ହଟ୍ ସିନ୍ କରିବାକୁ ଡର ଲାଗେ: ସାମନ୍ଥା ପ୍ରଭୁ
ମୁମ୍ବାଇ: ଲୋକପ୍ରିୟ ତେଲଗୁ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନିଜର ବୋଲ୍ଡ ଲୁକ୍ ଓ ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ଦର୍ଶକ ଓ ନିଜ ଫ୍ୟାନ୍ସଙ୍କୁ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ପୁଷ୍ପାଶୁକ୍ରବାର ସେ ଇଣ୍ଡିଆ ଟୁଡେ କନକ୍ଲେଭ ୨୦୨୪ ରେ ଯୋଗ ଦେଇଛନ୍ତି। ‘Splendid Miss Samantha’ ଶୀର୍ଷକ ସେସନରେ ଯୋଗ ଦେଇ ସାମନ୍ଥା କହିଛନ୍ତି, ସେ କିପରି ହଟ୍ ସିନ ଦେବାକୁ୍ ଅସହଜ ଅନୁଭବ କରନ୍ତି। ସେ ‘ଫ୍ୟାମିଲି […] The post ହଟ୍ ସିନ୍ କରିବାକୁ ଡର ଲାଗେ: ସାମନ୍ଥା ପ୍ରଭୁ appeared first on Dharitri Odia News.
ମୁମ୍ବାଇ: ଲୋକପ୍ରିୟ ତେଲଗୁ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନିଜର ବୋଲ୍ଡ ଲୁକ୍ ଓ ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ଦର୍ଶକ ଓ ନିଜ ଫ୍ୟାନ୍ସଙ୍କୁ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ପୁଷ୍ପାଶୁକ୍ରବାର ସେ ଇଣ୍ଡିଆ ଟୁଡେ କନକ୍ଲେଭ ୨୦୨୪ ରେ ଯୋଗ ଦେଇଛନ୍ତି। ‘Splendid Miss Samantha’ ଶୀର୍ଷକ ସେସନରେ ଯୋଗ ଦେଇ ସାମନ୍ଥା କହିଛନ୍ତି, ସେ କିପରି ହଟ୍ ସିନ ଦେବାକୁ୍ ଅସହଜ ଅନୁଭବ କରନ୍ତି।
ସେ ‘ଫ୍ୟାମିଲି ମ୍ୟାନ’ ଓ ‘ପୁଷ୍ପା’ ରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଛନ୍ତି। ଇଣ୍ଡିଆ ଟୁଡେର ଏହି ଇଭେଣ୍ଟରେ ଯୋଗଦେଇ ସାମନ୍ଥା କହିଛନ୍ତି, ଏହି ଫିଲ୍ମରେ ଅଭିନିୟ କରିବା ପାଇଁ ତାଙ୍କୁ ଷ୍ଟେରୋୟଟାଇପ ହେବାକୁ ପଡିଥିଲା। ‘ଓ ଅଣ୍ଟାଭା’ ରେ ପ୍ରଦର୍ଶନ କରିବା ତାଙ୍କ ପାଇଁ ବହୁ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ସେ କହିଛନ୍ତି, ସବୁଠାରୁ ଭଲ ଜିନିଷ ହେଉଛି ଆପଣଙ୍କ ଚାରିପାଖରେ ବେଶୀ ଲୋକ ନ ରହିବା। ସେମାନେ ଆପଣଙ୍କର କୌଣସି କାମରେ ନିଜର ଓପିନିଅନ ଲଦି ଦେବେ ନାହିଁ। ପ୍ରତିଟି କାମରେ ଭୂଲ କରି ସେଥିରୁ କିଛି ଶିଖିବାକୁ ମୁଁ ଚାହେଁ। ଭୂଲରୁ ହିଁ ବହୁତ କିଛି ଜିନିଷ ଶିଖିଥାଏ। କିନ୍ତୁ ‘ଓ ଅଣ୍ଟାଭା’ରେ ଡ୍ୟାନ୍ସ କରିବାକୁ ଅଫର ସେହି ସମୟରେ ଆସିଥିଲା ଯେଉଁ ସମୟରେ ମୁଁ ହଟ୍ ସିନ୍ କରିବାକୁ ଅସହଜ ମଣୁଥିଲି। ସେହି ସମୟରେ ଏପରି ସ୍ଥିତିରେ ଥିଲି, ଯେଉଁଠି ମୋତେ କିଛି ବି ଠିକ୍ ଲାଗୁ ନ ଥିଲା। ମୋ ପାଖରେ ଆତ୍ମବିଶ୍ୱାସ ନ ଥିଲା କି ନିଜକୁ ଅସୁନ୍ଦର ଭାବୁଥିଲି। ମୁଁ କୌଣସି କାମ ଠିକ୍ ସେ କରିପାରୁଥିଲି।
‘ଓ ଅଣ୍ଟାଭା’ କରିବା ସମୟରେ ମୁଁ ଭୟରେ ଥରୁଥିଲି। ଏପରି ବୋଲ୍ଡ ଦେଖାଯିବାକୁ ମୁଁ ଡରୁଥିଲି। ହେଲେ ପଛରେ ଜାଣିଲି ଯେ, ଏହି ଭୟ ହିଁ ମୋ ସାହସକୁ ବଢେଇବାରେ ସାହାର୍ଯ୍ୟ କରିଛି ବୋଲି ସାମନ୍ଥା କହିଛନ୍ତି।
The post ହଟ୍ ସିନ୍ କରିବାକୁ ଡର ଲାଗେ: ସାମନ୍ଥା ପ୍ରଭୁ appeared first on Dharitri Odia News.