ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ମୁଖ୍ୟ ସେବାୟତଙ୍କ ପରଲୋକ : ବିଭିନ୍ନ ମହଳରେ ଶୋକ

ମହାକାଳପଡ଼ା, ୧ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ଦରିଆ ରାମଚଣ୍ଡୀ ମନ୍ଦିର ମୁଖ୍ୟ ସେବାୟତ ପ୍ରମୋଦ କୁମାର ସାମନ୍ତରାୟ ଓରଫ ବବୁନି ନନା (୬୪)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ମନ୍ଦିରରେ ୩୫ ବର୍ଷରୁ ଅଧିକ ମୁଖ୍ୟ ସେବାୟତ ଭାବେ ନିଷ୍ଠାପର ସହିତ ସେ କାର୍ଯ୍ୟ କରି ଆସୁଥିଲେ। ସେ ଲିଭର ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ୨ ମାସ ଧରି ଚିକିତ୍ସାଧୀନ ଥିଲେ। […] The post ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ମୁଖ୍ୟ ସେବାୟତଙ୍କ ପରଲୋକ : ବିଭିନ୍ନ ମହଳରେ ଶୋକ appeared first on Dharitri Odia News.

ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ମୁଖ୍ୟ ସେବାୟତଙ୍କ ପରଲୋକ : ବିଭିନ୍ନ ମହଳରେ ଶୋକ

ମହାକାଳପଡ଼ା, ୧ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ଦରିଆ ରାମଚଣ୍ଡୀ ମନ୍ଦିର ମୁଖ୍ୟ ସେବାୟତ ପ୍ରମୋଦ କୁମାର ସାମନ୍ତରାୟ ଓରଫ ବବୁନି ନନା (୬୪)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ମନ୍ଦିରରେ ୩୫ ବର୍ଷରୁ ଅଧିକ ମୁଖ୍ୟ ସେବାୟତ ଭାବେ ନିଷ୍ଠାପର ସହିତ ସେ କାର୍ଯ୍ୟ କରି ଆସୁଥିଲେ। ସେ ଲିଭର ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ୨ ମାସ ଧରି ଚିକିତ୍ସାଧୀନ ଥିଲେ। ସେ ରାମନଗର ପଞ୍ଚାୟତ ବରଜ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।

ପାରାଦୀପ କଲେଜରୁ ସ୍ନାତକ ଡିଗ୍ରୀ ପରେ ନିଜ କୌଳିକ ବୃତ୍ତି ମା’ଙ୍କ ସେବା କରିବାର ସୁଯୋଗ ଲାଭ କରିଥିଲେ। ରାମନଗର ଅଞ୍ଚଳରେ ମା’ ରାମଚଣ୍ଡୀଙ୍କ ମୁଖ୍ୟ ସେବାୟତ ପରିବାର ଭାବେ ବେଶ ସୁନାମ ଅର୍ଜନ କରିଥିଲେ। ତାଙ୍କର ଅମାୟିକ ସ୍ନେହ ଶ୍ରଦ୍ଧା ଭଲ ପାଇବା ଶ୍ରଦ୍ଧାଳୁ ମାନଙ୍କର ହୃଦୟରେ ବିଶ୍ୱାସ ଭାଜନ ହୋଇ ପାରିଥିଲେ। ତାଙ୍କର ପରଲୋକ ଖବର ପାଇ ଅଞ୍ଚଳର ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ରମନଗର ବଜାର ବ୍ୟବସାୟୀ, ବ୍ଲକର ପ୍ରମୁଖ ଖବରଦାତା, ମା’ ରାମଚଣ୍ଡୀ ସେନା ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ବିଶେଷ କରି ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ସଙ୍କୀର୍ତ୍ତନ ମଣ୍ଡଳୀମାନଙ୍କ ସହିତ ମନ୍ଦିର ପରିକ୍ରମା ସମୟରେ ମା’ଙ୍କ ଚଳନ୍ତି ପ୍ରତିମା ବିମାନ ସମ୍ମୁଖରେ ମୁଖ୍ୟ ସେବାୟତ ବାବୁନି ନନାଙ୍କ ଚାମର ସେବା ଖୁବ୍‌ ନିଆରା ପରମ୍ପରା ସୃଷ୍ଟି କରିଥାଏ। ମା’ଙ୍କ ଝାମୁଯାତ୍ରାରେ ବଡ଼ ପଣ୍ଡା ବାବୁନି ନନାଙ୍କ ଚାମର ସେବା ମିଳିବ ନାହିଁ ବୋଲି ଅନେକ ଶ୍ରଦ୍ଧାଳୁ କହି ଦୁଃଖ ପ୍ରକାଶ କରିଛନ୍ତି।

The post ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ମୁଖ୍ୟ ସେବାୟତଙ୍କ ପରଲୋକ : ବିଭିନ୍ନ ମହଳରେ ଶୋକ appeared first on Dharitri Odia News.