ଟି-୨୦ ବିଶ୍ୱକପ୍ରେ ଇତିହାସ ରଚିଲେ ଆମେରିକୀୟ ବ୍ୟାଟ୍ସମ୍ୟାନ୍
ନ୍ୟୁୟର୍କ,୨।୬: ଆମେରିକୀୟ ବ୍ୟାଟ୍ସମ୍ୟାନ ଆରୋନ ଜୋନ୍ସ ଟି-୨୦ ବିଶ୍ୱକପ ୨୦୨୪ର ପ୍ରଥମ ମ୍ୟାଚରେ ନିଜର ବିସ୍ଫୋରକ ବ୍ୟାଟିଂ ସହିତ ସମସ୍ତଙ୍କ ହୃଦୟ ଜିଣିଥିଲେ। କାନାଡା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଜୋନ୍ସ ୪ ଚୌକା ଓ ୧୦ ଛକା ସହାୟତାରେ ୪୦ ବଲରେ ଅପରାଜିତ ୯୪ ରନ୍ର ଚମତ୍କାର ଇନିଂସ ଖେଳିଥିଲେ। ଏହି ଇନିଂସ ଯୋଗୁ ଜୋନ୍ସ ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ରେକର୍ଡ ସହ ସମକକ୍ଷ ହୋଇଥିଲେ। ଜୋନ୍ସଙ୍କ ଚମତ୍କାର ଇନିଂସ ଯୋଗୁ ଆମେରିକା ୧୯୫ […] The post ଟି-୨୦ ବିଶ୍ୱକପ୍ରେ ଇତିହାସ ରଚିଲେ ଆମେରିକୀୟ ବ୍ୟାଟ୍ସମ୍ୟାନ୍ appeared first on Dharitri Odia News.
ନ୍ୟୁୟର୍କ,୨।୬: ଆମେରିକୀୟ ବ୍ୟାଟ୍ସମ୍ୟାନ ଆରୋନ ଜୋନ୍ସ ଟି-୨୦ ବିଶ୍ୱକପ ୨୦୨୪ର ପ୍ରଥମ ମ୍ୟାଚରେ ନିଜର ବିସ୍ଫୋରକ ବ୍ୟାଟିଂ ସହିତ ସମସ୍ତଙ୍କ ହୃଦୟ ଜିଣିଥିଲେ। କାନାଡା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଜୋନ୍ସ ୪ ଚୌକା ଓ ୧୦ ଛକା ସହାୟତାରେ ୪୦ ବଲରେ ଅପରାଜିତ ୯୪ ରନ୍ର ଚମତ୍କାର ଇନିଂସ ଖେଳିଥିଲେ। ଏହି ଇନିଂସ ଯୋଗୁ ଜୋନ୍ସ ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ରେକର୍ଡ ସହ ସମକକ୍ଷ ହୋଇଥିଲେ।
ଜୋନ୍ସଙ୍କ ଚମତ୍କାର ଇନିଂସ ଯୋଗୁ ଆମେରିକା ୧୯୫ ରନ୍ର ଟାର୍ଗେଟକୁ ପିଛା କରି ପ୍ରାୟ ଏକପାଖିଆ ବିଜୟ ହାସଲ କରିଥିଲା। ଜୋନ୍ସ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ, ସେତେବେଳେ ଆମେରିକା ବହୁତ ଭଲ ସ୍ଥିତିରେ ନ ଥିଲା, କିନ୍ତୁ ସେ ଏମିତି ବ୍ୟାଟିଂ କରିଥିଲେ ଯେ ଆମେରିକା ମାତ୍ର ୧୭.୪ ଓଭରରେ ଜିତିଥିଲା।
ଜୋନ୍ସ କାନାଡା ବିପକ୍ଷରେ ୧୦ଟି ଛକା ମାରି କ୍ରିସ ଗେଲଙ୍କ ସହ ସମକକ୍ଷ ହୋଇଥିଲେ। ଗେଲ ୨୦୧୬ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ୧୧ଟି ଛକା ଏବଂ ୨୦୦୭ ଟୁର୍ନାମେଣ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦ଟି ଛକା ମାରିଥିଲେ। ଗେଲଙ୍କ ପରେ ଜୋନ୍ସ ଦ୍ୱିତୀୟ ଖେଳାଳି ହୋଇ ଟି -୨୦ ବିଶ୍ୱକପ୍ର ଏକ ଇନିଂସରେ ୧୦ କିମ୍ବା ଅଧିକ ଛକା ମାରିଥିଲେ। ଏପରି ପରିସ୍ଥିତିରେ ଯଦି ଟାର୍ଗେଟ ବଡ ହୋଇଥାନ୍ତା ତେବେ ସେ କ୍ରିସ ଗେଲଙ୍କ ରେକର୍ଡ ଭାଙ୍ଗିଥାନ୍ତେ।
The post ଟି-୨୦ ବିଶ୍ୱକପ୍ରେ ଇତିହାସ ରଚିଲେ ଆମେରିକୀୟ ବ୍ୟାଟ୍ସମ୍ୟାନ୍ appeared first on Dharitri Odia News.