ପାଉଁଶ ପାଲଟିଗଲା ଝିଅ ବାହାଘର ସ୍ୱପ୍ନ..

ଥିଲା ଘରବାଲା ବି ଝିଅଟିକୁ ବାହା ଦେବେ ବୋଲି କେତେ କଣ ସାଇତିଥାନ୍ତି..ଆଉ ଗରିବ ଲୋକର ଅଳପ ଧନ ବିକଳ ମନ.. ପେଟରୁ କାଟି କାଟି ଅର୍ଥ ଯୋଡ଼ିଥାଏ ଝିଅଟିକୁ ବାହାଦେବ ବୋଲି.. ହେଲେ ସେତକ ବି ଛଡେଇନେଲା ବିଧାତା.. ନିଆଁ ଲାଗି ସବୁକିଛି ଛାରଖାର ହେଇଗଲା..

ପାଉଁଶ ପାଲଟିଗଲା ଝିଅ ବାହାଘର ସ୍ୱପ୍ନ..

ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗାଁରେ ଅହଲ୍ୟାଙ୍କ ଘର..ଅତ୍ୟନ୍ତ ଗରିବ ପରିବାର ହୋଇଥିବା ବେଳେ ସମସ୍ତେ ସକାଳୁ କାମକୁ ବାହାରି ଯାଇଥିଲେ.. ଅହଲ୍ୟାଙ୍କ ସାନ ଭଉଣୀ ଘରେ ଏକୁଟିଆ ରୋଷେଇ କରୁଥିବା ସମୟରେ ଅସାବଧାନତା ଯୋଗୁଁ ଚୂଲିରୁ ନିଁଆ ଲାଗି ଦୁଇ ବଖରା ଘରେ ସମ୍ପୂର୍ଣ୍ଣ ଜଳିଯାଇଛି..ସାହି ପଡିଶା ଲୋକେ ଦୌଡି ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଲାଭ ହେଲାନି.. ଏତିକି ଭିତରେ ଘରର ସବୁ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି..