ଅଭିଯୋଗ ଶୁଣିଲେ ଜିଲାପାଳ: ସମସ୍ୟା ସମାଧାନ ଲାଗିଦେଲେ ପ୍ରତିଶ୍ରୁତି

ନୂଆପଡ଼ା,୫ା୫ (ମକାରୁ ବେମାଲ): ସ୍ଥାନୀୟ ସଦ୍‌ଭାବନା ସଭାଗୃହଠାରେ ସୋମବାର ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାଶ ଓ ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ଉପସ୍ଥିତ ରହି ସମସ୍ତ ଅଭିଯୋଗ ଗ୍ରହଣ କରି ସମାଧାନ କରିଥିଲେ। ଶିବିରରେ ୬୮ ବ୍ୟକ୍ତିଗତ ଓ ୧୮ ଗୋଷ୍ଠୀଗତ ମୋଟ ୮୬ ଅଭିଯୋଗ ଆସିଥିଲା। ଏହା ମଧ୍ୟରୁ କେତେକ ସମସ୍ୟା ସମାଧାନ କରାଯାଇଥିବାବେଳେ ଅବଶିଷ୍ଟ ସମସ୍ୟାର ଶୀଘ୍ର ସମାଧାନ […] The post ଅଭିଯୋଗ ଶୁଣିଲେ ଜିଲାପାଳ: ସମସ୍ୟା ସମାଧାନ ଲାଗିଦେଲେ ପ୍ରତିଶ୍ରୁତି appeared first on Dharitri Odia News.

ଅଭିଯୋଗ ଶୁଣିଲେ ଜିଲାପାଳ: ସମସ୍ୟା ସମାଧାନ ଲାଗିଦେଲେ ପ୍ରତିଶ୍ରୁତି

ନୂଆପଡ଼ା,୫ା୫ (ମକାରୁ ବେମାଲ): ସ୍ଥାନୀୟ ସଦ୍‌ଭାବନା ସଭାଗୃହଠାରେ ସୋମବାର ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାଶ ଓ ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ଉପସ୍ଥିତ ରହି ସମସ୍ତ ଅଭିଯୋଗ ଗ୍ରହଣ କରି ସମାଧାନ କରିଥିଲେ। ଶିବିରରେ ୬୮ ବ୍ୟକ୍ତିଗତ ଓ ୧୮ ଗୋଷ୍ଠୀଗତ ମୋଟ ୮୬ ଅଭିଯୋଗ ଆସିଥିଲା। ଏହା ମଧ୍ୟରୁ କେତେକ ସମସ୍ୟା ସମାଧାନ କରାଯାଇଥିବାବେଳେ ଅବଶିଷ୍ଟ ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ କୁକୁଡାତାଳ ଗାଁର ଶ୍ରବଣ ବାଧିତ ମହିଳା ନନ୍ଦିନୀ ଦାଶଙ୍କୁ ଶ୍ରବଣ ଯନ୍ତ୍ର ଯୋଗାଇ ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସୁନାବେଡା ବନ୍ୟପ୍ରାଣୀ ବିଭାଗ ବନଖଣ୍ଡ ଅଧିକାରୀ ମହାଦେବ ବୁଡାଇକ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲାପାଳ ଯୋଗେନ୍ଦ୍ର ମାଝି, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଗୁରୁ ପ୍ରସାଦ ଜେନା, ଜିଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝି, ଭରତ ଲାଲ ରାଉତ, ଉମା ଠାକୁର ପ୍ରମୁଖ ଉପସ୍ଥିତ ଥିଲେ। ସଦର ବିଡିଓ ରୋହିତ ଭୋଇ ଓ ତହସିଲଦାର ପ୍ରଣବ ରଞ୍ଜନ ସାହୁ ଶିବିର ପରିଚାଳନା କରିଥିଲେ।

The post ଅଭିଯୋଗ ଶୁଣିଲେ ଜିଲାପାଳ: ସମସ୍ୟା ସମାଧାନ ଲାଗିଦେଲେ ପ୍ରତିଶ୍ରୁତି appeared first on Dharitri Odia News.