କେବେ ଆସିବ ନୂଆ ରାଶନ କାର୍ଡ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୧୦।୧୦: ରାଶନ କାର୍ଡ E-KYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାଖାପାଖି ୨ କୋଟି ୩୦ ଲକ୍ଷ E-KYC ସରିଲାଣି।୧ କୋଟି ପାଖାପାଖି ଲୋକଙ୍କ E-KYC ବାକି ଅଛି। ୧୫-୨୦ ଦିନରେ EKYC ସରିଯିବ, ତାପରେ ନୂଆ କାର୍ଡ ବଣ୍ଟାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ, ଏଣିକି ରାଶନରେ ଚାଉଳ ସହ ମିଳିବ ଗହମ। ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ପକ୍ଷରୁ ଚିଠି ଆସିଛି। ଅକ୍ଟୋବର […] The post କେବେ ଆସିବ ନୂଆ ରାଶନ କାର୍ଡ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା appeared first on Dharitri Odia News.

କେବେ ଆସିବ ନୂଆ ରାଶନ କାର୍ଡ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୧୦।୧୦: ରାଶନ କାର୍ଡ E-KYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାଖାପାଖି ୨ କୋଟି ୩୦ ଲକ୍ଷ E-KYC ସରିଲାଣି।୧ କୋଟି ପାଖାପାଖି ଲୋକଙ୍କ E-KYC ବାକି ଅଛି। ୧୫-୨୦ ଦିନରେ EKYC ସରିଯିବ, ତାପରେ ନୂଆ କାର୍ଡ ବଣ୍ଟାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ, ଏଣିକି ରାଶନରେ ଚାଉଳ ସହ ମିଳିବ ଗହମ। ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ପକ୍ଷରୁ ଚିଠି ଆସିଛି। ଅକ୍ଟୋବର ମାସରୁ ଏହି ନୂଆ ନିୟମ ଲାଗୁ ହେବ। ପୂର୍ବରୁ ସରକାର ରାଶନକାର୍ଡ ହିତାଧିକାରୀଙ୍କୁ ରାଶନକାର୍ଡରେ ପୂର୍ବଭଳି ମିଳୁଥିବା ଗହମ ପୁଣିଥରେ ଚାଉଳ ସହ ମିଳିବ ବୋଲି ନିକଟରେ ସୂଚନା ଦେଇଥିଲେ। ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ ସରକାର କହିଥିଲେ। ବିଜେଡି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ।

The post କେବେ ଆସିବ ନୂଆ ରାଶନ କାର୍ଡ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା appeared first on Dharitri Odia News.