ସିଡନୀ ସପିଂ ମଲରେ ଛୁରା ମାଡ଼ରେ ୬ ମୃତ, ପୋଲିସ ଗୁଳିରେ ଅଭିଯୁକ୍ତ ନିହତ

ନୂଆଦିଲ୍ଲୀ,୧୩ା୪: ଶନିବାର ସିଡନୀରେ ଥିବା ଏକ ସପିଂ ମଲରେ ଛୁରା ମାଡ଼ କରି ୬ ଜଣଙ୍କୁ ହତ୍ୟା କରାଯାଇଛି। ପୋଲିସର ଗୁଳିମାଡ଼ରେ ଅପରାଧୀ ମଧ୍ୟ ମୃତ୍ୟୁ ବାରଣ କରିଛି। ଏହି ହୃଦୟ ବିଦାରକ ଘଟଣା ୱେଷ୍ଟଫିଲ୍ଡ ବଣ୍ଡି ଜଙ୍କସନ ମଲ କମ୍ପ୍ଲେକ୍ସରେ ଘଟିଛି। ଶନିବାର ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ମଲ୍ ଭିତରେ ଖଚାଖଚ ଭିଡ ଥିଲା। ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସ ଗୁଳି ଚଳାଇଥିଲା, ଫଳରେ ଘଟଣା ସ୍ଥଳରେ ହିଁ ଅଭିଯୁକ୍ତ ପ୍ରାଣ ହରାଇଥିଲା। […] The post ସିଡନୀ ସପିଂ ମଲରେ ଛୁରା ମାଡ଼ରେ ୬ ମୃତ, ପୋଲିସ ଗୁଳିରେ ଅଭିଯୁକ୍ତ ନିହତ appeared first on Dharitri Odia News.

ସିଡନୀ ସପିଂ ମଲରେ ଛୁରା ମାଡ଼ରେ ୬ ମୃତ, ପୋଲିସ ଗୁଳିରେ ଅଭିଯୁକ୍ତ ନିହତ

ନୂଆଦିଲ୍ଲୀ,୧୩ା୪: ଶନିବାର ସିଡନୀରେ ଥିବା ଏକ ସପିଂ ମଲରେ ଛୁରା ମାଡ଼ କରି ୬ ଜଣଙ୍କୁ ହତ୍ୟା କରାଯାଇଛି। ପୋଲିସର ଗୁଳିମାଡ଼ରେ ଅପରାଧୀ ମଧ୍ୟ ମୃତ୍ୟୁ ବାରଣ କରିଛି। ଏହି ହୃଦୟ ବିଦାରକ ଘଟଣା ୱେଷ୍ଟଫିଲ୍ଡ ବଣ୍ଡି ଜଙ୍କସନ ମଲ କମ୍ପ୍ଲେକ୍ସରେ ଘଟିଛି।

ଶନିବାର ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ମଲ୍ ଭିତରେ ଖଚାଖଚ ଭିଡ ଥିଲା। ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସ ଗୁଳି ଚଳାଇଥିଲା, ଫଳରେ ଘଟଣା ସ୍ଥଳରେ ହିଁ ଅଭିଯୁକ୍ତ ପ୍ରାଣ ହରାଇଥିଲା।

ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତି ଲୋକମାନଙ୍କୁ ଗୋଡାଉଥିଲା ଏବଂ ଛୁରା ମାଡ଼ କରୁଥିଲା। କାନବ୍ରାର ଅଷ୍ଟ୍ରେଲୀୟ ଫେଡେରାଲ ପୋଲିସ ଏହି ଘଟଣା ସମ୍ପର୍କରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେଙ୍କୁ ସୂଚନା ଦେଇଛନ୍ତି। ଏହି ଘଟଣାରେ ପୋଲିସ ଆତଙ୍କବାଦୀ ଲିଙ୍କ ଯାଞ୍ଚ କରୁଛି। ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ଟ୍ୱିଟରରେ ଏକ ପୋଷ୍ଟରେ କହି, “ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

 

The post ସିଡନୀ ସପିଂ ମଲରେ ଛୁରା ମାଡ଼ରେ ୬ ମୃତ, ପୋଲିସ ଗୁଳିରେ ଅଭିଯୁକ୍ତ ନିହତ appeared first on Dharitri Odia News.