ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଏମ୍ପି, ବିଡିଓ- ତହସିଲଦାରଙ୍କ ସହ ମିଶି କଲେ ସଫେଇ
ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦିନିକିଆ ଗସ୍ତରେ ଆସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ସେ ପ୍ରଥମେ ଅନ୍ତଃବିଭାଗ ପରିଦର୍ଶନ କରିଥିଲେ। ସେଠାରେ ରୋଗୀଙ୍କ ପାଇଁ ରହିଥିବା ଶୌଚାଳୟର ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଏନେଇ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କୁ ଶୌଚାଳୟକୁ ସର୍ବଦା ସଫେଇ କରିବାକୁ ପରାମର୍ଶ ଦେବା ସହ ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ପରେ […] The post ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଏମ୍ପି, ବିଡିଓ- ତହସିଲଦାରଙ୍କ ସହ ମିଶି କଲେ ସଫେଇ appeared first on Dharitri Odia News.
ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦିନିକିଆ ଗସ୍ତରେ ଆସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ସେ ପ୍ରଥମେ ଅନ୍ତଃବିଭାଗ ପରିଦର୍ଶନ କରିଥିଲେ। ସେଠାରେ ରୋଗୀଙ୍କ ପାଇଁ ରହିଥିବା ଶୌଚାଳୟର ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଏନେଇ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କୁ ଶୌଚାଳୟକୁ ସର୍ବଦା ସଫେଇ କରିବାକୁ ପରାମର୍ଶ ଦେବା ସହ ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ସେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକ ସମ୍ମୁଖରେ ଓ ତା’ର ଆଖପାଖ ଅଞ୍ଚଳରେ ସଫେଇ କରିଥିଲେ। ସେହିପରି ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଏମ୍ପିଙ୍କ ସହ ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଆଇଆଇଆସି ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସଫେଇ କରିଥିଲେ।
The post ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଏମ୍ପି, ବିଡିଓ- ତହସିଲଦାରଙ୍କ ସହ ମିଶି କଲେ ସଫେଇ appeared first on Dharitri Odia News.