ଜୁଲାନା ଆସନରୁ ନିର୍ବାଚନ ଲଢ଼ିବେ ଭିନେଶ ଫୋଗଟ
ନୂଆଦିଲ୍ଲୀ: ଅଲିମ୍ପିଆଡ ରେସ୍ଲର ଭିନେଶ ଫୋଗଟ ହରିୟାଣାର ଜୁଲାନା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ଗତକାଲି କଂଗ୍ରେସ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିବାବେଳେ ଏଥିରେ ଭିନେଶ ଫୋଗଟଙ୍କ ନାଁ ଅଛି। ଉଭୟ ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ ଗତକାଲି କଂଗ୍ରେସ ଦଳରେ ଯୋଗ ଦେଇଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବାପରେ ଉଭୟ ଭିନେଶ ଓ ପୁନିଆ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ବଜରଙ୍ଗ ପୁନିଆ ନିର୍ବାଚନ ଲଢ଼ିବେ ନାହିଁ ବୋଲି […]

ନୂଆଦିଲ୍ଲୀ: ଅଲିମ୍ପିଆଡ ରେସ୍ଲର ଭିନେଶ ଫୋଗଟ ହରିୟାଣାର ଜୁଲାନା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ଗତକାଲି କଂଗ୍ରେସ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିବାବେଳେ ଏଥିରେ ଭିନେଶ ଫୋଗଟଙ୍କ ନାଁ ଅଛି। ଉଭୟ ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ ଗତକାଲି କଂଗ୍ରେସ ଦଳରେ ଯୋଗ ଦେଇଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବାପରେ ଉଭୟ ଭିନେଶ ଓ ପୁନିଆ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ବଜରଙ୍ଗ ପୁନିଆ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସୂଚନା ମିଳିଛି। ଫୋଗଟ ମଧ୍ୟ ଦଳରେ ଯୋଗ ଦେବା ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ରେଳବାଇରୁ ଇସ୍ତଫା ଦେଇଛନ୍ତି। ଉଭୟ ଭିନେଶ ଏବଂ ଫୋଗଟ ବୁଧବାର ଦିନ ନୂଆଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ।