ହଟିନି ୫-ଟି ବୋର୍ଡ, ପୂର୍ବ ସରକାରଙ୍କ ସଫଳତା ହୋର୍ଡିଂ
ସୋନପୁର,୨୭ା୬(ମୃତ୍ୟୁଞ୍ଜୟ ଶତପଥୀ)ଓଡ଼ିଶାରେ ନୂଆ ସରକାର ଗଠନ ହୋଇଛି। ୨୪ବର୍ଷର ବିଜେଡି ସରକାରକୁ ହଟାଇ ଭାଜପା ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଠନ କରିଛି। ଶାସନକୁ ଆସିବା କ୍ଷଣି ଭାଜପା ସରକାର ହାଇସ୍କୁଲରୁ ୫-ଟି ବୋର୍ଡ ହଟାଇ ଦେଇଛନ୍ତି। ରାଜ୍ୟରେ ଶାସନ କ୍ଷମତାରେ ଥିବା ବେଳେ ବିଜେଡି ସରକାର ୫-ଟି ଅଧୀନରେ ଓଡିଶାର ପ୍ରାୟ ସମସ୍ତ କାର୍ଯ୍ୟକ୍ରମ କରୁଥିଲା। ସ୍କୁଲ, କଲେଜଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ୫-ଟିର ବହୁଳ ପ୍ରଚାର ପ୍ରସାର କରା ଯାଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ […] The post ହଟିନି ୫-ଟି ବୋର୍ଡ, ପୂର୍ବ ସରକାରଙ୍କ ସଫଳତା ହୋର୍ଡିଂ appeared first on Dharitri Odia News.
ସୋନପୁର,୨୭ା୬(ମୃତ୍ୟୁଞ୍ଜୟ ଶତପଥୀ)ଓଡ଼ିଶାରେ ନୂଆ ସରକାର ଗଠନ ହୋଇଛି। ୨୪ବର୍ଷର ବିଜେଡି ସରକାରକୁ ହଟାଇ ଭାଜପା ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଠନ କରିଛି। ଶାସନକୁ ଆସିବା କ୍ଷଣି ଭାଜପା ସରକାର ହାଇସ୍କୁଲରୁ ୫-ଟି ବୋର୍ଡ ହଟାଇ ଦେଇଛନ୍ତି। ରାଜ୍ୟରେ ଶାସନ କ୍ଷମତାରେ ଥିବା ବେଳେ ବିଜେଡି ସରକାର ୫-ଟି ଅଧୀନରେ ଓଡିଶାର ପ୍ରାୟ ସମସ୍ତ କାର୍ଯ୍ୟକ୍ରମ କରୁଥିଲା। ସ୍କୁଲ, କଲେଜଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ୫-ଟିର ବହୁଳ ପ୍ରଚାର ପ୍ରସାର କରା ଯାଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟର ପ୍ରମୁଖ ସ୍ଥାନରେ ୫-ଟି ବୋର୍ଡ ଲାଗିଥିଲା। ତେବେ ସରକାରୀ କାର୍ଯ୍ୟାଳୟରୁ ୫-ଟି ଚାର୍ଟର ବୋର୍ଡ ହଟାଇବାକୁ ନିର୍ଦ୍ଦେଶ ଆସିଛି। ନୂଆ ସରକାର ଗଠନ ହେବାର ଇତିମଧ୍ୟରେ ୧୪ଦିନ ବିତିଗଲାଣି। କିନ୍ତୁ ଜିଲାର ବିଭିନ୍ନ ଅଞ୍ଚଳରୁ ୫-ଟି ଓ ପୂର୍ବ ସରକାରଙ୍କ ବିଜ୍ଞାପନ ବୋର୍ଡ ହଟୁ ନାହିଁ। ଶାସକ ଦଳ ଭାଜପା ପକ୍ଷରୁ ଏ ନେଇ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ସୂଚନା ମିଳିଛି।
ଜିଲାର ଅନେକ ସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ସରକାରୀ ସଫଳତା, ବିଭିନ୍ନ ଯୋଜନା ସମ୍ପର୍କିତ ବୋର୍ଡ ଓ ହୋର୍ଡିଂ ଏଯାଏ ଝଲସୁଛି। ବିନିକା-ଡୁଙ୍ଗୁରିପାଲି ରାସ୍ତାରେ ଏଭଳି ହୋର୍ଡିଂ ଏବେ ବି ଲାଗିଛି। ସରକାରୀ ଅଫିସ, ରାସ୍ତା, ଶିକ୍ଷାନୁଷ୍ଠାନ ଗୁଡିକରେ ପୂର୍ବ ସରକାରଙ୍କ ପ୍ରଚାର ବୋର୍ଡ ଓ ହୋର୍ଡିଂ ଶୋଭା ପାଉଛି। ସୋନପୁର ବ୍ଲକ କାନ୍ଥରେ ନବୀନ ପଟ୍ଟନାୟକ, ୫-ଟି ଓ ମୋ ସରକାର ସମ୍ପର୍କିତ ଲେଖା ପୂର୍ବଭଳି ରହିଛି। ଏ ସମ୍ପର୍କରେ ସୋନପୁର ବିଡିଓ ସୌମ୍ୟରଞ୍ଜନ ସ୍ବାଇଁ କହିଛନ୍ତି, ସରକାରୀ ନିର୍ଦ୍ଦେଶ ଆସିବା ପରେ ପୂର୍ବରୁ ଥିବା ହୋର୍ଡିଂକୁ ହଟାଇ ଦିଆଯାଇଛି। ଭୁଲରେ ଅଳ୍ପକିଛି ଲେଖା କାନ୍ଥରେ ରହିଛି, ସେଗୁଡିକୁ ଖୁବ୍ଶୀଘ୍ର ଲିଭାଇ ଦିଆଯିବ।
The post ହଟିନି ୫-ଟି ବୋର୍ଡ, ପୂର୍ବ ସରକାରଙ୍କ ସଫଳତା ହୋର୍ଡିଂ appeared first on Dharitri Odia News.