ଖଡ଼ିଛୁଆଁର ଶୁଭାରମ୍ଭ କଲେ ବିଧାୟକ, କହିଲେ ପିଲା କିପରି ଉତ୍ତମ ଶିକ୍ଷା ଲାଭ କରିବେ ଆମ ସରକାର…

ଭଞ୍ଜନଗର,୨ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବୁଧବାର ତିଲିସିଙ୍ଗି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଶିଶୁ ବାଟିକା ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଖଡ଼ି ଛୁଆଁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଚଳିତ ବର୍ଷ ବାଲ ବାଟିକା ଆରମ୍ଭ ହୋଇଛି। ଏଥିରେ ୫ ବର୍ଷର ଶିଶୁମାନେ ନାମ ଲେଖାଇବେ। ୬ ବର୍ଷରୁ ଊର୍ଦ୍ଧ୍ୱ ଶିଶୁମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ। ଆଜିର ଏହି କାର୍ଯ୍ୟକ୍ରମରେ ବିଇଓଏସ୍‌ ଧନଞ୍ଜୟ ଅଧ୍ୟକ୍ଷତା କରିଥିଲେ। ଏବିଇଓ […] The post ଖଡ଼ିଛୁଆଁର ଶୁଭାରମ୍ଭ କଲେ ବିଧାୟକ, କହିଲେ ପିଲା କିପରି ଉତ୍ତମ ଶିକ୍ଷା ଲାଭ କରିବେ ଆମ ସରକାର… appeared first on Dharitri Odia News.

ଖଡ଼ିଛୁଆଁର ଶୁଭାରମ୍ଭ କଲେ ବିଧାୟକ, କହିଲେ ପିଲା କିପରି ଉତ୍ତମ ଶିକ୍ଷା ଲାଭ କରିବେ ଆମ ସରକାର…

ଭଞ୍ଜନଗର,୨ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବୁଧବାର ତିଲିସିଙ୍ଗି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଶିଶୁ ବାଟିକା ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଖଡ଼ି ଛୁଆଁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଚଳିତ ବର୍ଷ ବାଲ ବାଟିକା ଆରମ୍ଭ ହୋଇଛି। ଏଥିରେ ୫ ବର୍ଷର ଶିଶୁମାନେ ନାମ ଲେଖାଇବେ। ୬ ବର୍ଷରୁ ଊର୍ଦ୍ଧ୍ୱ ଶିଶୁମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ। ଆଜିର ଏହି କାର୍ଯ୍ୟକ୍ରମରେ
ବିଇଓଏସ୍‌ ଧନଞ୍ଜୟ ଅଧ୍ୟକ୍ଷତା କରିଥିଲେ। ଏବିଇଓ ସୂର୍ଯ୍ୟ ନାୟକ, ସରପଞ୍ଚ ସୁରୁଚି ନାୟକ, ସମିତିସଭ୍ୟ ସୁବାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନଶିକ୍ଷକ ଅରୁଣ ନାୟକ ସଭାକୁ ସଂଯୋଜନା କରିଥିଲେ। ଏହି ଅବସରରେ ବିଧାୟକ ନାୟକ କହିଥିଲେ ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ। ସମସ୍ତ ଶିଶୁ କିଭଳି ଉତ୍ତମ ଶିକ୍ଷା ଲାଭ କରିବେ ସେଥିପାଇଁ ଆମ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି ବୋଲି ବିଧାୟକ ନାୟକ କହିଥିଲେ।

The post ଖଡ଼ିଛୁଆଁର ଶୁଭାରମ୍ଭ କଲେ ବିଧାୟକ, କହିଲେ ପିଲା କିପରି ଉତ୍ତମ ଶିକ୍ଷା ଲାଭ କରିବେ ଆମ ସରକାର… appeared first on Dharitri Odia News.