ବିଶ୍ୱର ସର୍ବବୃହତ୍ ଏଫ୍ଆର୍ପି ରିବାର ଉତ୍ପାଦକ ହେବ ଜେଏଏମ୍
ଭୁବନେଶ୍ୱର,୨୮।୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ସହାୟକ କମ୍ପାନୀ ଜିନ୍ଦଲ ଆଡ୍ଭାନ୍ସଡ୍ ମ୍ୟାଟେରିଆଲ୍ସ (ଜେଏଏମ୍) ର ବହୁ ପ୍ରତୀକ୍ଷିତ ତଥା ମେଗା ସମ୍ପ୍ରସାରଣ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ହାଇ ପରଫର୍ମାନ୍ସ କମ୍ପୋଜିଟ୍ ମ୍ୟାଟେରିଆଲ କ୍ଷେତ୍ରରେ ଅଗ୍ରଣୀ ନିର୍ମାତା ଜେଏଏମ୍ ୨୦୨୫ ଜୁନ୍ ସୁଦ୍ଧା ଫାଇବର ସଶକ୍ତ ପଲିମର ରିବାରର ବିଶ୍ୱର ସର୍ବବୃହତ୍ ଉତ୍ପାଦକ ହେବାକୁ ଯାଉଛି। ଏହି ଉଚ୍ଚାଭିଳାଷୀ ବିସ୍ତାର ଯୋଜନା ଅନୁଯାୟୀ ୨୦୨୫ ଜୁନ୍ ସୁଦ୍ଧା […] The post ବିଶ୍ୱର ସର୍ବବୃହତ୍ ଏଫ୍ଆର୍ପି ରିବାର ଉତ୍ପାଦକ ହେବ ଜେଏଏମ୍ appeared first on Dharitri Odia News.
ଭୁବନେଶ୍ୱର,୨୮।୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ସହାୟକ କମ୍ପାନୀ ଜିନ୍ଦଲ ଆଡ୍ଭାନ୍ସଡ୍ ମ୍ୟାଟେରିଆଲ୍ସ (ଜେଏଏମ୍) ର ବହୁ ପ୍ରତୀକ୍ଷିତ ତଥା ମେଗା ସମ୍ପ୍ରସାରଣ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ହାଇ ପରଫର୍ମାନ୍ସ କମ୍ପୋଜିଟ୍ ମ୍ୟାଟେରିଆଲ କ୍ଷେତ୍ରରେ ଅଗ୍ରଣୀ ନିର୍ମାତା ଜେଏଏମ୍ ୨୦୨୫ ଜୁନ୍ ସୁଦ୍ଧା ଫାଇବର ସଶକ୍ତ ପଲିମର ରିବାରର ବିଶ୍ୱର ସର୍ବବୃହତ୍ ଉତ୍ପାଦକ ହେବାକୁ ଯାଉଛି।
ଏହି ଉଚ୍ଚାଭିଳାଷୀ ବିସ୍ତାର ଯୋଜନା ଅନୁଯାୟୀ ୨୦୨୫ ଜୁନ୍ ସୁଦ୍ଧା ବାର୍ଷିକ ୧ ଲକ୍ଷ ମେଟ୍ରିକ୍ ଟନ୍ ଫାଇବର ରେନ୍ଫୋର୍ସଡ୍ ପଲିମର ଉତ୍ପାଦନ କ୍ଷମତାରେ ୪.୫ଗୁଣା ବୃଦ୍ଧି ହେବ। ଏହି ରଣନୈତିକ ପଦକ୍ଷେପ ସ୍ଥାୟୀ ଏବଂ ଉନ୍ନତ ଏଫ୍ଆର୍ପି ସମାଧାନ ସହିତ ନିର୍ମାଣ ଶିଳ୍ପରେ ପରିବର୍ତ୍ତନ ଆଣିବା ପାଇଁ ଜେଏଏମ୍ ପ୍ରତିବଦ୍ଧତାକୁ ସୂଚିତ କରୁଛି। ଏ ସମ୍ପର୍କରେ ଜେଏଏମ୍ର ନିର୍ଦ୍ଦେଶକ ସି.ପି. ଅଗ୍ରୱାଲ କହିଛନ୍ତି, କାର୍ବନ ଷ୍ଟିଲ୍ ରିବାରର ବିକଳ୍ପ ଭାବେ ଏଫ୍ଆର୍ପି ରିବାର ବ୍ୟବହାର ହୋଇପାରିବ।
ଏପରିକି ଭିତ୍ତିଭୂମି ଏବଂ ରେଳ ଭିତ୍ତିଭୂମି କ୍ଷେତ୍ରରେ ବିବିଧ ପ୍ରୟୋଗ ପାଇଁ ଉପଯୁକ୍ତ ଏଫ୍ଆର୍ପି ରିବାରଗୁଡିକ ୩୫% ପର୍ଯ୍ୟନ୍ତ ଖର୍ଚ୍ଚ କମାଇବା ସହ ଏଥିରୁ ଉନ୍ନତମାନର ସୁବିଧା ମିଳେ ଏବଂ ଆମର ଏଫ୍ଆର୍ପି ରିବାର କେବଳ ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରେ ନାହିଁ ବରଂ ଆମକୁ ସଷ୍ଟେନେବଲ୍ ନିର୍ମାଣ ସମାଧାନରେ ଏକ ଅଗ୍ରଣୀ କମ୍ପାନୀ ହେବାରେ ସହାୟକ ହୋଇଥାଏ। ସେହିଭଳି ସଷ୍ଟେନେବଲ୍ ନିର୍ମାଣରେ ଅଗ୍ରଣୀ ଏହି ସମ୍ପ୍ରସାରଣ ଯୋଜନା କ୍ଷୟ ପ୍ରତିରୋଧୀ,ହାଲୁକା ଏଫ୍ଆରପି ରିବାର ଉତ୍ପାଦନରେ ଅଭିନବତା ଏବଂ ଉକତ୍ର୍ଷ ପ୍ରତି ଜେଏଏମ୍ର ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ଅଗ୍ରୱାଲ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।
The post ବିଶ୍ୱର ସର୍ବବୃହତ୍ ଏଫ୍ଆର୍ପି ରିବାର ଉତ୍ପାଦକ ହେବ ଜେଏଏମ୍ appeared first on Dharitri Odia News.