ଜୁଲାଇ ୩ ତାରିଖରୁ ଆରମ୍ଭ ହେଵ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର : ଜୁଲାଇ ୩ ରୁ ସ୍ନାତୋକୋତ୍ତର ପ୍ରବେଶିକା ପରୀକ୍ଷା ଆରମ୍ଭ । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଗୁଡିକରେ ପିଜି ନାମଲେଖାପାଇଁ ପ୍ରବେଶିକା ପରୀକ୍ଷା ଜୁଲାଇ ୩ ରୁ ଆରମ୍ଭ ହୋଇ ଜୁଲାଇ ୧୪ ପର୍ଯ୍ୟନ୍ତ ଚାଲିବ । ଏସ୍ସିବି ପକ୍ଷରୁ ଏହି ପ୍ରବେଶିକା ପରୀକ୍ଷା କରାଯିବ । ଯେଉଁ ଛାତ୍ରଛାତ୍ରୀମାନେ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ । ଜୁନ ୨୨ ତାରିଖରେ ଆଡମିଟ୍ କାର୍ଡ ୱେବସାଇଟ୍ରେ ଉପଲବ୍ଧ […]

ଭୁବନେଶ୍ୱର : ଜୁଲାଇ ୩ ରୁ ସ୍ନାତୋକୋତ୍ତର ପ୍ରବେଶିକା ପରୀକ୍ଷା ଆରମ୍ଭ । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଗୁଡିକରେ ପିଜି ନାମଲେଖାପାଇଁ ପ୍ରବେଶିକା ପରୀକ୍ଷା ଜୁଲାଇ ୩ ରୁ ଆରମ୍ଭ ହୋଇ ଜୁଲାଇ ୧୪ ପର୍ଯ୍ୟନ୍ତ ଚାଲିବ । ଏସ୍ସିବି ପକ୍ଷରୁ ଏହି ପ୍ରବେଶିକା ପରୀକ୍ଷା କରାଯିବ । ଯେଉଁ ଛାତ୍ରଛାତ୍ରୀମାନେ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ । ଜୁନ ୨୨ ତାରିଖରେ ଆଡମିଟ୍ କାର୍ଡ ୱେବସାଇଟ୍ରେ ଉପଲବ୍ଧ ହେବ ।
୨୦୨୪-୨୫ ଶିକ୍ଷାବର୍ଷରେ ୧୧୩ ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୮ ହଜାର ୯୨୨ ଟି ସିଟରେ ନାମଲେଖା ହେବ I ଏଥିପାଇଁ ୧୮୩ ଜଣ ଆବେଦନ କରିଥିବାବେଳେ ୬୨ ହଜାର ୧୮୪ ଜଣ ଅନଲାଇନ ଫି ଦାଖଲ କରିଛନ୍ତି ।
ଚଳିତବର୍ଷ ପିଜି ନାମଲେଖା ଆବେଦନ ପାଇଁ ଛାତ୍ରଛାତ୍ରୀଙ୍କୁ ମାତ୍ର ୯ ଦିନ ସମୟ ଦିଆଯାଇଥିଲା । ଯାହାଫଳରେ ଛାତ୍ରଛାତ୍ରୀମାନଙ୍କୁ ଆବେଦନ କରିବା ପାଇଁ ଅସୁବିଧା ହୋଇଥିଲା । ନିର୍ବାଚନ ସାଙ୍ଗକୁ ସରକାରୀ କାର୍ଯ୍ୟାଳୟରୁ ଆବଶ୍ୟକୀୟ କାଗଜପତ୍ର ମିଳିବାରେ ବିଳମ୍ବ ହେବାରୁ ଅନେକ ଛାତ୍ରଛାତ୍ରୀ ଆବେଦନ କରିବାରୁ ବଞ୍ଚିତ ହୋଇଥିଲେ I ତେଣୁ ଉଚ୍ଚ ଶିକ୍ଷା ବିଭାଗରେ ପୁନଃ ଆବେଦନ ପାଇଁ ଦାବି ହୋଇଥିଲା ।