ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ସୁରମା ପାଢ଼ୀ ଦେଲେ ପ୍ରତିକ୍ରିୟା, କହିଲେ ମୁଁ କେବେ…

ଭୁବନେଶ୍ୱର,୨୦।୬: ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ସୁରମା ପାଢ଼ୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୁଁ କେବେ କଳ୍ପନା କରି ନ ଥିଲି ଏହି ପଦରେ ବସିବି। ଗୃହର ପଦ ମର୍ଯ୍ୟାଦା, ଗରିମା ରକ୍ଷା କରିବା ସମସ୍ତଙ୍କର କର୍ତ୍ତବ୍ୟ। ମୁଁ ନିଶ୍ଚିତ ଭାବେ ନିରପେକ୍ଷତା ଅବଲମ୍ବନ କରିବି। ଗୃହ ପରିଚାଳନା ପାଇଁ ଆପଣଙ୍କ ସହଯୋଗ କାମନା କରୁଛି। ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଆଜି ବିଧିବଦ୍ଧ ଭାବେ ସେ ବାଚସ୍ପତି ଆସନ […] The post ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ସୁରମା ପାଢ଼ୀ ଦେଲେ ପ୍ରତିକ୍ରିୟା, କହିଲେ ମୁଁ କେବେ… appeared first on Dharitri Odia News.

ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ସୁରମା ପାଢ଼ୀ ଦେଲେ ପ୍ରତିକ୍ରିୟା, କହିଲେ ମୁଁ କେବେ…

ଭୁବନେଶ୍ୱର,୨୦।୬: ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ସୁରମା ପାଢ଼ୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୁଁ କେବେ କଳ୍ପନା କରି ନ ଥିଲି ଏହି ପଦରେ ବସିବି। ଗୃହର ପଦ ମର୍ଯ୍ୟାଦା, ଗରିମା ରକ୍ଷା କରିବା ସମସ୍ତଙ୍କର କର୍ତ୍ତବ୍ୟ। ମୁଁ ନିଶ୍ଚିତ ଭାବେ ନିରପେକ୍ଷତା ଅବଲମ୍ବନ କରିବି। ଗୃହ ପରିଚାଳନା ପାଇଁ ଆପଣଙ୍କ ସହଯୋଗ କାମନା କରୁଛି।

ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଆଜି ବିଧିବଦ୍ଧ ଭାବେ ସେ ବାଚସ୍ପତି ଆସନ ଗ୍ରହଣ କରିଛନ୍ତି । ବାଚସ୍ପତି ହେବା ପରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କଠାରୁ ସୁରମା ପାଢୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୁରମା ପାଢୀ ବାଚସ୍ପତି ହେବା ପରେ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

The post ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ସୁରମା ପାଢ଼ୀ ଦେଲେ ପ୍ରତିକ୍ରିୟା, କହିଲେ ମୁଁ କେବେ… appeared first on Dharitri Odia News.