ଦୋକାନ ଟିଣ ତାଡ଼ି ନେଇଗଲେ ଟଙ୍କା ଓ ମଦ, କେନ୍ଦୁଝରରେ ଲୁଟେରା ଆତଙ୍କ

ପାଟଣା ୨୬।୦୬ : ଲୁଟେରା ଲୁଟି ନେଲେ ମଦ ଓ ଟଙ୍କା । କେନ୍ଦୁଝର ଜିଲ୍ଲା ପାଟଣା ବଜାରରେ ଥିବା ସରକାରୀ ବିଦେଶୀ ମଦ ଦୋକାନରୁ ଲୁଟ୍‌ ହୋଇଛି । ଦୋକାନ ପଛ ପଟ ଟିଣ ତାଡ଼ି ଦୁର୍ବୃତ୍ତମାନେ ଟଙ୍କା ସହ ବିଦେଶୀ ମଦ ଚୋରି କରି ନେଇଛନ୍ତି । ଖବର ଅନୁଯାୟୀ, ମଙ୍ଗଳବାର ସକାଳୁ ସକାଳୁ ଝାଡୁ କରୁଥିବା ସମୟରେ କିଛି ଲୋକ ଦୋକାନର ପଛପଟୁ ଟିଣ ତଡାଇ ହୋଇଥିବାର ଦେଖିଥିଲେ । ଏହାପରେ ଦୋକାନ ମାଲିକଙ୍କୁ ତୁରନ୍ତ ଜଣାଇଥିଲେ । ଦୋକାନ ମାଲିକ ଲୁଟ୍‌ ନେଇ ପାଟଣା ଥାନାରେ ନଗଦ ୬୦ ହଜାର ଟଙ୍କା ସହ ବିଦେଶୀ ମଦ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ  ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । 

ଦୋକାନ ଟିଣ ତାଡ଼ି ନେଇଗଲେ ଟଙ୍କା ଓ ମଦ, କେନ୍ଦୁଝରରେ ଲୁଟେରା ଆତଙ୍କ

ପାଟଣା ୨୬।୦୬ : ଲୁଟେରା ଲୁଟି ନେଲେ ମଦ ଓ ଟଙ୍କା । କେନ୍ଦୁଝର ଜିଲ୍ଲା ପାଟଣା ବଜାରରେ ଥିବା ସରକାରୀ ବିଦେଶୀ ମଦ ଦୋକାନରୁ ଲୁଟ୍‌ ହୋଇଛି । ଦୋକାନ ପଛ ପଟ ଟିଣ ତାଡ଼ି ଦୁର୍ବୃତ୍ତମାନେ ଟଙ୍କା ସହ ବିଦେଶୀ ମଦ ଚୋରି କରି ନେଇଛନ୍ତି । 

ଖବର ଅନୁଯାୟୀ, ମଙ୍ଗଳବାର ସକାଳୁ ସକାଳୁ ଝାଡୁ କରୁଥିବା ସମୟରେ କିଛି ଲୋକ ଦୋକାନର ପଛପଟୁ ଟିଣ ତଡାଇ ହୋଇଥିବାର ଦେଖିଥିଲେ । ଏହାପରେ ଦୋକାନ ମାଲିକଙ୍କୁ ତୁରନ୍ତ ଜଣାଇଥିଲେ । ଦୋକାନ ମାଲିକ ଲୁଟ୍‌ ନେଇ ପାଟଣା ଥାନାରେ ନଗଦ ୬୦ ହଜାର ଟଙ୍କା ସହ ବିଦେଶୀ ମଦ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ  ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।