ଗାଧୋଉଥିବା ବେଳେ ଦେବୀ ନଦୀରେ ବୁଡି ୩ ନାବାଳକ ମୃତ

ଅସ୍ତରଙ୍ଗ : ନଦୀରେ ଗାଧୋଇବାବେଳେ ବୁଡି ୩ ନାବାଳକ ମୃତ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବାଲିଡିଆ ଗାଁ ନିକଟବର୍ତ୍ତୀ ଦେବୀ ନଦୀରେ ୩ ନାବାଳକ ଗାଧୋଇବାବେଳେ ବୁଡି ଯାଇ ମୃତ୍ୟୁ ହୋଇଛି। ମୃତକମାନେ ହେଉଛନ୍ତି ରୋହନ ବେହେରା, ଓମ୍ ବେହେରା ଓ କାହ୍ନା ବେହେରା। ସେମାନେ ସମସ୍ତେ ବାଲିଡ଼ିଆ ଗାଁର ବାସିନ୍ଦା ଥିଲେ। ରୋହନ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ କାହ୍ନା ନବମ ଏବଂ ଓମ୍ ଦଶମ ଶ୍ରେଣୀରେ ପଢୁଥିଲେ। ସୂଚନା ମୁତାବକ ନାବାଳକ ରୋହନ […]

ଗାଧୋଉଥିବା ବେଳେ ଦେବୀ ନଦୀରେ ବୁଡି ୩ ନାବାଳକ ମୃତ
Three minors drown to death in Devi river

ଅସ୍ତରଙ୍ଗ : ନଦୀରେ ଗାଧୋଇବାବେଳେ ବୁଡି ୩ ନାବାଳକ ମୃତ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବାଲିଡିଆ ଗାଁ ନିକଟବର୍ତ୍ତୀ ଦେବୀ ନଦୀରେ ୩ ନାବାଳକ ଗାଧୋଇବାବେଳେ ବୁଡି ଯାଇ ମୃତ୍ୟୁ ହୋଇଛି। ମୃତକମାନେ ହେଉଛନ୍ତି ରୋହନ ବେହେରା, ଓମ୍ ବେହେରା ଓ କାହ୍ନା ବେହେରା। ସେମାନେ ସମସ୍ତେ ବାଲିଡ଼ିଆ ଗାଁର ବାସିନ୍ଦା ଥିଲେ। ରୋହନ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ କାହ୍ନା ନବମ ଏବଂ ଓମ୍ ଦଶମ ଶ୍ରେଣୀରେ ପଢୁଥିଲେ।

ସୂଚନା ମୁତାବକ ନାବାଳକ ରୋହନ ବେହେରା , କାହ୍ନା ବେହେରା , ଓମ୍ ବେହେରା ଦିନ ୧୧ଟା ବେଳୁ ଗାଧୋଇବାକୁ ଯାଇ ଘରକୁ ଫେରିନଥିଲେ । ଘର ଲୋକ ଖୋଜିବା ପାଇଁ ନଦୀ ପାଖକୁ ଯାଇଥିଲେ। ସେଠାରେ ଏକ ଡଙ୍ଗାରେ ସେମାନଙ୍କ ପ୍ୟାଣ୍ଟ-ଶାର୍ଟ ଥିଲା। ତେଣୁ ସେମାନଙ୍କର ସନ୍ଦେହ ହୋଇଥିଲା। ଏହାପରେ ଅସ୍ତରଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଖୋଜିବା ପରେ ନଦୀରୁ ତିନୋଟି ଯାକ ଛୁଆଙ୍କୁ ମୁର୍ମୁଶ ଅବସ୍ଥାରେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଅସ୍ତରଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତିନି ନାବଳକଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଅସ୍ତରଙ୍ଗ ମେଡିକାଲ ଡାକ୍ତର ଚାରିଛକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ରେଫର କରିଥିଲେ । ଚାରିଛକ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ନାବାଳକ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ ।