ଉତ୍ତରପ୍ରଦେଶରୁ ଆସିଲା ଆଳୁ: କେଜି ୩୦ ଟଙ୍କାରେ କିଣିଲେ ଖାଉଟି

ଭୁବନେଶ୍ୱର,୯।୧୨: ରାଜ୍ୟରେ ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବା ନିମନ୍ତେ ସରକାର ପଡକ୍ଲଃଏପି ନେଇଛନ୍ତି। ରାଜ୍ୟ ସରକାର ନା୍ଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେଉଛନ୍ତି । ଖାଉଟି ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନା୍ଫେଡ ମାଧ୍ୟମରେ ଖାଉଟି ମାନଙ୍କ ନିମନ୍ତେ ସୁଲଭ ଦରରେ ଆଳୁ ଯୋଗାଣ ନିମନ୍ତେ ନିଷ୍ପତ୍ତି ନେଇଥିବାରୁ ପ୍ରଥମ ପର୍ଯ୍ୟାୟରେ ତିନୋଟି ଗାଡ଼ିରେ ୬୦ ଟନ ଆଳୁ […] The post ଉତ୍ତରପ୍ରଦେଶରୁ ଆସିଲା ଆଳୁ: କେଜି ୩୦ ଟଙ୍କାରେ କିଣିଲେ ଖାଉଟି appeared first on Dharitri Odia News.

ଉତ୍ତରପ୍ରଦେଶରୁ ଆସିଲା ଆଳୁ: କେଜି ୩୦ ଟଙ୍କାରେ କିଣିଲେ ଖାଉଟି

ଭୁବନେଶ୍ୱର,୯।୧୨: ରାଜ୍ୟରେ ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବା ନିମନ୍ତେ ସରକାର ପଡକ୍ଲଃଏପି ନେଇଛନ୍ତି। ରାଜ୍ୟ ସରକାର ନା୍ଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେଉଛନ୍ତି । ଖାଉଟି ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନା୍ଫେଡ ମାଧ୍ୟମରେ ଖାଉଟି ମାନଙ୍କ ନିମନ୍ତେ ସୁଲଭ ଦରରେ ଆଳୁ ଯୋଗାଣ ନିମନ୍ତେ ନିଷ୍ପତ୍ତି ନେଇଥିବାରୁ ପ୍ରଥମ ପର୍ଯ୍ୟାୟରେ ତିନୋଟି ଗାଡ଼ିରେ ୬୦ ଟନ ଆଳୁ ଉତ୍ତର ପ୍ରଦେଶରୁ ଆସି ବର୍ତ୍ତମାନ ଭୁବନେଶ୍ୱରରେ ପହଁଚିଛି ।

ଏହାକୁ ଆଜି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ସମେତ ସହରର ବିଭିନ୍ନ ସ୍ଥାନରେ ସର୍ବସାଧାରଣ ମାନଙ୍କୁ କିଲୋ ଗ୍ରାମ ପିଛା ୩୦ ଟଙ୍କାରେ ବିକ୍ରୟ କରାଯାଇଛି । ଏହି ଆଳୁ ସମସ୍ତ ସରକାରୀ ସୁଲଭ ଖୁଚୁରା କେନ୍ଦ୍ରରେ ସର୍ବ ସାଧାରଣ ମାନଙ୍କୁ ବିକ୍ରୟ କରଯିବ । ଏହାଦ୍ୱାରା ଖାଉଟି ମାନଙ୍କୁ ସୁଲଭ ଦରରେ ଆଳୁ ଉପଲବ୍ଧ କରାଇବା ସହ ରାଜ୍ୟରେ ଆଳୁ ସଙ୍କଟ ଦୂର ହୋଇପାରିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ, ରାଉଲକେଲା,ଜୟପୁର, ବାଲେଶ୍ୱର,ବଲାଙ୍ଗୀର, ସମ୍ବଲପୁର ଓ ବ୍ରହ୍ମପୁରର ବିଭିନ୍ନ ସରକାରୀ ଖୁଚୁରା ଦୋକାନ ମାଧ୍ୟମରେ ଉପଲବ୍ଧ ହେବ ଏବଂ ଖାଉଟି ମାନେ ଏହାକୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ କିଣିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

The post ଉତ୍ତରପ୍ରଦେଶରୁ ଆସିଲା ଆଳୁ: କେଜି ୩୦ ଟଙ୍କାରେ କିଣିଲେ ଖାଉଟି appeared first on Dharitri Odia News.