ତୁଟୁନି ବିଜେଡିର ଟିକେଟ ଝମେଲା

ଭୁବନେଶ୍ୱର,(ଅନିଲ ଦାସ)/ ଅନୁଗୋଳ, ୧୦ା୪ (ଅମିତ କୁମାର ସାମଲ):ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ଟିକେଟ ଝମେଲା ତୁଟୁନି। ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା ଯେତିକି ବିଳମ୍ବ ହେଉଛି ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଆଶା ଆଶଙ୍କା ସେତିକି ବଢ଼ୁଛି। ତେଣୁ ମଙ୍ଗଳବାର ଅନୁଗୋଳ ନିର୍ବାଚନମଣ୍ଡଳୀର କେତେଜଣ ଦଳୀୟ ନେତା ଓ ସମର୍ଥକଙ୍କୁ ନେଇ ବିଧାୟକ ସିଂହ ତାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ମେଳି କରିବା ସହ ଟିକେଟ୍‌ ହାତେଇବାକୁ […] The post ତୁଟୁନି ବିଜେଡିର ଟିକେଟ ଝମେଲା appeared first on Dharitri Odia News.

ତୁଟୁନି ବିଜେଡିର ଟିକେଟ ଝମେଲା

ଭୁବନେଶ୍ୱର,(ଅନିଲ ଦାସ)/ ଅନୁଗୋଳ, ୧୦ା୪ (ଅମିତ କୁମାର ସାମଲ):ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ଟିକେଟ ଝମେଲା ତୁଟୁନି। ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା ଯେତିକି ବିଳମ୍ବ ହେଉଛି ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଆଶା ଆଶଙ୍କା ସେତିକି ବଢ଼ୁଛି। ତେଣୁ ମଙ୍ଗଳବାର ଅନୁଗୋଳ ନିର୍ବାଚନମଣ୍ଡଳୀର କେତେଜଣ ଦଳୀୟ ନେତା ଓ ସମର୍ଥକଙ୍କୁ ନେଇ ବିଧାୟକ ସିଂହ ତାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ମେଳି କରିବା ସହ ଟିକେଟ୍‌ ହାତେଇବାକୁ ପ୍ରୟାସ କରିଥିଲେ। ତୁରନ୍ତ ଟିକେଟ ଘୋଷଣା କରିବାକୁ ସମର୍ଥକମାନେ କରିଥିଲେ। ଯଦି ରଜନୀକାନ୍ତଙ୍କ ଟିକେଟ କଟେ ତେବେ ବିଜେଡି ଉପରେ ନିଶ୍ଚିତ ପ୍ରଭାବ ପଡ଼ିବ ଏବଂ ସାମୂହିକ ଇସ୍ତଫା ଦେବେ ବୋଲି ଅନୁଗୋଳ ପୌରପାଳିକା କାଉନସିଲରମାନେ ଚେତାବନୀ ଦେଇଥିଲେ। ହେଲେ ଏପରି ଉଦ୍ୟମ ସତ୍ତ୍ୱେ ରଜନୀକାନ୍ତଙ୍କୁ ଦଳ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ମିଳି ନ ଥିବା କୁହାଯାଉଛି। ଏପରି କି ଶଙ୍ଖଭବନ କି ନବୀନ ନିବାସ ଯାଇ ଦାବି ଜଣାଇବାକୁ ଅନୁମତି ଦିଆଯାଇ ନାହିଁ। ତେବେ ଏହି ମେଳି ଖବରପାଇ ଘଟଣାସ୍ଥଳକୁ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆସିଥିଲେ ହେଁ କେବଳ ଆଶ୍ୱାସନା ଦେଇଥିବା ଚର୍ଚ୍ଚା ହେଉଛି। ଫଳରେ ରଜନୀକାନ୍ତଙ୍କ ସମର୍ଥକମାନେ ନିରାଶ ହୋଇଥିବା ଆଲୋଚନା ହେଉଛି।

The post ତୁଟୁନି ବିଜେଡିର ଟିକେଟ ଝମେଲା appeared first on Dharitri Odia News.