୧୦ବର୍ଷରେ ରାଜନେତାଙ୍କ ବିରୋଧରେ ୧୯୩ଟି ଇଡି ମାମଲା, ୨ଟିରେ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ:  ୨୦୧୫ରୁ ଅଦ୍ୟାବଧି ବିଭିନ୍ନ ରାଜନେତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୯୩ଟି ମାମଲା ରୁଜୁ କରିଛି। ସେଗୁଡ଼ିକ ମଧ୍ୟରୁ କେବଳ ଦୁଇଟି ମାମଲାରେ ଅଭିଯୁକ୍ତ‌ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ‌ବୋଲି କେନ୍ଦ୍ର ଅର୍ଥ ଓ ରାଜ‌ସ୍ବ ମନ୍ତ୍ରଣାଳୟ ପକ୍ଷରୁ ତଥ୍ୟ ଦିଆଯାଇଛି। କେରଳ ସାଂସଦ ଏଏ ରହିମ୍‌ଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, ସାଂସଦ, ବିଧାୟକ ଓ ସ୍ଥାନୀୟ ପ୍ରଶାସକଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରୁଜୁ କରିଥିବା […]

୧୦ବର୍ଷରେ ରାଜନେତାଙ୍କ ବିରୋଧରେ ୧୯୩ଟି ଇଡି ମାମଲା, ୨ଟିରେ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ:  ୨୦୧୫ରୁ ଅଦ୍ୟାବଧି ବିଭିନ୍ନ ରାଜନେତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୯୩ଟି ମାମଲା ରୁଜୁ କରିଛି। ସେଗୁଡ଼ିକ ମଧ୍ୟରୁ କେବଳ ଦୁଇଟି ମାମଲାରେ ଅଭିଯୁକ୍ତ‌ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ‌ବୋଲି କେନ୍ଦ୍ର ଅର୍ଥ ଓ ରାଜ‌ସ୍ବ ମନ୍ତ୍ରଣାଳୟ ପକ୍ଷରୁ ତଥ୍ୟ ଦିଆଯାଇଛି। କେରଳ ସାଂସଦ ଏଏ ରହିମ୍‌ଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, ସାଂସଦ, ବିଧାୟକ ଓ ସ୍ଥାନୀୟ ପ୍ରଶାସକଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରୁଜୁ କରିଥିବା ମାମଲାଗୁଡ଼ିକର ରାଜ୍ୟୱାରୀ ତଥ୍ୟ ରଖାଯାଏ ନାହିଁ। ତେବେ ଏପ୍ରିଲ୍‌ ୨୦୨୨ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ସର୍ବାଧିକ ୩୨ଟି ମାମଲା ରୁଜୁ ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ରୁଜୁ ହୋଇଥିବା ମୋଟ ୧୯୩ଟି ମାମଲା ମଧ୍ୟରୁ ୨ଟିରେ କେବଳ ଦୋଷୀ ସାବ୍ୟସ୍ତ ସହ ଦଣ୍ଡବିଧାନ କରାଯାଇଛି। ୨ଟି ମାମଲା ମଧ୍ୟରୁ ୨୦୧୬-୧୭ରେ ଗୋଟିଏ ଓ ୨୦୧୯-୨୦ରେ ଗୋଟିଏ ମାମଲା ରହିଛି। ତେବେ ବିରୋଧୀ ଦଳ ନେତାଙ୍କ ବିରୋଧରେ ଇଡି ମାମଲା ବୃଦ୍ଧି ପାଉଥିବା ନେଇ ପ୍ରଶ୍ନରେ ଏଭଳି କୌଣସି ତଥ୍ୟ ରଖାଯାଏ ନାହିଁ, ବରଂ ଅଭିଯୋଗ ଭିତ୍ତିରେ ବିଶ୍ବସନୀୟ ପ୍ରମାଣ ଓ ସାକ୍ଷ୍ୟ ଭିତ୍ତିରେ ମାମଲା ରୁଜୁ କରାଯାଏ। ଏଥିରେ ଜାତି ଧର୍ମ ବର୍ଣ୍ଣ ଓ ରାଜନୈତିକ ମତକୁ ଦୃଷ୍ଟି ଦିଆଯାଏ ନାହିଁ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।