୨ ପରିବାର ମଧ୍ୟରେ ଗଣ୍ଡଗୋଳ,୩ ଗୁରୁତର
ଧରାକୋଟ,୨୮ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଜଗମୋହନ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଜଗମୋହନ ଗୋଲାସାହିର ଶିବ ପାତ୍ର, ସୁବାସ ପାତ୍ର ଓ ରମେଶ ପାତ୍ର। ଶିବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡକୁ କାତିରେ ଆକ୍ରମଣ ହୋଇଛି। ସେହିପରି ରମେଶ ଧରାକୋଟ ମେଡିକାଲରେ ଚିକିତ୍ସିତ […] The post ୨ ପରିବାର ମଧ୍ୟରେ ଗଣ୍ଡଗୋଳ,୩ ଗୁରୁତର appeared first on Dharitri Odia News.
ଧରାକୋଟ,୨୮ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଜଗମୋହନ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଜଗମୋହନ ଗୋଲାସାହିର ଶିବ ପାତ୍ର, ସୁବାସ ପାତ୍ର ଓ ରମେଶ ପାତ୍ର। ଶିବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡକୁ କାତିରେ ଆକ୍ରମଣ ହୋଇଛି। ସେହିପରି ରମେଶ ଧରାକୋଟ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସୁବାସ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ପୂର୍ବରୁ କମେଣ୍ଟ ମରାକୁ କେନ୍ଦ୍ରକରି ଶିବଙ୍କ ପରିବାର ସହ ରମେଶଙ୍କ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଏପରିକି ୨ ପରିବାର ଧରାକୋଟ ଥାନା ଦ୍ବାରସ୍ଥ ହୋଇଥିଲେ। ଏଭଳି ଅନେକ ଥର ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ରବିବାର ଗଣ୍ଡଗୋଳ ପରେ ରମେଶ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ।
ସୋମବାର ପୁଣି ଥରେ ପୂର୍ବ କଥାକୁ ନେଇ ୨ ପରିବାର ଭିତରେ ଗଣ୍ଡଗୋଳ ହୋଇଥିଲା। ପରସ୍ପରକୁ କାତି ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ ପ୍ରତିଆକ୍ରମଣ କରିବା ଫଳରେ ଗୋଟିଏ ପରିବାରରୁ ଶିବ ଓ ଅନ୍ୟ ପରିବାରରୁ ରମେଶ ଏବଂ ତାଙ୍କ ପିଉସୀ ପୁଅ ଭାଇ ସୁବାସ ଗୁରୁତର ହୋଇଛନ୍ତି l
ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ତଦନ୍ତ କରୁଛି l ଏ ସଂକ୍ରାନ୍ତରେ ତଦନ୍ତ ଜାରି ରହିଥିବା ବେଳେ ୨ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ପୃଥକ ଭାବେ ୨ଟି ମାମଲା ରୁଜୁ କରାଯିବ ବୋଲି ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ ସୂଚନା ଦେଇଛନ୍ତି।
The post ୨ ପରିବାର ମଧ୍ୟରେ ଗଣ୍ଡଗୋଳ,୩ ଗୁରୁତର appeared first on Dharitri Odia News.