କୋଟାରେ ପୁଣିଜଣେ ଛାତ୍ରଙ୍କ ଆତ୍ମହତ୍ୟା, ୨ ଦିନରେ ଦ୍ବିତୀୟ ଘଟଣା
କୋଟା: କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୯ ବର୍ଷୀୟ ଛାତ୍ର ହଷ୍ଟେଲ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଛନ୍ତି। ଚଳିତ ବର୍ଷ ଏହା ଅଷ୍ଟମ ଆତ୍ମହତ୍ୟା ଏବଂ ଦୁଇ ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ନାଁ ସୌମ୍ୟ। ସେ ଲକ୍ଷ୍ନୌ ବାସିନ୍ଦା ଥିଲେ। ସେ ଏକ ଘରୋଇ କୋଚିଂ କ୍ଲାସରେ ଯୋଗ ଦେଇଥିଲେ। ସୌମ୍ୟଙ୍କ […]

କୋଟା: କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୯ ବର୍ଷୀୟ ଛାତ୍ର ହଷ୍ଟେଲ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଛନ୍ତି। ଚଳିତ ବର୍ଷ ଏହା ଅଷ୍ଟମ ଆତ୍ମହତ୍ୟା ଏବଂ ଦୁଇ ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ନାଁ ସୌମ୍ୟ। ସେ ଲକ୍ଷ୍ନୌ ବାସିନ୍ଦା ଥିଲେ। ସେ ଏକ ଘରୋଇ କୋଚିଂ କ୍ଲାସରେ ଯୋଗ ଦେଇଥିଲେ। ସୌମ୍ୟଙ୍କ ମୃତଦେହ ଡାକ୍ତରଖାନାର ଶବ ଗୃହରେ ରଖାଯାଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସୌମ୍ୟଙ୍କ ପରିବାର କୋଟାରେ ପହଞ୍ଚିବା ପରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯିବ। ଗତ ମାର୍ଚ୍ଚ ୨୫ ତାରିଖରେ ନିଟ୍ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ର ଉରୁଜ୍ ଖାନ୍ (୨୦)ଙ୍କ ମୃତଦେହ କୋଟାରେ ଥିବା ତାଙ୍କ ଭଡ଼ାଘରର ସିଲିଂ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସେ ଉତ୍ତରପ୍ରଦେଶର କନୌଜର ବାସିନ୍ଦା। ଛାତ୍ର ଜଣକ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ସେ ନେଇ ପୁଲିସ ତଦନ୍ତ ଚଳାଇଛି। ଗତବର୍ଷ କୋଟାରେ ନିଟ୍ ପାଇଁ ପ୍ରସ୍ତୁତି କରୁଥିବା ବେଳେ ୨୯ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ ।