୨୦୨୬ରେ ଭାଙ୍ଗିଯିବ ମୋଦି ସରକାର, ମହାରାଷ୍ଟ୍ରରେ ଦେଖାଯିବ ଏହାର ପ୍ରଭାବ: ସଞ୍ଜୟ ରାଉତ

ମୁମ୍ବାଇ,୨।୧: ଶିବସେନା ୟୁବିଟି ଏମପି ସଞ୍ଜୟ ରାଉତ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏନଡିଏ ସରକାର ଦୀର୍ଘସ୍ଥାୟୀ ହେବା ନେଇ ରାଉତ ସନ୍ଦେହ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ୨୦୨୬ପରେ କେନ୍ଦ୍ର ସରକାର ତିଷ୍ଠି ରହିବେ କି ନାହିଁ ତାଙ୍କ ମନରେ ସନ୍ଦେହ ରହିଛି। ଗଣମାଧ୍ୟମକୁ ସୂଚନା ଦେଇ ୟୁବିଟି ଏମପି ସଞ୍ଜୟ ରାଉତ କହିଛନ୍ତି ଯେ ଯଦି ତାଙ୍କର ସନ୍ଦେହ ବାସ୍ତବରେ ପରିଣତ ହୁଏ ତେବେ ମହାରାଷ୍ଟ୍ର ମଧ୍ୟ ପ୍ରଭାବିତ ହେବ। […] The post ୨୦୨୬ରେ ଭାଙ୍ଗିଯିବ ମୋଦି ସରକାର, ମହାରାଷ୍ଟ୍ରରେ ଦେଖାଯିବ ଏହାର ପ୍ରଭାବ: ସଞ୍ଜୟ ରାଉତ appeared first on Dharitri Odia News.

୨୦୨୬ରେ ଭାଙ୍ଗିଯିବ ମୋଦି ସରକାର, ମହାରାଷ୍ଟ୍ରରେ ଦେଖାଯିବ ଏହାର ପ୍ରଭାବ: ସଞ୍ଜୟ ରାଉତ

ମୁମ୍ବାଇ,୨।୧: ଶିବସେନା ୟୁବିଟି ଏମପି ସଞ୍ଜୟ ରାଉତ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏନଡିଏ ସରକାର ଦୀର୍ଘସ୍ଥାୟୀ ହେବା ନେଇ ରାଉତ ସନ୍ଦେହ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ୨୦୨୬ପରେ କେନ୍ଦ୍ର ସରକାର ତିଷ୍ଠି ରହିବେ କି ନାହିଁ ତାଙ୍କ ମନରେ ସନ୍ଦେହ ରହିଛି।
ଗଣମାଧ୍ୟମକୁ ସୂଚନା ଦେଇ ୟୁବିଟି ଏମପି ସଞ୍ଜୟ ରାଉତ କହିଛନ୍ତି ଯେ ଯଦି ତାଙ୍କର ସନ୍ଦେହ ବାସ୍ତବରେ ପରିଣତ ହୁଏ ତେବେ ମହାରାଷ୍ଟ୍ର ମଧ୍ୟ ପ୍ରଭାବିତ ହେବ। ରାଉତ କହିଛନ୍ତି ଯେ ମୋର ମନରେ ସନ୍ଦେହ ଅଛି ଯେ କେନ୍ଦ୍ର ସରକାର ୨୦୨୬ ପରେ ଶାସନ କ୍ଷମତାରେ ରହିବେ ନା ନାହିଁ। ମୁଁ ଭାବୁଛି ମୋଦିତାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବେ ନାହିଁ ଏବଂ କେନ୍ଦ୍ର ସରକାର ଅସ୍ଥିର ହୋଇଗଲେ ଏହା ମହାରାଷ୍ଟ୍ର ଉପରେ ମଧ୍ୟ ପ୍ରଭାବ ପକାଇବ।
ରାଜନ ସାଲଭି ଦଳ ଛାଡି ଚାଲିଯିବାର କଳ୍ପନାଜଳ୍ପନା ମଧ୍ୟରେ ରାଉତ କହିଛନ୍ତି ଯେ ଯେଉଁମାନେ ଦଳ ଛାଡୁଛନ୍ତି ସେମାନେ କେବଳ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ଗିରଫ ହେବାର ଭୟରେ ଅଛନ୍ତି, ତଥାପି ସେ କହିଛନ୍ତି ଯେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସାଲଭିଙ୍କ ସହ ସେ କଥା ହୋଇଛନ୍ତି ତାଙ୍କର ପରାଜୟ ହେତୁ ସେ ସାମାନ୍ୟ ବିରକ୍ତ ଅଛନ୍ତି।
ଶିବସେନା ୟୁବିଟି ଏମପି ଆହୁରି କହିଛନ୍ତି ଯେ ଦଳ ନିଜକୁ ‘ନିର୍ଭିକ ଲୋକ’ ସହିତ ଯୋଡ଼ିବାକୁ ଚେଷ୍ଟା କରୁଛି।

The post ୨୦୨୬ରେ ଭାଙ୍ଗିଯିବ ମୋଦି ସରକାର, ମହାରାଷ୍ଟ୍ରରେ ଦେଖାଯିବ ଏହାର ପ୍ରଭାବ: ସଞ୍ଜୟ ରାଉତ appeared first on Dharitri Odia News.