ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଏହି ଦିନ ମଧ୍ୟାହ୍ନ ସୁଦ୍ଧା ପ୍ରକାଶ କର ନିଟ୍‌ ରେଜଲ୍ଟ

ନୂଆଦିଲ୍ଲୀ,୧୮।୭: ନିଟ୍‌ ରେଜଲ୍ଟକୁ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବିବାଦୀୟ NEET-UG 2024 ପରୀକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ତଦନ୍ତ ରିପୋର୍ଟ ମାଗିଛନ୍ତି। ତିନିଜଣ ବିଚାରପତିଙ୍କ ଏକ ବେଞ୍ଚ କୋର୍ଟରେ ଏହି ମାମଲାର ଶୁଣାଣି କରୁଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୨ ପାଇଁ ସ୍ଥିର ହୋଇଛି। ସୁପ୍ରିମକୋର୍ଟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ କହିଛନ୍ତି, ଶନିବାର ଅପରାହ୍ନ ସୁଦ୍ଧା ଏହାର ୱେବସାଇଟରେ ସେଣ୍ଟର ଓ୍ବାଇଜ୍‌ ସ୍କୋର ପ୍ରକାଶ କର। ଛାତ୍ରୀଛାତ୍ରମାନଙ୍କର ପରିଚୟ ଗୁପ୍ତ […] The post ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଏହି ଦିନ ମଧ୍ୟାହ୍ନ ସୁଦ୍ଧା ପ୍ରକାଶ କର ନିଟ୍‌ ରେଜଲ୍ଟ appeared first on Dharitri Odia News.

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଏହି ଦିନ ମଧ୍ୟାହ୍ନ ସୁଦ୍ଧା ପ୍ରକାଶ କର ନିଟ୍‌ ରେଜଲ୍ଟ

ନୂଆଦିଲ୍ଲୀ,୧୮।୭: ନିଟ୍‌ ରେଜଲ୍ଟକୁ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବିବାଦୀୟ NEET-UG 2024 ପରୀକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ତଦନ୍ତ ରିପୋର୍ଟ ମାଗିଛନ୍ତି। ତିନିଜଣ ବିଚାରପତିଙ୍କ ଏକ ବେଞ୍ଚ କୋର୍ଟରେ ଏହି ମାମଲାର ଶୁଣାଣି କରୁଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୨ ପାଇଁ ସ୍ଥିର ହୋଇଛି।
ସୁପ୍ରିମକୋର୍ଟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ କହିଛନ୍ତି, ଶନିବାର ଅପରାହ୍ନ ସୁଦ୍ଧା ଏହାର ୱେବସାଇଟରେ ସେଣ୍ଟର ଓ୍ବାଇଜ୍‌ ସ୍କୋର ପ୍ରକାଶ କର। ଛାତ୍ରୀଛାତ୍ରମାନଙ୍କର ପରିଚୟ ଗୁପ୍ତ ରଖ। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଦ, ଜେ.ବି ଜଷ୍ଟିସ ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଏହି ଶୁଣାଣି କରୁଛନ୍ତି। କୋର୍ଟରେ ଉଭୟ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏନଟିଏର ଆବେଦନ ସମେତ ୪୦ରୁ ଅଧିକ ଆବେଦନ ଶୁଣାଣି କରାଯାଉଛି। ଏଥିରେ ବିଭିନ୍ନ ହାଇକୋର୍ଟରେ ବିଚାରାଧୀନ ଥିବା ମାମଲାଗୁଡ଼ିକୁ ସୁପ୍ରିମକୋର୍ଟରେ ହସ୍ତାନ୍ତର କରିବାକୁ ଆବେଦନ କରାଯାଇଛି।
NEET ପରୀକ୍ଷା ମେ ୫ରେ ଅନୁଷ୍ଠିତ ହୋଇଥିଲା। ୬୭ ଟପର୍‌ ଆସିବା ପରଠାରୁ ଏହି ପରୀକ୍ଷା ବିବାଦରେ ରହିଆସିଛି।
କିଛି ଆବେଦନକାରୀ ଦାବି କରିଛନ୍ତି ଯେ, NEET ପରୀକ୍ଷା ବାତିଲ କରାଯାଉ ଏବଂ ଏହାକୁ ପୁନର୍ବାର କରାଯାଉ। ପରୀକ୍ଷାରେ ଅନିୟମିତତା ଅନୁସନ୍ଧାନ କରାଯିବା ଉଚିତ୍‌। NEET ପରୀକ୍ଷା ପୁନର୍ବାର କରାଯିବ କି ନାହିଁ ତାହା ସୁପ୍ରିମକୋର୍ଟ ନିଷ୍ପତ୍ତି ନେବାକୁ ପଡିବ।
ସୂଚନାଯୋଗ୍ୟ, NEET ପେପର ଲିକ ମାମଲାରେ ଏପର୍ଯ୍ୟନ୍ତ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ମାମଲାର ତଦନ୍ତ ସିବିଆଇ ହାତରେ ଅଛି।

The post ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଏହି ଦିନ ମଧ୍ୟାହ୍ନ ସୁଦ୍ଧା ପ୍ରକାଶ କର ନିଟ୍‌ ରେଜଲ୍ଟ appeared first on Dharitri Odia News.