ସିଦ୍ଧାର୍ଥଙ୍କ ଉପରେ ଆସ୍ଥାପ୍ରକଟ କଲେ ଏମ୍‌ପି: ମିଳିଲା ନୂଆ ଦାୟିତ୍ୱ

ଗୋବିନ୍ଦପାଲି,୨୧।୨ (କାର୍ତ୍ତକ ରଥ): ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ ମାଲକାନଗିରି ଜିଲା ଖଇରପୁଟ ବ୍ଲକ ନିମନ୍ତେ ତାଙ୍କର ପ୍ରତିନିଧି ଭାବେ ସିଦ୍ଧାର୍ଥ ରଥଙ୍କୁ ଚୟନ କରିଛନ୍ତି। ସିଦ୍ଧାର୍ଥ ଗୋବିନ୍ଦପାଲି ଗ୍ରାମର ଭାଜପା ଯୁବ କର୍ମୀ ତଥା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଆଗ ଧାଡ଼ିର ଜଣେ ସକ୍ରିୟ ସଦସ୍ୟ । ଏମ୍‌ପି ତାଙ୍କ ଅନୁପସ୍ଥିତିରେ ବ୍ଲକରେ ହେଉଥିବା ବିଭିନ୍ନ ବୈଠକ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ପ୍ରତିନିଧି କରିବାକୁ ଦାୟିତ୍ୱ ଏବଂ ଅଧିକାର ଦେଇଛନ୍ତି। […] The post ସିଦ୍ଧାର୍ଥଙ୍କ ଉପରେ ଆସ୍ଥାପ୍ରକଟ କଲେ ଏମ୍‌ପି: ମିଳିଲା ନୂଆ ଦାୟିତ୍ୱ appeared first on Dharitri Odia News.

ସିଦ୍ଧାର୍ଥଙ୍କ ଉପରେ ଆସ୍ଥାପ୍ରକଟ କଲେ ଏମ୍‌ପି: ମିଳିଲା ନୂଆ ଦାୟିତ୍ୱ

ଗୋବିନ୍ଦପାଲି,୨୧।୨ (କାର୍ତ୍ତକ ରଥ): ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ ମାଲକାନଗିରି ଜିଲା ଖଇରପୁଟ ବ୍ଲକ ନିମନ୍ତେ ତାଙ୍କର ପ୍ରତିନିଧି ଭାବେ ସିଦ୍ଧାର୍ଥ ରଥଙ୍କୁ ଚୟନ କରିଛନ୍ତି। ସିଦ୍ଧାର୍ଥ ଗୋବିନ୍ଦପାଲି ଗ୍ରାମର ଭାଜପା ଯୁବ କର୍ମୀ ତଥା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଆଗ ଧାଡ଼ିର ଜଣେ ସକ୍ରିୟ ସଦସ୍ୟ ।

ଏମ୍‌ପି ତାଙ୍କ ଅନୁପସ୍ଥିତିରେ ବ୍ଲକରେ ହେଉଥିବା ବିଭିନ୍ନ ବୈଠକ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ପ୍ରତିନିଧି କରିବାକୁ ଦାୟିତ୍ୱ ଏବଂ ଅଧିକାର ଦେଇଛନ୍ତି। ସେ ତାଙ୍କର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରତିନିଧି କରିବେ ବୋଲି ତାଙ୍କ ପତ୍ର ସଂଖ୍ୟା ୧୧୬୯/୨୫ ରେ ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି।

ଗୁରୁବାର ପୂର୍ବତନ ବିଧାୟକ ଡମ୍ବୁରୁ ସୀସା, ଭାଜପା କର୍ମୀ ତଥା ଜିଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ବେହେରା, ଜିଲା ଏସ୍‌ଟି ମୋର୍ଚ୍ଚା ସାଧାରଣ ସମ୍ପାଦକ ସହଦେବ ସୀସା, ଖଇରପୁଟ ସରପଞ୍ଚ ଦଇମତି ଗୋଲପେଦା, ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଶନୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାଲାରାଜୁ କଟରି, ଗୁନାନିଧି ନାୟକ, କର୍ଣ୍ଣ ମହୁରିଆଙ୍କ ଉପସ୍ଥିତିରେ ରଥ ବିଡିଓଙ୍କୁ ତାଙ୍କ ସରକାରୀ କାର୍ଯ୍ୟାଳୟରେ ଏମ୍‌ପିଙ୍କ ଚିଠି ପ୍ରଦାନ କରିବା ସହିତ ସାକ୍ଷାତ କରିଥିଲେ।

The post ସିଦ୍ଧାର୍ଥଙ୍କ ଉପରେ ଆସ୍ଥାପ୍ରକଟ କଲେ ଏମ୍‌ପି: ମିଳିଲା ନୂଆ ଦାୟିତ୍ୱ appeared first on Dharitri Odia News.