Ambani’s Lavish House: ୧୫ ହଜାର କୋଟିର ଅମ୍ବାନୀ ମହଲ...୬ ସଦସ୍ୟଙ୍କ ପାଇଁ ତିଆରି ହୋଇଛି ୪ ଲକ୍ଷ ବର୍ଗଫୁଟର ଘର
୪୯ ବେଡରୁମ ବିଶିଷ୍ଟ ଏହି ଘରର ୨ ଟି ଫ୍ଲୋରରେ ସୁଇମିଂ ପୁଲ, ଜିମ, ଡାନ୍ସ ଷ୍ଟୁଡିଓ, ଯୋଗଶାଳା ରହିଛି । ଏହାର ଉପର ମହଲାରେ ଏକ ସ୍ପା ସେଲୁନ ଓ ମସାଜ ରୁମ ମଧ୍ୟ ରହିଛି । ମନୋରଞ୍ଜନ ପାଇଁ ଏକ ସିନମା ହଲ ରହିଛି, ଯେଉଁଠି ୫୦ ଲୋକ ଏକା ସହ ବସି ଫିଲ୍ମ ଦେଖିପାରିବେ । ଏହି ଘରେ ଏକ ୱିଣ୍ଟର ୱଣ୍ଡରଲ୍ୟାଣ୍ଡ ମଧ୍ୟ ରହିଛି, ଯେଉଁଠି ସ୍ନୋ-ଫଲ୍ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । କେବଳ ଏତିକି ନୁହେଁ ଆଣ୍ଟିଲିଆରେ ଅଛି ଏକ ଆଇସକ୍ରିମ ପାର୍ଲର ।