ବିଜେଡି ନେତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ବିଜେପିର ନୀଳଗିରି ବିଧାୟକ
ନନ୍ଦିଘୋଷ ବ୍ୟୁରୋ : ଅଡୁଆରେ ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ। ନୀଳଗିରିରୁ ଭୁବନେଶ୍ବର ଯାଏଁ ସରଗରମ ରାଜନୀତି। ସନ୍ତୋଷଙ୍କ... The post ବିଜେଡି ନେତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ବିଜେପିର ନୀଳଗିରି ବିଧାୟକ appeared first on .
ନନ୍ଦିଘୋଷ ବ୍ୟୁରୋ : ଅଡୁଆରେ ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ। ନୀଳଗିରିରୁ ଭୁବନେଶ୍ବର ଯାଏଁ ସରଗରମ ରାଜନୀତି। ସନ୍ତୋଷଙ୍କ ବିରୋଧ ବଢିଚାଲିଛି ଅସନ୍ତୋଷ । ବିଭିନ୍ନ ଥାନାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ । ବ୍ୟକ୍ତିଗତ ପ୍ରସଙ୍ଗ କହି ଦୂରେଇଗଲେ ନଗର ଉନ୍ନୟନ ମନ୍ତ୍ରୀ । ବିଜେଡିର ଜୋରଦାର ପ୍ରତିବାଦ। ବିଜେଡି ବାଲେଶ୍ୱର ସାଂସଦ ପାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ନୀଳଗିରି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶତାଧିକ ମହିଳା ନୀଳଗିରି ଥାନାରେ ତିନୋଟି ପୃଥକ ପୃଥକ ଅଭିଯୋଗ କରିଛନ୍ତି। ସନ୍ତୋଷଙ୍କ ନାମରେ ହାତୀ ଦାନ୍ତ ଚାଲାଣକାରୀଙ୍କୁ ସୁରକ୍ଷା ଦେବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। ଜବାବରେ ବିଧାୟକ ଖରାପ ଭାଷାରେ ଲେଖାଶ୍ରୀଙ୍କୁ ଇଙ୍ଗିତ କରିଥିଲେ । ଏହାର ପ୍ରତିବାଦରେ ବାଲେଶ୍ବର ବିଜୁ ମହିଳା ଜନତା ଦଳ ଏତଲା ଦେଇଥିବା ବେଳେ ଭୁବନେଶ୍ବର ମହିଳା ଥାନାରେ ବି ଏତଲା ଦାୟର କରିଛି ବିଜେଡି ।
ବିଧାୟକ ସନ୍ତୋଷ ଖଟୁଆଙ୍କ ଏପରି ଆଚରଣ ଓ ଉଚ୍ଚାରଣକୁ ସବୁଠି ନାପସନ୍ଦ କରାଯାଇଛି। ବିଭିନ୍ନ ଅଞ୍ଚଳରେ ଉଠୁଛି କାର୍ଯ୍ୟାନୁଷ୍ଠାନର ଦାବି। ରାଜନୀତିରେ ବ୍ୟକ୍ତିଗତ ଆକ୍ଷେପକୁ ଜୋରଦାର ସମାଲୋଚନା। କେବଳ ବିଜେଡି ନୁହେଁ, ନିଜ ଦଳର ନେତ୍ରୀ ମଧ୍ୟ ବିଧାୟକଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାଲେଶ୍ବର ଜିଲ୍ଲା ପରିଷଦ ସଭ୍ୟ ଉଷାରାଣୀ ରାଉଳ କହିଛନ୍ତି, ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ମନ୍ତବ୍ୟ ନାରୀ ସମାଜ ପ୍ରତି ଅସମ୍ମାନ । ସେପଟେ ନଗର ଉନ୍ନୟନ ମନ୍ତ୍ରୀ ସନ୍ତୋଷଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ ପ୍ରସଙ୍ଗ କହି ଏଡ଼ାଇଯିବାକୁ ଚେଷ୍ଟା କରିଛନ୍ତି।
The post ବିଜେଡି ନେତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ବିଜେପିର ନୀଳଗିରି ବିଧାୟକ appeared first on .