ବାଜିଲା ଯୁଦ୍ଧ ସାଇରନ

ଭୁବନେଶ୍ୱର,୭ା୫: ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍‌ ଡ୍ରିଲ୍‌। ରାଜଧାନୀ ଭୁବନେଶ୍ୱରରେ ବାଜିଲା ସାଇରନ। ଏଥିସହିତ ଏକାସାଙ୍ଗରେ କେନ୍ଦ୍ରାପଡ଼ା, ପାରାଦୀପ, ବାଲେଶ୍ୱର, ରାଉରକେଲା, ଗଞ୍ଜାମର ଗୋପାଳପୁରରେ ମଧ୍ୟ ଏହି ଯୁଦ୍ଧ ସାଇରନ ବାଜିଛି। ବୋମା ବର୍ଷଣ ବେଳେ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଯୁଦ୍ଧ ହେଲେ ଜନସାଧାରଣ କିପରି ନିଜ ଧନଜୀବନକୁ ସୁରକ୍ଷିତ ରଖିବେ ସେ ନେଇ ଆଜିର ଏହି ମକ୍‌ଡ୍ରିଲ୍‌। ଏଥିରେ କେହି ଭୟଭୀତ ହେବାର ନାହିଁ ବୋଲି  ପରାମର୍ଶ ଦିଆଯାଇଛି। ପୁଣି ଥରେ […] The post ବାଜିଲା ଯୁଦ୍ଧ ସାଇରନ appeared first on Dharitri Odia News.

ବାଜିଲା ଯୁଦ୍ଧ ସାଇରନ

ଭୁବନେଶ୍ୱର,୭ା୫: ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍‌ ଡ୍ରିଲ୍‌। ରାଜଧାନୀ ଭୁବନେଶ୍ୱରରେ ବାଜିଲା ସାଇରନ। ଏଥିସହିତ ଏକାସାଙ୍ଗରେ କେନ୍ଦ୍ରାପଡ଼ା, ପାରାଦୀପ, ବାଲେଶ୍ୱର, ରାଉରକେଲା, ଗଞ୍ଜାମର ଗୋପାଳପୁରରେ ମଧ୍ୟ ଏହି ଯୁଦ୍ଧ ସାଇରନ ବାଜିଛି। ବୋମା ବର୍ଷଣ ବେଳେ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଯୁଦ୍ଧ ହେଲେ ଜନସାଧାରଣ କିପରି ନିଜ ଧନଜୀବନକୁ ସୁରକ୍ଷିତ ରଖିବେ ସେ ନେଇ ଆଜିର ଏହି ମକ୍‌ଡ୍ରିଲ୍‌। ଏଥିରେ କେହି ଭୟଭୀତ ହେବାର ନାହିଁ ବୋଲି  ପରାମର୍ଶ ଦିଆଯାଇଛି। ପୁଣି ଥରେ ୪ ଟା ୩୦ ମିନିଟ୍‌ ସମୟରେ ପୁନର୍ବାର ଶେଷ ଆଲର୍ଟ ନିମନ୍ତେ ଆଉ କିଛି ଗୋଟିଏ ସାଇରନ ବଜିବ। ଏହି କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର କରି ଜନ ସଚତନତା ସୃଷ୍ଟି କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ଯଦିଓ ଏହି ଅଭ୍ୟାସ ସତର୍କତାମୂଳକ ଏବଂ ଭାରତର ଦୀର୍ଘକାଳୀନ ଜାତୀୟ ପ୍ରସ୍ତୁତି ରଣନୀତିର ଏକ ଅଂଶ, ନାଗରିକମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ପ୍ରସ୍ତୁତି ନିଶ୍ଚିତ କରିବା ଆବଶ୍ୟକ ଯାହା ଦେଶର ସୁରକ୍ଷା ବଜାୟ ରଖିବାରେ ଏକତାବଦ୍ଧ ପ୍ରୟାସକୁ ବୃଦ୍ଧି କରିବ।

ଏହି ମକ୍‌ ଡ୍ରିଲ୍ ନାଗରିକ ଏବଂ ଅଧିକାରୀମାନଙ୍କୁ ପ୍ରକୃତ ସଙ୍କଟ ସମୟରେ ଦକ୍ଷତାର ସହ ପ୍ରତିକ୍ରିୟା କରିବାରେ ସାହାଯ୍ୟ କରିବ। ଏହା ନାଗରିକ-ସୈନ୍ୟ ସମନ୍ୱୟ ଗଢ଼ି ଭାରତର ସାମଗ୍ରିକ ପ୍ରତିରକ୍ଷା ପ୍ରସ୍ତୁତିକୁ ସମର୍ଥନ କରେ। ଭାରତର ଆଧୁନିକ ନିରୀକ୍ଷଣ ସିଷ୍ଟମ, ସ୍ତରୀୟ ପ୍ରତିରକ୍ଷା ସ୍ଥାପତ୍ୟ, ଏବଂ ନାଗରିକ ସଂଯୋଗ ବ୍ୟବସ୍ଥା ଏହାକୁ ଯେକୌଣସି ଆକସ୍ମିକ ପରିସ୍ଥିତି ପାଇଁ ପ୍ରସ୍ତୁତ କରେ।

The post ବାଜିଲା ଯୁଦ୍ଧ ସାଇରନ appeared first on Dharitri Odia News.