ଭାଲେଣ୍ଟାଇନ୍ସ ଡେ’ରେ ଜ୍ୟାକ୍ଲିନ୍ଙ୍କୁ ଦାମୀ ଉପହାର ଦେଲେ ସୁକେଶ: ଲେଖିଲେ ଭାବପ୍ରବଣ ଚିଠି
ଫେବୃଆରୀ ୧୪ ଭାଲେଣ୍ଟାଇନ୍ସ ଡେ’ରେ ମହାଠକ ସୁକେଶ ଚନ୍ଦ୍ରଶେଖର ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ପାଇଁ ନିଜ ପ୍ରେମ ପ୍ରକାଶ କରିଥିଲେ। ସୁକେଶ ଏବେ ମଣ୍ଡୋଲି ଜେଲରେ ଅଛନ୍ତି, ସେଠାରୁ ସେ ଅଭିନେତ୍ରୀଙ୍କ ପାଇଁ ଏକ ଚିଠି ଲେଖିଥିଲେ। ଏହା ସହିତ ସେ ଜ୍ୟାକଲିନଙ୍କୁ ଏକ ସ୍ବତନ୍ତ୍ର ଉପହାର ମଧ୍ୟ ପଠାଇଛନ୍ତି। ସେ ଜ୍ୟାକଲିନଙ୍କୁ ଏକ କଷ୍ଟମାଇଜଡ ଗଲ୍ଫଷ୍ଟ୍ରିମ ଜେଟ ଉପହାର ସ୍ବରୂପ ଦେଇଛନ୍ତି। ସୁକେଶ ଜ୍ୟାକଲିନଙ୍କ ପାଇଁ ଲେଖାଯାଇଥିବା ଚିଠିକୁ ତାଙ୍କର ଭାଲେଣ୍ଟାଇନ ବୋଲି କହି […] The post ଭାଲେଣ୍ଟାଇନ୍ସ ଡେ’ରେ ଜ୍ୟାକ୍ଲିନ୍ଙ୍କୁ ଦାମୀ ଉପହାର ଦେଲେ ସୁକେଶ: ଲେଖିଲେ ଭାବପ୍ରବଣ ଚିଠି appeared first on Dharitri Odia News.
ଫେବୃଆରୀ ୧୪ ଭାଲେଣ୍ଟାଇନ୍ସ ଡେ’ରେ ମହାଠକ ସୁକେଶ ଚନ୍ଦ୍ରଶେଖର ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ପାଇଁ ନିଜ ପ୍ରେମ ପ୍ରକାଶ କରିଥିଲେ। ସୁକେଶ ଏବେ ମଣ୍ଡୋଲି ଜେଲରେ ଅଛନ୍ତି, ସେଠାରୁ ସେ ଅଭିନେତ୍ରୀଙ୍କ ପାଇଁ ଏକ ଚିଠି ଲେଖିଥିଲେ। ଏହା ସହିତ ସେ ଜ୍ୟାକଲିନଙ୍କୁ ଏକ ସ୍ବତନ୍ତ୍ର ଉପହାର ମଧ୍ୟ ପଠାଇଛନ୍ତି। ସେ ଜ୍ୟାକଲିନଙ୍କୁ ଏକ କଷ୍ଟମାଇଜଡ ଗଲ୍ଫଷ୍ଟ୍ରିମ ଜେଟ ଉପହାର ସ୍ବରୂପ ଦେଇଛନ୍ତି।
ସୁକେଶ ଜ୍ୟାକଲିନଙ୍କ ପାଇଁ ଲେଖାଯାଇଥିବା ଚିଠିକୁ ତାଙ୍କର ଭାଲେଣ୍ଟାଇନ ବୋଲି କହି ଆରମ୍ଭ କରିଥିଲେ। ସେ ଲେଖିଛନ୍ତି, ଏହି ଭାଲେଣ୍ଟାଇନ୍ସ ଡେ’ ବହୁତ ସ୍ବତନ୍ତ୍ର କାରଣ ଆମେ ଆମ ଜୀବନର ବାକି ଭାଲେଣ୍ଟାଇନ୍ସ ଡେ’ଗୁଡ଼ିକୁ ଏକାଠି ପାଳନ କରିବାଠାରୁ ମାତ୍ର କିଛି ପାଦ ଦୂରରେ ଅଛୁ। ମୁଁ ଆଉ କିଛି କହିବା ପୂର୍ବରୁ, ବାସ୍ ଏତିକି କହିବାକୁ ଚାହୁଁଛି ଯେ ଜ୍ୟାକି, ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ଏହି ଦୁନିଆର ସବୁଠାରୁ ଭଲ ଭାଲେଣ୍ଟାଇନ, ମୁଁ ତୁମକୁ ପାଗଳ ପରି ଭଲ ପାଏ। ତୁମେ ଜାଣ ଭାଲେଣ୍ଟାଇନ୍ସ ଡେ’ ଆମ ପାଇଁ କେତେ ସ୍ବତନ୍ତ୍ର, କାରଣ ଏହି ଦିନରୁ ଆମର ସମ୍ପର୍କ ଆରମ୍ଭ ହୋଇଥିଲା। ଏହା ମୋ ଜୀବନର ସବୁଠାରୁ ଖାସ ଦିନ। ଏହି ଚିଠିରେ ସୁକେଶ ଦାବି କରିଛନ୍ତି, ଜେଟ୍ର ପଞ୍ଜୀକରଣ ନମ୍ବର ଜ୍ୟାକଲିନଙ୍କ ଜନ୍ମ ମାସ ଏବଂ ବର୍ଷ ଉପରେ ଆଧାରିତ।
ସୁକେଶଙ୍କ ଏକ ଠକେଇ ମାମଲାରେ ୨୦୧୫ ମସିହାରୁ ଜେଲରେ ଅଛନ୍ତି। ଏହି ମାମଲାର ତଦନ୍ତ ଚାଲିଥିବାବେଳେ ସୁକେଶ ଏବଂ ଜ୍ୟାକଲିନଙ୍କ ସମ୍ପର୍କର କଥା ସାମ୍ନାକୁ ଆସିଥିଲା। ଏହା ପରେ ସୁକେଶ ଦାବି କରିଥିଳେ, ସେମାନେ ଦୁହେଁ ପରସ୍ପରକୁ ଡେଟ କରୁଛନ୍ତି, ଉଭୟଙ୍କ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତଥାପି, ଜ୍ୟାକଲିନ ସୁକେଶଙ୍କ ବୟାନକୁ ଅସ୍ବୀକାର କରିଥିଲେ ଏବଂ କହିଥିଲେ ଯେ ସୁକେଶ ତାଙ୍କୁ ଠକିଛନ୍ତି।
The post ଭାଲେଣ୍ଟାଇନ୍ସ ଡେ’ରେ ଜ୍ୟାକ୍ଲିନ୍ଙ୍କୁ ଦାମୀ ଉପହାର ଦେଲେ ସୁକେଶ: ଲେଖିଲେ ଭାବପ୍ରବଣ ଚିଠି appeared first on Dharitri Odia News.