‌ ୫ ତାରିଖ – Daily Horoscope
ମେଷ
ଆଜି ସକାଳୁ ପରିବାରରେ କେତେକ ପୁରୁଣା ସମସ୍ୟା ବିଷୟରେ ଆଲୋଚନା କରିବେ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଲେ ମଧ୍ୟ ସହଜରେ ସମାଧାନ ହୋଇଯିବ। ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ସ୍ବାସ୍ଥ୍ୟ ସମସ୍ୟା, ବ୍ୟବସାୟିକ ସ୍ଥିତି, ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ।
ବୃଷ
ବୃଷ
ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ଲାଭପୂର୍ବକ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଟେନସନ୍‌ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ରୋହିଣୀ ନକ୍ଷତ୍ର ବନ୍ଧୁଙ୍କ ସହ ତିର୍ଥାଟନ ଚିନ୍ତା କରିପାରନ୍ତି। ପିଲାମାନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିପାରନ୍ତି।
ମିଥୁନ
ମିଥୁନ
ପାରିବାରିକ କ୍ଷେତ୍ରରେ କେତେକ ଅସଂଗତିକୁ ନେଇ ଦୁର୍ଭାବନା ବଢ଼ିଚାଲିବ। କାର୍ଯ୍ୟହାନି ଜନିତ ନିଜ ଲୋକମାନଙ୍କ ଉପରୁ ଆସ୍ଥା ହରାଇପାରନ୍ତି। ସାମାନ୍ୟ ସ୍ବାସ୍ଥ୍ୟହାନି ଜନିତ ସମସ୍ୟା ଲାଗି ରହିବାରୁ ମନସ୍ତାପ କରିବେ। ନିଜର ଇଚ୍ଛା ଅନୁଯାୟୀ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇପାରନ୍ତି।
କର୍କଟ
କର୍କଟ
କର୍ମଦକ୍ଷତା ହେତୁ ସାମାଜିକ ପ୍ରତିଷ୍ଠା ମିଳିବା ସହ କାମକୁ ତ୍ୱରାନ୍ବିତ କରିପାରିବେ। ଆନୁଷଙ୍ଗିକ ସୁବିଧା ସୁଯୋଗ ହାସଲ କରିବା ସହ ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି କାରଣରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ସି˚ହ
ସି˚ହ
ସାଧାରଣ କଥାକୁ କେନ୍ଦ୍ର କରି ପାରିବାରିକ ଜୀବନରେ ବୁଝାମଣା ଠିକ୍‌ ରହିବ ନାହିଁ। ବିଜାତୀୟ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଜମିଜମା, କଳକାରଖାନା, ହୋଟେଲ ଶିଳ୍ପ ପ୍ରଭୃତିରେ ସଫଳତା ହାସଲ କରିବେ। ରାଜନୈତିକ କ୍ଷେତ୍ରରେ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କନ୍ୟା
ଆର୍ଥିକ ଦିଗରୁ ସମସ୍ୟା ହଟିଯିବ ଏବଂ ଯାହା ପାଇବା ପାଇଁ ଚେଷ୍ଟା କରୁଛନ୍ତି ତାହା ନିଷ୍ଫଳ ହେବ ନାହିଁ। ବୁଝାମଣା ଅଭାବରୁ ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି। ପଦାଧିକାରୀ ଆପଣଙ୍କ କାମକୁ ତ୍ୱରାନ୍ବିତ କରାଇବା ସକାଶେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ।
ତୁଳା
ତୁଳା
ଏକାଧିକ କାମ ହାତକୁ ନେଇ ବିବ୍ରତ ହୋଇପାରନ୍ତି। ବ୍ୟବସାୟରେ ଉନ୍ନତି ଘଟିବା ହେତୁ ଖୁସି ରହିବେ। କଥା ମାନୁ ନ ଥିବା କିମ୍ବା ଶୁଣୁ ନ ଥିବା ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ। ଆର୍ଥିକ ଅନଟନ, ପାରିବାରିକ ଅସନ୍ତୋଷ, କାର୍ଯ୍ୟହାନି, ବାକି ରହିଥିବା ଟଙ୍କା ପରିଶୋଧ ସକାଶେ ମନ ଅସ୍ଥିର ରହିବ।
ବିଛା
ବିଛା
ଅସାମାଜିକ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ବନ୍ଧୁଙ୍କ ନିକଟରୁ ଧାର ସୂତ୍ରରେ ଅର୍ଥ ଆଣିବେ ଓ ଏଥିପାଇଁ ବହୁତ ଫନ୍ଦି ଫିକର କରିବାକୁ ପଡ଼ିବ। ବ୍ୟବସାୟ, ପରିବହନ, ଆଇନ ଅଦାଲତ ଓ ପ୍ରଶାସନିକ ସ୍ତରରେ ସନ୍ତୋଷଜନକ ଫଳ ପାଇବେ। ବନ୍ଧୁଙ୍କ ସହାୟତାରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ।
ଧନୁ
ଧନୁ
ପ୍ରତ୍ୟେକ କଥାରେ ହଁ ଭରିବା ସମସ୍ୟାର କାରଣ ହେବ। କୌଣସି କଥାରେ ଜୋର୍‌ ନ କରି କୌଶଳ ଖଟାଇ କାର୍ଯ୍ୟ ହାସଲ ପାଇଁ ଚେଷ୍ଟିତ ହେଲେ ଉପକୃତ ହେବେ। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ପାରିବାରିକ କ୍ଷେତ୍ରରେ ଭୁଲ୍‌ ନ କରି ମଧ୍ୟ ଅଶାନ୍ତି ଅନୁଭବ କରିପାରନ୍ତି।
ମକର
ମକର
ଆଜି ଦିନ ଭିତରେ ଘରେ ହେଉ କିମ୍ବା ବାହାରେ ସାଧାରଣ କଥାରେ କଳହର ସମ୍ଭାବନା ରହିଛି। ଖର୍ଚ୍ଚବୃଦ୍ଧି ସାଙ୍ଗକୁ ପାରିବାରିିକ ଜଞ୍ଜାଳ ବୃଦ୍ଧି ମନସ୍ତାପର କାରଣ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପ୍ରାୟତଃ ମାନ୍ଦା ହେବ ନାହିଁ। ନିର୍ମାଣାଧୀନ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ। ସନ୍ତାନହେତୁକ ଚିନ୍ତା ଟଳିବ।
କୁମ୍ଭ
କୁମ୍ଭ
ଆପଣଙ୍କ ଆଶା ଓ ଅଭିଳାଷ ଅବଶ୍ୟ ପୂରଣ ହୋଇଯିବ। ପ୍ରତ୍ୟେକ କ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କର୍ମକ୍ଷେତ୍ରରେ ଅଶାନ୍ତି ସୃଷ୍ଟି କରିପାରନ୍ତି। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ସନ୍ତାନଙ୍କ ସକାଶେ ବ୍ୟସ୍ତତା ଏବଂ ପାରିବାରିକ ସମସ୍ୟାଜନିତ ଦ୍ୱନ୍ଦ୍ୱର ଅବସାନ ଘଟିବ।
ମୀନମୀନ

କର୍ମକ୍ଷେତ୍ରରେ କୌଣସି ଅସୁବିଧା ନ ଥିଲେ ମଧ୍ୟ କେତେକ ଅପୂରଣୀୟ ଆଶା ମନକୁ ବ୍ୟତିବ୍ୟସ୍ତ କରିବ। ପରୋକ୍ଷ ଶତ୍ରୁତା କାରଣରୁ ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଦୀର୍ଘଦିନ ହେଲା ଖୋଜୁଥିବା ଲୋକଟିର ଖବର ପାଇପାରନ୍ତି। ବନ୍ଧୁମାନଙ୍କ ସମ୍ମୁଖରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବେ।

The post ରାଶିଫଳ: ବୁଧବାର , ଜୁନ୍‌ ୫ ତାରିଖ – Daily Horoscope appeared first on Dharitri Odia News.