୭ମ ଥର ପାଇଁ ସଢ଼େଇକଳାରୁ ବାଜି ମାରିଲେ ଚମ୍ପାଇ ସୋରେନ

ନୂଆଦିଲ୍ଲୀ: ଚମ୍ପାଇ ସୋରେନ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ନିଜ ଗଡ଼ ସଢ଼େଇକଳାରେ ପ୍ରଥମ ଥର ପାଇଁ ବିଜେପିରୁ ଟିକେଟ ପାଇ ନିର୍ବାଚନ ଲଢ଼ୁଥିବା ଚମ୍ପାଇ ୨୦ ହଜାରରୁ ଅଧିକ ଭୋଟରେ ବାଜିମାତ କରିଛନ୍ତି। ସେ କ୍ଷମତାସୀନ ଜେଏମଏମର ଗଣେଶ ମାହାଲିଙ୍କୁ ହରାଇଛନ୍ତି। ଏହି ବିଜୟ ସହ ଚମ୍ପାଇ ସୋରେନ ୭ମ ଥର ପାଇଁ ଏଠାରେ ଜିତିଛନ୍ତି। ୧୯୯୧ରୁ ସେ ସଢ଼େଇକଳାରୁ ଜିତି ଆସୁଥିବା ବେଳେ ପ୍ରଥମଥର ପାଇଁ ବିଜେପିରୁ ଜିତିଛନ୍ତି। ତେବେ ଚମ୍ପାଇ ସୋରେନ ନିର୍ବାଚନର […]

୭ମ ଥର ପାଇଁ ସଢ଼େଇକଳାରୁ ବାଜି ମାରିଲେ ଚମ୍ପାଇ ସୋରେନ

ନୂଆଦିଲ୍ଲୀ: ଚମ୍ପାଇ ସୋରେନ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ନିଜ ଗଡ଼ ସଢ଼େଇକଳାରେ ପ୍ରଥମ ଥର ପାଇଁ ବିଜେପିରୁ ଟିକେଟ ପାଇ ନିର୍ବାଚନ ଲଢ଼ୁଥିବା ଚମ୍ପାଇ ୨୦ ହଜାରରୁ ଅଧିକ ଭୋଟରେ ବାଜିମାତ କରିଛନ୍ତି।

ସେ କ୍ଷମତାସୀନ ଜେଏମଏମର ଗଣେଶ ମାହାଲିଙ୍କୁ ହରାଇଛନ୍ତି। ଏହି ବିଜୟ ସହ ଚମ୍ପାଇ ସୋରେନ ୭ମ ଥର ପାଇଁ ଏଠାରେ ଜିତିଛନ୍ତି। ୧୯୯୧ରୁ ସେ ସଢ଼େଇକଳାରୁ ଜିତି ଆସୁଥିବା ବେଳେ ପ୍ରଥମଥର ପାଇଁ ବିଜେପିରୁ ଜିତିଛନ୍ତି।

ତେବେ ଚମ୍ପାଇ ସୋରେନ ନିର୍ବାଚନର ଠିକ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ତା’ ପୂର୍ବରୁ ସେ ବିଜେପିର ପ୍ରବଳ ବିରୋଧୀ ଥିଲେ। ସେହିପରି ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଗଣେଶ ଏକଦା ବିଜେପିର ସମର୍ଥକ ଥିଲେ। କିନ୍ତୁ ଏଥର ସେ ଜେଏମଏମ ଟିକେଟରୁ ନିର୍ବାଚନ ଲଢ଼ୁଥିଲେ। ଏପରି ଦଳ ବଦଳ କେବଳ ଦଳୀୟ କର୍ମୀ ନୁହେଁ, ବରଂ ଭୋଟରଙ୍କ ମନରେ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା।