୧୫୫ ଖଣ୍ଡ ଭୋଟ ମିଳିବା ପରେ ଟ୍ରୋଲ ହେଉଛନ୍ତି ଏହି ଅଭିନେତା: ଜବାବ ମିଳିଲା ଏମିତି…
ପୁଣେ,୨୫।୧୧: ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ନଭେମ୍ବର ୨୩ରେ ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯାଇଥିଲା। ଏହି ନିର୍ବାଚନରେ ଅନେକ ପ୍ରାର୍ଥୀ ଚର୍ଚ୍ଚାରେ ଥିଲେ। ଏଥିରେ ସବୁଠୁ ଆଗରେ ଥିଲେ ଅଭିନେତା ଏଜାଜ ଖାନ। ସେ ମୁମ୍ବାଇର ଭର୍ସୋଭା ଆସନରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଚନ୍ଦ୍ରଶେଖରଙ୍କ ପାର୍ଟି ଆଜାଦ ସମାଜ ପାର୍ଟି (କାନସି ରାମ)ରୁ ଏଜାଜଙ୍କୁ ଟିକେଟ ମିଳିଥିଲା। କିନ୍ତୁ ତାଙ୍କୁ ମାତ୍ର ୧୫୫ ଭୋଟ ମିଳିଥିଲା। ଏବେ […] The post ୧୫୫ ଖଣ୍ଡ ଭୋଟ ମିଳିବା ପରେ ଟ୍ରୋଲ ହେଉଛନ୍ତି ଏହି ଅଭିନେତା: ଜବାବ ମିଳିଲା ଏମିତି… appeared first on Dharitri Odia News.
ପୁଣେ,୨୫।୧୧: ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ନଭେମ୍ବର ୨୩ରେ ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯାଇଥିଲା। ଏହି ନିର୍ବାଚନରେ ଅନେକ ପ୍ରାର୍ଥୀ ଚର୍ଚ୍ଚାରେ ଥିଲେ। ଏଥିରେ ସବୁଠୁ ଆଗରେ ଥିଲେ ଅଭିନେତା ଏଜାଜ ଖାନ। ସେ ମୁମ୍ବାଇର ଭର୍ସୋଭା ଆସନରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଚନ୍ଦ୍ରଶେଖରଙ୍କ ପାର୍ଟି ଆଜାଦ ସମାଜ ପାର୍ଟି (କାନସି ରାମ)ରୁ ଏଜାଜଙ୍କୁ ଟିକେଟ ମିଳିଥିଲା। କିନ୍ତୁ ତାଙ୍କୁ ମାତ୍ର ୧୫୫ ଭୋଟ ମିଳିଥିଲା। ଏବେ ସେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି। ଏବେ ଏଜାଜ ଏକ ଭିଡିଓ ଜରିଆରେ ଟ୍ରୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି।
ଭିଡିଓରେ ଏଜାଜ କହିଛନ୍ତି, ଆପଣମାନେ ମୋତେ ଟ୍ରୋଲ କରୁଛନ୍ତି ଏବଂ କହୁଛନ୍ତି ଯେ ମୋତେ ଏତେ ଭୋଟ ମିଳିଛି। ମୋତେ ଏଥିରେ କିଛି ଫରକ ପଡେ ନାହିଁ। ମୁଁ ଜଣେ ସମାଜ ସେବକ ଏବଂ ଆଗକୁ ମଧ୍ୟ ମୁଁ ଲୋକଙ୍କ ସହ ରହିବି। ସୂଚନାଯୋଗ୍ୟ ଯେ, ଏଜାଜ ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
The post ୧୫୫ ଖଣ୍ଡ ଭୋଟ ମିଳିବା ପରେ ଟ୍ରୋଲ ହେଉଛନ୍ତି ଏହି ଅଭିନେତା: ଜବାବ ମିଳିଲା ଏମିତି… appeared first on Dharitri Odia News.